ଓଡିଶା

odisha

ETV Bharat / bharat

ହେମନ୍ତ ସୋରେନଙ୍କୁ ପୁଣି ଇଡି ସମନ, 27ରୁ 31 ମଧ୍ୟରେ ହାଜର ପାଇଁ ନିର୍ଦ୍ଦେଶ - ED summons to Hemant Soren

ED summons to Jharkhand Chief minister: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ସମନ ଜାରି କଲା ଇଡି । ଜାନୁଆରୀ 27ରୁ 31 ମଧ୍ୟରେ ପଚରାଉଚରା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ। ଅଧିକ ପଢନ୍ତୁ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଇଡିର ସମନ
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଇଡିର ସମନ

By ETV Bharat Odisha Team

Published : Jan 23, 2024, 12:20 PM IST

ରାଞ୍ଚି:ଅର୍ଥ ହେରଫେର ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ସମନ ପଠାଇଲା ଇଡି । ଜାନୁଆରୀ 27ରୁ 31 ତାରିଖ ମଧ୍ୟରେ ଜେରା ପାଇଁ ଏକ ସମୟ ନିର୍ଦ୍ଧାରଣ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି । ଏହାପୂର୍ବରୁ ଶନିବାର ଦିନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରାଞ୍ଚି ସ୍ଥିତ ସରକାରୀ ବାସଭବନରେ ପାଖାପାଖି 7 ଘଣ୍ଟା ଧରି ପଚରାଉଚରା କରିଥିଲା ଇଡି । ଏବେ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ 9 ଥର ସମନ ଜାରି କରାଯାଇଛି ।

ବହୁ ଚର୍ଚ୍ଚିତ ଜମି ଦୁର୍ନୀତି ମାମଲାକୁ ନେଇ ଅଡୁଆରେ ଫସିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏହି ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ 8 ଥର ସମନ ଜାରି କରିଥିବା ବେଳେ ସୋମବାର ଦିନ ପୁଣି ତାଙ୍କୁ ସମନ ଜାରି କରାଯାଇଛି । ଶନିବାର ଦିନ ଏହି ମାମଲାରେ ପାଖାପାଖି 7 ଘଣ୍ଟା ଧରି ସୋରେନଙ୍କ ରାଞ୍ଚି ସ୍ଥିତ ବାସଭବନରେ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେମନ୍ତଙ୍କୁ ଜେରା କରିବା ପରେ ସନ୍ଧ୍ୟା ସମୟରେ ଇଡି ତାଙ୍କ ବାସଭବନ ଛାଡିଥିଲା । ବାସଭବନ ବାହାରେ ଶତାଧିକ ସମର୍ଥକ ନାରାବାଜି କରୁଥିବା ବେଳେ ପ୍ରତିକ୍ରିୟା ରଖିଥିଲେ ମୁଖ୍ୟମନ୍ତ୍ରୀ । ସେ କୌଣସି ଦୁର୍ନୀତିରେ ସାମିଲ ନଥିବା ନେଇ ନିଜ ସମର୍ଥକମାନଙ୍କୁ କହିବା ସହ ପରୋକ୍ଷରେ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଥିଲେ ।

ଏହାମଧ୍ୟ ପଢନ୍ତୁ.. 7 ଘଣ୍ଟା ଘାଣ୍ଟିବା ପରେ ବାହାରିଲା ଇଡି, ସମର୍ଥକଙ୍କୁ ସମ୍ବୋଧିତ କରି ବର୍ଷିଲେ ହେମନ୍ତ

ହେମନ୍ତ ସୋରେନଙ୍କ ସମ୍ପର୍କୀୟମାନଙ୍କୁ ମଧ୍ୟ ତଦନ୍ତରେ ସାମିଲ କରିଛି ଇଡି । ଆର୍ଥିକ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ପ୍ରସାଦଙ୍କୁ ମଧ୍ୟ ଜାନୁଆରୀ 16 ତାରିଖ ଦିନ ତଦନ୍ତରେ ସାମିଲ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଜମି ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ପ୍ରଥମରୁ କହିଆସିଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ । ତାଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ଷଡଯନ୍ତ୍ର କରି ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଆସିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଦୁର୍ନୀତିରେ କୌଣସି ସମ୍ପର୍କ ନଥିବା ନେଇ ସେ ବାରମ୍ବାର ଦାବି କରିଆସିଛନ୍ତି । ଇଡି ଜେରାରେ ଅନୁପସ୍ଥିତ ରହିବା ସହ ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି ।

ସୂଚନା ଯୋଗ୍ୟ, 2022 ମସିହା ନଭେମ୍ବର 18 ତାରିଖରେ ବେଆଇନ ଖଣି ମାମଲାରେ ଇଡି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟ 10 ଘଣ୍ଟା କାଳ ପଚରାଉଚରା କରିଥିଲା । ଏହାପରେ ଜମି ଦୁର୍ନୀତି ମାମଲାରେ ସମନ କରିଥିଲା ଇଡି । ଅଭିଯୋଗ ଅନୁସାରେ ଏକାଧିକ ଲୋକଙ୍କ ନାମ, ଠିକଣା ଓ ଅନ୍ୟ ନକଲି କାଗଜପତ୍ର ବ୍ୟବହାର କରି ରାଞ୍ଚିରେ ଥିବା ଭାରତୀୟ ସେନା ଅଧିକୃତ ଜମିକୁ ବେଆଇନ ଦଖଲ କରାଯାଇଥିଲା । ଏହି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ନାଁ ମଧ୍ୟ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details