ନୂଆଦିଲ୍ଲୀ:ମନି ଲଣ୍ଡ୍ରିଂଙ୍ଗ ମାମଲାରେ ଦିଲ୍ଲୀ ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ବିରୋଧରେ ଚାଲୁଥିବା ମନି ଲଣ୍ଡ୍ରିଂଙ୍ଗ ମାମଲା ଏକ ବର୍ଷ ମଧ୍ୟରେ ମାମଲା ପ୍ରମାଣିତ ହୋଇପାରୁନାହିଁ ତେବେ ସେହି ବ୍ୟକ୍ତି ପାଖରୁ ଜବତ ହୋଇଥିବା ସମସ୍ତ ସମ୍ପତ୍ତିକୁ ଇଡିକୁ ଫେରସ୍ତ କରିବାକୁ ପଡିବ । ଜଷ୍ଟିସ ନବୀନ ଚାଓ୍ବଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନେଇ ଶୁଣାଣି କରିଛନ୍ତି । ହାଇକୋର୍ଟ ଆଉ ମଧ୍ୟ କହିଛନ୍ତି ଯେ, ଜବତ ହୋଇଥିବା ସମ୍ପତ୍ତି 365 ଦିନ ମଧ୍ୟରେ ଫେରାଇବାରୁ ପଡିବ । ଆଉ ମଧ୍ୟ ଯଦି କୌଣସି ବ୍ୟକ୍ତି ବିରୋଧରେ ଅଭିଯୋଗ ପ୍ରମାଣିତ ନ ହୁଏ ତେବେ ଜବତ ଅବଧି 365 ଦିନ ମଧ୍ୟରେ ଶେଷ ହୋଇଯିବ ।
ହାଇକୋର୍ଟ ଭୂଷଣ ଷ୍ଟିଲ ଆଣ୍ଡ୍ ପାଓ୍ବାରର ମହେନ୍ଦ୍ର ଖଣ୍ଡେଲଓ୍ବାଲାଙ୍କ ଆବେଦନର ଶୁଣାଣିରେ ଏହି ରାୟ ଦେଇଛନ୍ତି । ମହେନ୍ଦ୍ର ଖଣ୍ଡେଲଓ୍ୱାଲ ଆବେଦନ କରିଥିଲେ ଯେ, ଫେବ୍ରୁଆରୀ 2021ରେ ଇଡି ତାଙ୍କ ଘରେ ଚଢାଉ କରି ଗହଣା ଓ ଅନେକ ଦସ୍ତାବିଜ ଜବତ କରିଥିଲେ । ଇଡି ମହେନ୍ଦ୍ର ଖଣ୍ଡେଲଓ୍ବାଲଙ୍କ ବିରୋଧରେ କିଛି ପ୍ରମାଣ କରିପାରିନଥିଲେ ମଧ୍ୟ ତାଙ୍କ ଘରୁ ଜବତ କରିଥିବା ସୁନା ଗହଣା ତଥା ଜରୁରୀ କାଗଜପତ୍ରଗୁଡିକୁ ଆଉ ଫେରସ୍ତ କରିନଥିଲେ ।