ନୂଆଦିଲ୍ଲୀ:ଭୂକମ୍ପରେ ଥରିଲା ମହାରାଷ୍ଟ୍ର ଓ ଅରୁଣାଚଳ ପ୍ରଦେଶ । ଆଜି (ଗୁରୁବାର) ସକାଳୁ ସକାଳୁ ମହାରାଷ୍ଟ୍ରରେ ଭୂମିକମ୍ପ ଅନୁଭୂତ ହୋଇଛି । ହିଙ୍ଗୋଲି ସହରରେ ମାତ୍ର ୧୦ ମିନିଟ୍ ଭିତରେ ଲଗାତାର ୨ ଥର ଭୂକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୪.୫ ଓ ୩.୬ ରେକର୍ଡ କରାଯାଇଛି । ସେହିପରି ଅରୁଣାଚଳ ପ୍ରଦେଶରେ ମଧ୍ୟ 2ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ପ୍ରଥମେ ସକାଳ ପାଖାପାଖି ୬ଟା ୮ ମିନିଟ୍ ସମୟରେ ମହାରାଷ୍ଟ୍ରର ହିଙ୍ଗୋଲି ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିମି ରହିଥିଲା । ଏହାପରେ ସମୟ ପାଖାପାଖି ୬ଟା ୧୯ରେ ଦ୍ବିତୀୟ ଥର ଭୂକମ୍ପ ଝଟକା ଲାଗିଥିଲା । ଏହାର ତୀବ୍ରତା ୩.୬ ଥିବାବେଳେ ଗଭୀରତା ଭୂପୃଷ୍ଠରୁ ୧୦ କିମି ରେକର୍ଡ କରାଯାଇଛି । ତେବେ ଦୁଇ ଦୁଇଥର ଝଟକା ପରେ ଭୋର୍ ସମୟ ହୋଇଥିବାରୁ ଲୋକମାନେ ଖୁବ୍ ଭୟଭୀତ ହୋଇପଡିଥିଲେ ଏବଂ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।
ଏହା ମଧ୍ୟ ପଢନ୍ତୁ: ଲଦାଖରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା; ବର୍ଷ ଆରମ୍ଭରୁ ବହୁ ବିନାଶକାରୀ ଭୂକମ୍ପ ଦେଖିଛି ବିଶ୍ବ