ETV Bharat / international

ଇସ୍ରାଏଲ-ହମାସ ଯୁଦ୍ଧରେ ଲାଗିପାରେ ବିରାମ ! କତାର ମଧ୍ୟସ୍ଥତାରେ ହେବ ଅସ୍ତ୍ରବିରତି - ISRAEL HAMAS CEASEFIRE

କତାର ମଧ୍ୟସ୍ଥତାରେ ଅସ୍ତ୍ରବିରତି ଚୁକ୍ତି ନେଇ ଉଭୟ ପକ୍ଷ ସହମତ । ବନ୍ଦ ହେବ ଆକ୍ରମଣ- ପ୍ରତିଆକ୍ରମଣ, ଫେରିବେ ପଣବନ୍ଦୀ ।

Gaza ceasefire
Gaza ceasefire (AP)
author img

By ETV Bharat Odisha Team

Published : Jan 15, 2025, 5:44 PM IST

ହାଇଦ୍ରାବାଦ: ଦୀର୍ଘ ଦିନର ଇସ୍ରାଏଲ-ହମାସ ଯୁଦ୍ଧରେ ଲାଗିପାରେ ବିରାମ ! କତାରର ମଧ୍ୟସ୍ଥତାରେ ଦୁହିଁଙ୍କ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଛି । ଏହି ଚୁକ୍ତି ଆଧାରରରେ ୪୨ ଦିନ ପାଇଁ ଇସ୍ରାଏଲ-ହମାସ ଯୁଦ୍ଧରୁ ବିରତ ରହିବେ ।

  • ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତି:

ଇସ୍ରାଏଲ ସରକାର ଓ ‘ହମାସ’ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଅସ୍ତ୍ରବିରତି ଓ ପଣବନ୍ଦୀମାନଙ୍କୁ ଛାଡିବା ନେଇ ନେଇ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଚୁକ୍ତିନାମା ତିନୋଟି ପର୍ଯ୍ୟାୟରେ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୪୨ ଦିନ ଧରି ଏହି ଅସ୍ତ୍ରବିରତି ଜାରି ରହିବ । ଇସ୍ରାଏଲର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ହମାସ ଅକ୍ଟୋବର ୭ ତାରିଖରୁ ବନ୍ଧକ ରଖିଥିବା ୩୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ । ଯେଉଁଥିରେ ମହିଳା, ଶିଶୁ, ୫୦ ବର୍ଷରୁ ଅଧିକ ପୁରୁଷ ଏବଂ ଆହତ ବ୍ୟକ୍ତି ମଧ୍ୟ ଅଛନ୍ତି । ତେବେ ୩୩ ପଣବନ୍ଦୀଙ୍କ ମଧ୍ୟରେ ଅଧିକାଂଶ ଜୀବିତ ରହିଥିବା ଇସ୍ରାଏଲ ଆଶା କରୁଛି । ଇସ୍ରାଏଲ ଏହା ବଦଳରେ ପାଲେଷ୍ଟାଇନର କଏଦୀମାନଙ୍କୁ ମୁକ୍ତ କରିବ ।

  • ପଣବନ୍ଦୀ ହସ୍ତାନ୍ତର କରିବେ ଉଭୟ ପକ୍ଷ:

କେବଳ ପଣବନ୍ଦୀ ହସ୍ତାନ୍ତର ନୁହେଁ, ଗାଜାରୁ ନିଜ ସେନା ପ୍ରତ୍ୟାହାର କରିବ ଇସ୍ରାଏଲ । ଏହାଦ୍ୱାରା ହଜାର ହଜାର ପାଲେଷ୍ଟାଇନ ନାଗରିକ ସେମାନଙ୍କ ଘରକୁ ଫେରିବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି । ଅସ୍ତ୍ରବିରତି ଚୁକ୍ତିରେ ରାଜି ଥିବା ନେଇ ହମାସର ୨ ଅଧିକାରୀ ସ୍ପଷ୍ଟ କରିଥିବା ବେଳେ ଇସ୍ରାଏଲ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି । ଆଲୋଚନା ଜାରି ରହିଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି ଚୁକ୍ତିନାମା ଯଦି ସଫଳ ହୁଏ, ତେବେ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରବିରତି ଚୁକ୍ତି ୧୬ ଦିନ ପାଇଁ ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବନ୍ଧକଙ୍କୁ ଛାଡିବା ନେଇ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇପାରେ ।

  • କଣ କହୁଛନ୍ତି ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ :

ଅନ୍ୟପଟେ ଅସ୍ତ୍ରବିରତୀ ଆଲୋଚନା ମଧ୍ୟରେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି,"ଭବିଷ୍ୟତରେ ଗାଜା ଷ୍ଟ୍ରିପ ଚଳାଇବା ପାଇଁ ପାଲେଷ୍ଟାଇନ ପ୍ରାଧିକରଣ ବ୍ୟତୀତ ଅନ୍ୟ କୌଣସି ସଂସ୍ଥା ପାଇଁ ଏହା ଗ୍ରହଣୀୟ ହେବ ନାହିଁ । ପାଲେଷ୍ଟାଇନର ପ୍ରଧାନମନ୍ତ୍ରୀ ମହମ୍ମଦ ମୁସ୍ତାଫା ବୁଧବାର ଦିନ ନରୱେ ଗସ୍ତରେ ଆସିଥିବା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି । ଆମେ ଅସ୍ତ୍ରବିରତିକୁ ଅପେକ୍ଷା କରିଛୁ । ଗାଜା ଷ୍ଟ୍ରିପରେ ଅନ୍ୟ କୌଣସି ସଂସ୍ଥା ଶାସନ କରିବା ଗ୍ରହଣୀୟ ନୁହେଁ ବୋଲି ମୁସ୍ତାଫା କହିଛନ୍ତି ।

୨୦୨୩ ଅକ୍ଟୋବର ୭ରୁ ଜାରି ରହିଛି ହମାସ-ଇସ୍ରାଏଲ ଯୁଦ୍ଧ । ୟୁଏନ ରିପୋର୍ଟ ଅନୁଯାୟୀ ୧୫ ମାସର ଇସ୍ରାଏଲ- ହମାସ ଯୁଦ୍ଧ ମଧ୍ୟରେ ପାଖାପାଖି ୯୦ ପ୍ରତିଶତ ପାଲେଷ୍ଟିନୀୟ ବିସ୍ଥାପିତ ହୋଇଛନ୍ତି । ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଏହି ଯୁଦ୍ଧରେ ମହିଳା ଓ ଶିଶୁ ସମେତ ୪୬ହଜାରରୁ ଅଧିକଙ୍କର ମୃତ୍ୟୁ ହୋଇଛି । ଏବେସୁଦ୍ଧା ହମାସ ଓ ଏହାର ସହଯୋଗୀମାନଙ୍କ ଦ୍ୱାରା ୯୪ ଇସ୍ରାଏଲ ପଣବନ୍ଦୀ ଅଟକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ...

ସିରିଆ ସରକାର ପତନ: ଦେଶ ଛାଡିଲେ ରାଷ୍ଟ୍ରପତି, ଅସଦ ପରିବାରଙ୍କ ୫୦ ବର୍ଷର ଶାସନ ଅନ୍ତ !

କାନାଡା ପ୍ରଧାନମନ୍ତ୍ରୀ ପଦରୁ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା

ସାକ୍ଷୀ ରହିଲା ‘2024’: ଯୁଦ୍ଧ-ଗୃହଯୁଦ୍ଧରେ ଯୁଝି ହେଲା ବିଶ୍ବ

ସିରିଆ ଗୃହଯୁଦ୍ଧ: ଉଦ୍ଧାର ହୋଇ ସ୍ବଦେଶ ଫେରୁଛନ୍ତି ୭୫ ଭାରତୀୟ

  • ୪୨ ଦିନ ବନ୍ଦ ରହିବ ଆକ୍ରମଣ-ପ୍ରତିଆକ୍ରମଣ

ବର୍ତ୍ତମାନର ସ୍ଥିତି ଅନୁଯାୟୀ ଯଦି ଉଭୟଙ୍କ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୁଏ ତେବେ ୪୨ ଦିନ ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ବନ୍ଦ ରହିବ । ଏକାଧିକ ଇସ୍ରାଏଲ ପଣବନ୍ଦୀ ଓ ଶତାଧିକ ପାଲେଷ୍ଟାଇନ କଏଦୀ ମୁକ୍ତ ହୋଇପାରିବେ । ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ସେନା ଗାଜାରୁ ହଟିବେ ଏବଂ ହଜାର ହଜାର ପାଲେଷ୍ଟାଇନ ନାଗରିକ ସେମାନଙ୍କ ଘରକୁ ଫେରି ପାରିବେ । ଅନ୍ୟପଟେ ଏହି ଚୁକ୍ତିକୁ ଆହୁରି ମଜଭୂତ କରିବା ପାଇଁ ଉଭୟଙ୍କ ମଧ୍ୟରେ ଅଧିକ ବୁଝାମଣାର ଆବଶ୍ୟକତା ରହିଛି । ଆମେରିକା, ଇଜିପ୍ଟ ଓ କତାର ମଧ୍ୟସ୍ଥତାରେ ଗାଜାରେ କିପରି ଶାସନ କରାଯିବ ସେନେଇ ଆଲୋଚନାର ଆବଶ୍ୟକତା ରହିଛି । ଗାଜାରୁ ହମାସକୁ ହଟାଇବାକୁ ଦାବି କରିଛି ଇସ୍ରାଏଲ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.