ଓଡିଶା

odisha

ETV Bharat / bharat

ସମ୍ପତ୍ତି ୨୯ ହଜାର, ମୁଣ୍ଡ ଉପରେ ୨ ଲକ୍ଷ ଋଣ: ଡୋଡାରୁ ବିଜୟୀ, କିଏ ଏହି ଆପ ପ୍ରାର୍ଥୀ ?

ଡୋଡାରୁ ବିଜୟର ସ୍ବାଦ ଚାଖିଲା ଆପ । କିଏ ଏହି ଆମ ଆଦମୀ ପାର୍ଟି ପ୍ରାର୍ଥୀ ମେହରାଜ ମଲିକ । ଜାଣନ୍ତୁ ତାଙ୍କ ବିଷୟରେ ।

By ETV Bharat Odisha Team

Published : 5 hours ago

Mehraj Mallik
Mehraj Mallik (Facebook)

ଶ୍ରୀନଗର: ସମ୍ପତ୍ତି କହିଲେ ମାତ୍ର ୨୯ ହଜାର ଟଙ୍କା, ମୁଣ୍ଡ ଉପରେ ରହିଛି ୨ ଲକ୍ଷର ଋଣ । ତଥାପି ତାଙ୍କ ଯାଦୁ ଆଗରେ ମଉଳି ଗଲା ପଦ୍ମ । ଆମେ କହୁଛୁ ଡୋଡାର ଆପ ପ୍ରାର୍ଥୀ ମେହରାଜ ମଲିକଙ୍କ କଥା । ଯିଏକି ଡୋଡା ଆସନରୁ ଆମ ଆଦମୀ ପାର୍ଟିକୁ ଚଖାଇଛନ୍ତି ବିଜୟ ସ୍ବାଦ । ପ୍ରଥମ ଥର ଉପତ୍ୟକା ଜମ୍ମୁ-କାଶ୍ମୀରରେ ଖାତା ଖୋଲିଛି ଆପ । ୩୬ ବର୍ଷୀୟ ଆପ ପ୍ରାର୍ଥୀ ମେହରାଜ ମଲିକ ଡୋଡା ଆସନରୁ ବିଜୟ ଲାଭ କରିଛନ୍ତି । ବିଜେପି ପ୍ରାର୍ଥୀକୁ ୪,୫୩୮ରୁ ଅଧିକ ଭୋଟରେ ହରାଇଛନ୍ତି । ୧୦ ବର୍ଷ ପୂର୍ବେ ଏହି ଆସନଟି ବିଜେପି ହାତରେ ଥିବା ବେଳେ ଛଡାଇ ଆଣିଛି ଆପ । ଏହା ପୂର୍ବରୁ ଏହି ଆସନ କଂଗ୍ରେସ ଦଖଲରେ ଥିଲା ।

ଡୋଡାରୁ ଲଢୁଥିଲେ ମେହରାଜ:

Mehraj Mallik (Facebook)

ଜିଲ୍ଲା ବିକାଶ ପରିଷଦର ସଦସ୍ୟ ମେହରାଜ ମଲିକଙ୍କୁ ଡୋଡା ଆସନରୁ ପ୍ରାର୍ଥୀ କରିଥିଲା ଆମ ଆଦମି ପାର୍ଟି । ତେବେ ନିଜ ପ୍ରତିଦ୍ବନ୍ଦ୍ବୀକୁ ହରାଇ ବିଜୟ ହାସଲ କରିଛନ୍ତି ମେହରାଜ । ଏହା ପୂର୍ବରୁ ମେହରାଜ ଲୋକସଭା ନିର୍ବାଚନ ମଧ୍ୟ ଲଢିଥିଲେ । କିନ୍ତୁ ତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା । ଏହାପରେ ପୁଣି ଥରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ ମେହରାଜ । ଆମ ଆଦମି ପାର୍ଟି ତାଙ୍କୁ ଡୋଡା ଆସନରୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲା । ଦିଲ୍ଲୀ ଓ ପଞ୍ଜାବରେ କ୍ଷମତା ଦଖଲ କରିବା ପରେ ଗତ ବର୍ଷ ସେପ୍ଟେମ୍ବରରେ ଆପକୁ ଜାତୀୟ ଦଳ ଭାବେ ସ୍ବୀକୃତି ମିଳିଥିଲା । ଗୁଜୁରାଟ ଓ ଗୋଆରେ ବି ଆପର ବିଧାୟକ ରହିଥିବା ବେଳେ ଜମ୍ମୁ କାଶ୍ମୀରରେ ପାର୍ଟିର ଜଣେ ବିଧାୟକ ହୋଇଛନ୍ତି ।

କେବେ ଚର୍ଚ୍ଚାକୁ ଆସିଥିଲେ ମେହରାଜ:

ମେହରାଜ ମଲିକ ଡୋଡା ଅଞ୍ଚଳରେ ଜଣେ ଲୋକପ୍ରିୟ ନେତା ଭାବେ ଜଣାଶୁଣା । ଗତ ୨୦୨୧ରେ ମେହରାଜ DDC(ଜିଲ୍ଲା ବିକାଶ ପରିଷଦ)ର ନିର୍ବାଚନ ଜିତିଥିଲେ । ମାର୍ଚ୍ଚ ୨୦୨୨ରେ ଡୋଡାରେ ଏକ ବିଶାଳ ରାଲିର ଆୟୋଜନ କରିଥିଲେ ମେହରାଜ । ଏହା ପରେ ସେ ଚର୍ଚ୍ଚାକୁ ଚାଲି ଆସିଥିଲେ । ଅନେକ ସମୟରେ ସେ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଉଥିବାର ନଜିର ରହିଛି ।

Mehraj Mallik (Facebook)

ଏହା ମଧ୍ୟ ପଢନ୍ତୁ:

ଜମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ବଡ଼ ଅପଡେଟ, ଆସିଲା ମୁଖ୍ୟମନ୍ତ୍ରୀଙ୍କ ନାଁ

ଲାଇଭ ଜମ୍ମୁ-କାଶ୍ମୀର ଓ ହରିୟାଣାରେ ଭୋଟ ଗଣତି ଜାରି; ଜିତିଲେ ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି

ହରିୟାଣାରେ ସାଇନିଂ କଲେ ସିଏମ ସୈନୀ, ପୁଣି ହତାଶ ହାତ

ଜୁଲାନାରୁ ଜିତିଲେ ଭିନେଶ ଫୋଗାଟ; ହରିୟାଣାରେ ଭୋଟ ଗଣତି ଜାରି - Haryana Election Results 2024

କେତେ ଟଙ୍କାର ମାଲିକ ମେହରାଜ ?

ସତ୍ୟପାଠ ଅନୁସାରେ, ୨୯ ହଜାର ଟଙ୍କାର ମାଲିକ ମେହରାଜ । ଏଥିସହ ତାଙ୍କ ଉପରେ ୨ ଲକ୍ଷ ଋଣ ଥିବା କରିଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଶିକ୍ଷାଗତ ଯୋଗ୍ୟତା କଥା ଯଦି କହିବା, ମେହରାଜ ପୋଷ୍ଟ ଗ୍ରାଜୁଏଟ । ଏଥସହ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି ।

ABOUT THE AUTHOR

...view details