ନୂଆଦିଲ୍ଲୀ:ଟିଏମସି ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ବଢୁଛି ଅଡୁଆ । ହାଜର ହେବା ପାଇଁ ପୁଣି ସମନ ଜାରିକଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । କେନ୍ଦ୍ରୀୟ ଏଜେନ୍ସି ପଚରାଉଚରା ପାଇଁ ଏହି ସମନ ଜାରି କରିଥିବା ବେଳେ ଆସନ୍ତାକାଲି(28 ତାରିଖ)ରେ ହାଜର ହେବା ପାଇଁ କୁହାଯାଇଛି । ବିଦେଶୀ ମୁଦ୍ରା ବିନିମୟ ଆଇନ ଉଲ୍ଲଂଘନ ମାମଲାରେ ପଚରାଉଚରା ପାଇଁ ମହୁଆଙ୍କୁ ସମନ କରିଛି ଇଡି । ପ୍ରକାଶଥାଉକି FEMA କେସରେ ମହୁଆଙ୍କୁ ଦୁଇଥର ସମନ ପଠାଇଛି ଇଡି । ତେବେ ମୋଇତ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ୧୦ଟି ଗଣମାଧ୍ୟମ ସଂସ୍ଥାକୁ ତାଙ୍କର କିଛି ଗୋପନୀୟ ତଥ୍ୟ ଓ ଅନ୍ୟ ସୂଚନା ଲିକ୍ କରିବା ଉପରେ ରୋକ ଲଗାଇବା ପାଇଁ ଏକ ଆବଦେନ କରିଥିବା ବେଳେ ନିକଟରେ ଏହାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।
କୋର୍ଟରେ ଏହି ଆବେଦନ କରଥିଲେ ମହୁଆ:ମୋଇତ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ୧୦ଟି ଗଣମାଧ୍ୟମ ସଂସ୍ଥାକୁ ତାଙ୍କର କିଛି ଗୋପନୀୟ ତଥ୍ୟ ଓ ଅନ୍ୟ ସୂଚନା ଲିକ୍ କରିବା ଉପରେ ରୋକ ଲଗାଇବା ଲାଗି ଏହି ଆବେଦନ କରିଥିଲେ । ମାତ୍ର ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ଆବେଦନ ପତ୍ରକୁ ଖାରଜ କରିଥିଲେ । ଇଡି ମହୁଆ ମୋଇତ୍ରାଙ୍କୁ ଫେମା ଉଲ୍ଲଙ୍ଘନ ମାମଲାରେ ଫେବୃଆରୀ ୧୪ ଓ ୨୦ ତାରିଖରେ ପଚରାଉଚରା କରିବା ଲାଗି ସମନ ଜାରି କରିଥିଲେ ।