ଓଡିଶା

odisha

ETV Bharat / bharat

ଇଡି ଅଫିସ୍‌ରେ ହାଜର ହେଲେ ଲାଲୁ ଯାଦବ, ଚାଲିଛି ପଚରାଉଚରା - ଲ୍ୟାଣ୍ଡ୍ ଫର ଜବ କେସ୍

Lalu Yadav at ED office: ଲ୍ୟାଣ୍ଡ୍ ଫର୍ ଜବ ସ୍କାମ ମାମଲାରେ ଅଡ଼ୁଆରେ ଯାଦବ ପରିବାର ।ଆଜି ପାଟନା ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେଲେ ଲାଲୁ ଯାଦବ । ସେପଟେ ତେଜସ୍ୱୀ ଯାଦବ ଇଡି କାର୍ଯ୍ୟାଳୟରେ ହାଜର ନହେବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ

ତେଜସ୍ୱୀ ଯାଦବଙ୍କୁ ଇଡି ସମନ
ED summons Tejaswi Yadav

By ETV Bharat Odisha Team

Published : Jan 29, 2024, 9:55 AM IST

Updated : Jan 29, 2024, 12:26 PM IST

ପାଟନା: ବିହାରର ପଲିଟିକାଲ ହାଇଡ୍ରାମା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ରାଜ୍ୟରେ ପୁଣି ଏନଡିଏ ସରକାର ଗଠନ ହୋଇଛି । ଅନ୍ୟପଟେ ଲ୍ୟାଣ୍ଡ୍ ଫର୍ ଜବ ସ୍କାମ ମାମଲାରେ ଯାଦବ ପରିବାରର ଅଡ଼ୁଆ ବଢିଚାଲିଛି । ତେବେ ଏନଡିଏ ସରକାର ଗଠନ ହେବାର 24 ଘଣ୍ଟା ନପୁରୁଣୁ ତେଜସ୍ୱୀ ଯାଦବଙ୍କୁ ଇଡିରୁ ଡାକରା ଆସିଛି । ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ୍ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ପକ୍ଷରୁ ସମନ ଜାରି କରାଯାଇଛି । ତେବେ ଆଜି (ସୋମବାର) ତେଜସ୍ୱୀ ଯାଦବ ଇଡି କାର୍ଯ୍ୟାଳୟରେ ହାଜର ହୋଇନପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଇଡି କାର୍ଯ୍ୟାଳୟରେ ଲାଲୁ ଯାଦବ ପହଞ୍ଚିଛନ୍ତି । ଲ୍ୟାଣ୍ଡ ଫର ଜବ ସ୍କାମ୍ ମାମଲାରେ ତାଙ୍କୁ ପଚରାଉଚରା କରିବା ପାଇଁ ଇଡି ପୂର୍ବରୁ ସମନ ଜାରି କରିଥିଲା ।

ପାଟନା ସ୍ଥିତ ଇଡି କାର୍ଯ୍ୟାଳୟରେ ଲାଲୁ ଯାଦବ । ଲ୍ୟାଣ୍ଡ ଫର ଜବ ସ୍କାମ୍ ମାମଲାରେ ପୂର୍ବରୁ ଇଡି ସମନ ଜାରି କରିଥିବା ବେଳେ ଆଜି (ସୋମବାର) 11ଟା ସୁଦ୍ଧା ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଲାଲୁ ଯାଦବ । ଲାଲୁ ଯାଦବ କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ଶତାଧିକ ଆରଜେଡି କର୍ମକର୍ତ୍ତା କାର୍ଯ୍ୟାଳୟ ବାହାରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି ।

19 ଜାନୁଆରୀରେ ଆସିଥିଲା ଇଡି ସମନ: ତେଜସ୍ୱୀ ଯାଦବଙ୍କୁ ଇଡିର ଏହା ତୃତୀୟ ସମନ ଅଟେ । ଜାନୁଆରୀ 19 ତାରିଖ ଦିନ ରାବଡି ବାସଭବନ ଯାଇ ତେଜସ୍ୱୀ ଯାଦବଙ୍କୁ ସମନ ପତ୍ର ଦେଇଥିଲା ଇଡି । ସେହି ସମନ ପତ୍ର ଅନୁଯାୟୀ ତେଜସ୍ୱୀ ଯାଦବ 29 ଜାନୁଆରୀରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । ଲ୍ୟାଣ୍ଡ ଫର ଜବ ସ୍କାମ ମାମଲାରେ ପଚରାଉଚରା ପାଇଁ ଏହି ସମନ ଜାରି କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ..ମହାମେଣ୍ଟ ସରକାରରେ ଅନେକ ଉନ୍ନତି ହୋଇଛି, ଜନତା ଜବାବ ଦେବେ: ତେଜସ୍ୱୀ

ତେଜସ୍ୱୀ ଯାଦବଙ୍କୁ ଇଡିର ତୃତୀୟ ସମନ: ତେଜସ୍ୱୀ ଯାଦବଙ୍କୁ ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି । ଏହାପୂର୍ବରୁ 22 ଡିସେମ୍ବର 2023 ଓ 5 ଜାନୁଆରୀ 2024ରେ ଇଡି ପଚରାଉଚରା ପାଇଁ ଡାକିଥିଲେ ମଧ୍ୟ ସେ କାର୍ଯ୍ୟାଳୟରେ ହାଜର ହୋଇନଥିଲେ । 2 ଥର ଯାକ ଇଡିର ସମନକୁ ଏଡାଇ ଥିବା ବେଳେ ଆଜି ମଧ୍ୟ ତେଜସ୍ୱୀ ଯାଦବ ହାଜର ହୋଇନପାରନ୍ତି ବୋଲି ସୂଚନା ମିଳିଛି ।

ଶନିବାର ଦିନ ଦିଲ୍ଲୀ କୋର୍ଟ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ, ତାଙ୍କ 2 ଝିଅ ହେମା ଯାଦବ ଓ ମିଶା ଭାରତି ଓ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଫେବୃଆରୀ 9 ତାରିଖରେ କୋର୍ଟରେ ହାଜର ହେବାକୁ ଦିଲ୍ଲୀ କୋର୍ଟ ସମନ ଜାରି କରିଛନ୍ତି ।

ସୂଚନା ଯୋଗ୍ୟ, ବିହାର ଚାକିରି ବଦଳରେ ଜମି ଘୋଟାଲା ମାମଲା 14 ବର୍ଷ ପୁରୁଣା ଅଟେ । 2004 ମସିହାରୁ 2009 ପର୍ଯ୍ୟନ୍ତ ରେଳମନ୍ତ୍ରୀ ଥିଲେ ଲାଲୁ ଯାଦବ । ଏହି ସମୟରେ ରେଲଓ୍ୱେ ଚାକିରିରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ରେଳ ବିଭାଗରେ ଚାକିରି ଦେବା ନାଁରେ ଜମି ନେଉଥିବା ଅଭିଯୋଗ ହୋଇଥିଲା । ସିବିଆଇ ଏହି ମାମଲା ଲାଲୁ ଯାଦବ, ତାଙ୍କ ପରିବାର ଓ ସମ୍ପର୍କୀୟମାନଙ୍କୁ ପଚରାଉଚରା କରିଛି । ଲାଲୁ ଯାଦବଙ୍କ ଅତି ଘନିଷ୍ଠ କୁହାଯାଉଥିବା ଭୋଲା ଯାଦବ ଏହି ମାମଲାରେ ଗିରଫ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 29, 2024, 12:26 PM IST

ABOUT THE AUTHOR

...view details