ଓଡିଶା

odisha

By ETV Bharat Odisha Team

Published : Jan 29, 2024, 1:37 PM IST

Updated : Jan 29, 2024, 4:51 PM IST

ETV Bharat / bharat

ଇଡି କାର୍ଯ୍ୟାଳୟରେ ଲାଲୁ: ଭିତରେ ଜେରା, ବାହାରେ ହୋହଲ୍ଲା

Land for job scam: ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ଇଡି କାର୍ଯ୍ୟାଳୟରେ ଲାଲୁ ଯାଦବଙ୍କୁ ପଚରାଉଚରା । ଅନ୍ୟପଟେ କାର୍ଯ୍ୟାଳୟ ବାହାରେ ଲାଲୁଙ୍କ ସମର୍ଥକଙ୍କ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Land for job scam
ଇଡି କାର୍ଯ୍ୟାଳୟରେ ଲାଲୁଙ୍କୁ ଜେରା, ବାହାରେ ପ୍ରବଳ ହଙ୍ଗାମା

ପାଟନା: ବହୁ ଚର୍ଚ୍ଚିତ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ ମାମଲାରେ ଆଜି (ସୋମବାର) ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ । ଦିନ 11ଟା ସୁଦ୍ଧା ସେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କୁ ପଚରାଉଚରା କରାଯାଉଛି । ଲାଲୁ ପ୍ରସାଦଙ୍କ ସହ ତାଙ୍କ ଝିଅ ମିଶା ଭାରତୀ ମଧ୍ୟ ପାଟନା ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଅନ୍ୟପଟେ ଇଡି କାର୍ଯ୍ୟାଳୟ ବାହାରେ ଲାଲୁ ଯାଦବଙ୍କ ସମର୍ଥକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଶତାଧିକ ସମର୍ଥକ କାର୍ଯ୍ୟାଳୟ ବାହାରେ ଲାଲୁ ଯାଦବ ଜିନ୍ଦାବାଦ ନାରା ଦେବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସମର୍ଥକମାନେ । କାର୍ଯ୍ୟାଳୟ ବାହାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ପୋଲିସ ବାରିକେଡ ଲଗାଇ ସେମାନଙ୍କୁ ରୋକିବାକୁ ଚେଷ୍ଟା ଚଳାଇଛି ।

ତେବେ ଇଡି କାର୍ଯ୍ୟାଳୟକୁ ଯିବା ବେଳେ ଲାଲୁ ପ୍ରସାଦଙ୍କ ଝିଅ ମିଶା ଭାରତୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଏଥିରେ କୌଣସି ନୂଆ କଥା ନାହିଁ । ଯେତେବେଳେ ତାଙ୍କୁ ଲାଗେ ଲାଲୁ ପ୍ରସାଦଙ୍କୁ ସମନ ପଠାଇବା ଆବଶ୍ୟକ ସେ ସେତେବେଳେ ସମନ ପଠାଇଦେଇଥାନ୍ତି ।' କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, 'ଏହି ଗ୍ରିଟିଙ୍ଗ କାର୍ଡ ସେମାନଙ୍କୁ ପଠାଯାଏ ଯେଉଁମାନେ ସେମାନଙ୍କ ବିରୋଧରେ ଅଛନ୍ତି ଯେତେବେଳେ ଆମ ପରିବାରକୁ କୋଉ ସଂସ୍ଥା ଡାକିଥାଏ ଆମେ ସେଠାକୁ ଯାଇ ତାଙ୍କୁ ତଦନ୍ତରେ ସହଯୋଗ କରିବା ସହ ତାଙ୍କ ପ୍ରଶ୍ନର ଉତ୍ତର ଦେଇଥାଉ ।'

ଏହାମଧ୍ୟ ପଢନ୍ତୁ.. ଇଡି ଅଫିସ୍‌ରେ ହାଜର ହେଲେ ଲାଲୁ ଯାଦବ, ଚାଲିଛି ପଚରାଉଚରା

ସୂଚନା ଯୋଗ୍ୟ, ବିହାର ଚାକିରି ବଦଳରେ ଜମି ଘୋଟାଲା ମାମଲା 14 ବର୍ଷ ପୁରୁଣା ଅଟେ । ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ 2004 ମସିହାରୁ 2009 ପର୍ଯ୍ୟନ୍ତ ରେଳମନ୍ତ୍ରୀ ଥିଲେ ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ । ଏହି ସମୟରେ ରେଲଓ୍ୱେ ଚାକିରିରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ରେଳ ବିଭାଗରେ ଚାକିରି ଦେବା ନାଁରେ ଜମି ନେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଲାଲୁ ଯାଦବ ରେଲଓ୍ବେ ଚାକିରି ବଦଳରେ ଚାକିରି ଆଶାୟୀଙ୍କ ଠାରୁ ଜମି ଓ ପ୍ଲଟ ନେଇ ନିଜ ପରିବାର ନାଁରେ ସେହି ଜମି କରିଥିଲେ । ଏହି ମାମଲାରେ ରାବଡି ଦେବୀ, ତେଜସ୍ୱୀ ଯାଦବ, ମିଶା ଭାରତୀ ପୁରା ପରିବାର ଜଡିତ ଥିବା ଅଭିଯୋଗ ହୋଇଛି । ସିବିଆଇ ମଧ୍ୟ ପୂର୍ବରୁ ଏହି ମାମଲାରେ ଲାଲୁ ଯାଦବ, ତାଙ୍କ ପରିବାର ଓ ସମ୍ପର୍କୀୟମାନଙ୍କୁ ପଚରାଉଚରା କରିଛି । ଲାଲୁ ଯାଦବଙ୍କ ଅତି ଘନିଷ୍ଠ କୁହାଯାଉଥିବା ଭୋଲା ଯାଦବ ଏହି ମାମଲାରେ ଗିରଫ ହୋଇଛନ୍ତି ।

ଇଡି ଚାର୍ଜସିଟ୍ ଅନୁଯାୟୀ, 2004ରୁ 2009 ମଧ୍ୟରେ ଲାଲୁ ଯାଦବ ରେଳ ବିଭାଗରେ ବିଭିନ୍ନ ଲୋକଙ୍କୁ ଗ୍ରୁପ ଡିରେ ବେଆଇନ ଭାବେ ନିଯୁକ୍ତି କରିଛନ୍ତି । ଚାକିରି ବଦଳରେ ଜମି ନେଇ ନିଜ ପରିବାର ସଦସ୍ୟ ଓ ଏକ ଇନଫୋସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡକୁ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି । ବିହାର ପଲିଟିକାଲ ହାଇଡ୍ରାମା ମଧ୍ୟରେ ଇଡି ରେଡ୍ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 29, 2024, 4:51 PM IST

ABOUT THE AUTHOR

...view details