ରାଞ୍ଚି:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଚିଠି ଲେଖିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 10ମ ଥର ସମନ ଜାରି କରିଛି ଇଡି। ତେବେ ଆସନ୍ତା 27 ନାଁ 31 କେବେ ହାଜର ହେବେ ସେ ନେଇ ପ୍ରଶ୍ନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରକାଶ ଥାଉକି ଗତ 23 ତାରିଖରେ ସମନ ପଠାଇଥିଲା ଇଡି । ଜାନୁଆରୀ 27ରୁ 31 ତାରିଖ ମଧ୍ୟରେ ଜେରା ପାଇଁ ଏକ ସମୟ ନିର୍ଦ୍ଧାରଣ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିବା ବେଳେ ଆଜି ଦୁଇଟି ତାରିଖ ଦେଇ ପ୍ରଶ୍ନ କରିଛି ଇଡି ।
ଏହାପୂର୍ବରୁ ରାଞ୍ଚି ଜମି ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଦିନ ଇଡିକୁ ଏକ ଚିଠି ଲେଖିଥିଲେ । ସେ ଇଡିର ସମନ ପାଇଛନ୍ତି ଏହଂ ପରେ ତାରିଖ ବିଷୟରେ ଜଣାଇବେ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ । ଜାନୁଆରୀ 27 ରୁ 31 ମଧ୍ୟରେ ଏଜେନ୍ସି ତାଙ୍କୁ ପଚରାଉଚରା କରିପାରିବ କି ନାହିଁ ସେ ନେଇ କୌଣସି ଖୁଲାସା କରିନଥିଲେ । ଗତ ଜାନୁଆରୀ 22 ତାରିଖରେ ହେମନ୍ତ ସୋରେନକୁ ସମନ ପାଇଁ ଡାକିଥିଲା ଇଡି । ଏହାସହ ଜାନୁୟାରୀ 27-31 ମଧ୍ୟରେ ପଚରାଉଚରା ପାଇଁ ସମୟ ସ୍ଥିର କରି ଜାନୁଆରୀ 25 ସୁଦ୍ଧା ଜଣାଇବା ପାଇଁ ଚିଠିରେ ଦର୍ଶାଯାଇଥିଲା । ଏଭଳି ପରିସ୍ଥିତିରେ ଆଜି ପୁଣି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନକୁ ଚିଠି ଲେଖି ସ୍ଥାନ ଏବଂ ତାରିଖ ସ୍ଥିର କରିବା ପାଇଁ କହିଛି । ଏହାପୂର୍ବରୁ ଅଷ୍ଟମ ସମନ ପରେ ଗତ 20 ତାରିଖରେ ପ୍ରାୟ ସାତ ଘଣ୍ଟା ଧରି ବାସଭବନରେ ପଚରାଉଚରା କରିଥିଲା ଇଡି ।