ଗାନ୍ଧୀନଗର: ପ୍ରଭୁ ରାମଲାଲାଙ୍କୁ ହୀରା ମୁକୁଟ ଦାନ । ପ୍ରାଣ ପ୍ରତିଷ୍ଠା ଦିନ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କ ପାଇଁ ହୀରା ଖଚିତ ଏକ ବହୁମୂଲ୍ୟ ମୁକୁଟ ଦାନ କରିଛନ୍ତି ସୁରତର ବ୍ୟବସାୟୀ ମୁକେଶ ପଟେଲ । ଦେଶ ବିଦେଶରୁ ରାମ ଭକ୍ତମାନେ ପ୍ରଭୁଙ୍କ ପାଇଁ ଅନେକ ଉପହାର ପଠାଇଥିବା ବେଳେ ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀ ମାଲିକ ମୁକେଶ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ରାମଚନ୍ଦ୍ରଙ୍କ ପାଇଁ 11 କୋଟି ମୂଲ୍ୟର ମୁକୁଟ ଦାନ କରିଛନ୍ତି । ଏହି ମୁକୁଟର ଓଜର 6 କିଲୋଗ୍ରାମ ହୋଇଥିବା ବେଳେ ଏହା ହୀରା ଓ ସୁନାରେ ତିଆରି ହୋଇଛି ।
ମୁକୁଟର ଓଜନ 6 କେଜି:ପ୍ରଭୁ ରାମ ଚନ୍ଦ୍ରଙ୍କ ପାଇଁ 11 କୋଟି ମୂଲ୍ୟର ହୀରା ମୁକୁଟ ଦାନ କରିଛନ୍ତି ମୁକେଶ । ଏହାର ଓଜନ 6 କେଜି ରହିଛି । ସେଥିରେ ସାଢେ 4 କିଲୋଗ୍ରାମ ସୁନାର ବ୍ୟବହାର କରାଯାଇଛି । ସୁନା, ହୀରା, ମୋତି ଓ ମାଣିକ ପରି 6ଟି ଧାତୁରେ ନିର୍ମିତ ହୋଇଛି । ଏହି ମୁକୁଟ ତିଆରି କରିବା ପାଇଁ କମ୍ପାନୀର ଦୁଇ ଜଣ କର୍ମଚାରୀ ସୁରଟରୁ ସ୍ୱତନ୍ତ୍ର ବିମାନ ଯୋଗେ ଅଯୋଧ୍ୟାରେ ପହଞ୍ଚିଥିଲେ । ଏହାପରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମା ମାପିବା ପରେ ସେମାନେ ସୁରଟକୁ ଆସି ମୁକୁଟ ତିଆରି କରିବା ଆରମ୍ଭ କରିଥିଲେ ।