ମୁମ୍ବାଇ:ମହାରାଷ୍ଟ୍ରରେ ହଟିଲା ମହା ସସପେନ୍ସ । ଦେବେନ୍ଦ୍ର ଫଡନାବିସ ହେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ । ନିର୍ବାଚନ ଫଳାଫଳ ଆସିବା ପରେ କିଏ ବସିବ ମୁଖ୍ୟମନ୍ତ୍ରୀ ଚୌକିରେ ତାହାକୁ ନେଇ ଚାଲିଥିଲା ଛକାପଞ୍ଝା । ଦୀର୍ଘ ଦିନର ସସପେନ୍ସରେ ଲାଗିଛି ବିରାମ । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ । ଆଜି ସଂଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ଆଜି ଫଡନାବିସ ସରକାର:
ଆଜି (ଗୁରୁବାର) ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ । ନିର୍ବାଚନ ଫଳାଫଳରେ ମହାୟୁତି ମେଣ୍ଟର ଜବରଦସ୍ତ ଫଳାଫଳ ପରେ କିଏ ବସିବ ମୁଖ୍ୟମନ୍ତ୍ରୀ ଆସନରେ ତାକୁ ନେଇ ଜାରି ରହିଥିଲା ନାନା କଳ୍ପନାଜଳ୍ପନା । ଏକନାଥ ସିନ୍ଦେ ପୁଣି ବସିବେ ମୁଖ୍ୟମନ୍ତ୍ରୀ ଚୌକିରେ ନା ଦେବେନ୍ଦ୍ର ଫଡନାବିସ ହେବେ । ଏହାକୁ ନେଇ ଲଗାତାର ଗତ କିଛି ଦିନ ହେଲା ସସପେନ୍ସ ଲାଗି ରହିଥିଲା । ଶେଷରେ ଗତକାଲି(ବୁଧବାର) ଫଡନାବିସଙ୍କ ନାଁ ଘୋଷଣା ହୋଇଛି । ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।
ବିଜେପି କୋର କମିଟି ବୈଠକରେ ଫଡନାବିସଙ୍କ ନାଁରେ ମୋହର:
କିଏ ହେବେ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ହୋଇପାରୁନଥିବା ବେଳେ ଶେଷରେ ବିଜେପିର କୋର କମିଟି ବୈଠକରେ ଦେବେନ୍ଦ୍ର ଫଡନାବିସଙ୍କ ନାଁରେ ମୋହର ମାରିଛି । ବୁଧବାର ବିଜେପିର କୋର କମିଟି ବୈଠକ ବସିଥିଲା । ସର୍ବସମ୍ମତି କ୍ରମେ ଦେବେନ୍ଦ୍ର ଫଡନାବିସଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ପାଇଁ କମିଟି ଚୟନ କରିଛି ।
ମୁଖ୍ୟମନ୍ତ୍ରୀ ବାଛିବାକୁ ନିର୍ମଳା ଓ ବିଜୟଙ୍କୁ ଦାୟିତ୍ବ:
ଗତ କିଛି ଦିନ ଧରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ଥିର ହୋଇପାରନଥିବା ବେଳେ ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ବ ବିଜେପି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ଦେଇଥିଲା । ଉଭୟଙ୍କୁ ପର୍ଯ୍ୟବେକ୍ଷକ କରିଥିଲା ଦଳ । ଶେଷରେ ଫଡନାବିସଙ୍କ ନାଁରେ ମୋହର ମାରିଛି କମିଟି ।
ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ: