ଓଡିଶା

odisha

ETV Bharat / bharat

ସଲିମ ପାଇଁ ରଖିଥିଲେ କରୱାଚୌଥ ବ୍ରତ, ଜୀବନ ନେଲା ଜହ୍ଲାଦ ପ୍ରେମିକ

ପ୍ରେମିକଙ୍କ ପାଇଁ କରୱାଚୌଥ ବ୍ରତ ରଖି ଘରୁ ପଳାଇଥିଲେ ଯୁବତୀ । ହେଲେ ପ୍ରେମିକ ସାଜିଲା ହତ୍ୟାକାରୀ।

Delhi Girl Murder Case
Delhi Girl Murder Case (ETV Bharat)

By ETV Bharat Odisha Team

Published : 4 hours ago

ନୂଆଦିଲ୍ଲୀ:ପ୍ରେମିକଙ୍କ ଦୀର୍ଘ ଆୟୁ କାମନା କରି ରଖିଥିଲେ କରୱାଚୌଥ ବ୍ରତ। ହେଲେ ଯୁବତୀଙ୍କ ଜୀବନ ନେଲା ନୃଶଂସ ପ୍ରେମିକ । ଏଭଳି ହତ୍ୟାକାଣ୍ଡ ଦିଲ୍ଲୀରେ ଦେଖିବାକୁ ମିଳିଛି। ଏହି ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଆଉ ଜଣେ ଅଭିଯୁକ୍ତ ଏବେବି ଫେରାର ଥିବା ଜଣାପଡ଼ିଛି । ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଯୁବତୀ ଜଣଙ୍କ ଯେଉଁ ଯୁବକଙ୍କୁ ପ୍ରେମ କରୁଥିଲେ ତାଙ୍କ ସେ ସ୍ନେହରେ 'ଭୂତ' ବୋଲି ସମ୍ବୋଧନ କରୁଥିଲେ। ତେବେ କରୱାଚୌଥ ଦିନ ଘରୁ ଜିନିଷ ପତ୍ର ନେଇ ଯୁବତୀ ଜଣକ ଫେରାର ଥିବା ଜାଣିବାକୁ ମିଳିଥିଲା। ପରେ ହରିୟାଣାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ପରିବାର ଲୋକଙ୍କ କହିବା ଅନୁସାରେ, ଯୁବତୀ ଜଣକ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଫୋନରେ ବାର୍ତ୍ତାଳାପ କରନ୍ତି। ଆଉ ପଚାରିଲେ କୁହନ୍ତି, "ମୁଁ ଭୂତ ସହ କଥା ହେଉଛି।" ହେଲେ ଏହି ଭୂତ କିଏ ସେ ବିଷୟରେ ଆମକୁ ଜଣାନଥିଲା ବୋଲି କହିଛନ୍ତି ଯୁବତୀଙ୍କ ପରିବାର। ଏପରିକି" ସେ କରୱାଚୌଥ ବ୍ରତ କରିମ ପାଇଁ ରଖିଥିଲା ବୋଲି ମଧ୍ୟ ଆମେ ଜାଣିନଥିଲୁ" ବୋଲି କହିଛନ୍ତି ଯୁବତୀଙ୍କ ପରିବାର ସଦସ୍ୟ। ହରିୟାଣାରୁ ଯୁବତୀଙ୍କ ମୃତଦେହ ମିଳିଥିବାବେଳେ ହତ୍ୟାକାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ।

ଏହା ମଧ୍ୟ ପଢନ୍ତୁ :- ଭାଇଗିରିରୁ ୧୬ ବର୍ଷୀୟ ନାବାଳକକୁ ହତ୍ୟା ! ମୃତଦେହ ରଖି ଥାନା ଘେରିଲେ ପରିବାର

ଏହା ମଧ୍ୟ ପଢ଼ନ୍ତୁ...ସ୍ତ୍ରୀ ସାମ୍ନାରେ ସ୍ବାମୀକୁ ହତ୍ୟା, ପତ୍ନୀକୁ ମାରି କୂଅକୁ ଫିଙ୍ଗିଦେଲା ପତି - Dhenkanal Murder

ଏହା ମଧ୍ୟ ପଢ଼ନ୍ତୁ...ପୁଣି ସନ୍ଦେହଘେରରେ ପୋଲିସ ! କନ୍ଧମାଳ ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ମାମଲାରେ ଡିଜିପିଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ - Jyestha Bondaki death case

ଯୁବତୀ ଜଣକ କରୱାଚୌଥ ଦିନ ସେ ଅଚାନକ ଜିନିଷ ପତ୍ର ଧରି ଘରୁ ପଳାଇଥିଲେ। ସୂଚନା ଅନୁସାରେ, ଯୁବତୀଙ୍କ ପ୍ରେମିକଙ୍କର ପ୍ରକୃତ ନାଁ ହେଉଛି ସଲିମ। ପୋଲିସର ପଚରାଉଚରା ସମୟରେ ହତ୍ୟା କରିଥିବା କଥା ସ୍ବୀକାର କରିଛି ସଲିମ। ନିଜର ଦୁଇ ସାଙ୍ଗ ରିତିକ ଓ ପଙ୍କଜଙ୍କ ସହ ମିଶି ସେ ଏହି ଷଡଯନ୍ତ୍ର ରଚିଥିବା କହିଛି। ସଲିମ ଓ ପଙ୍କଜ ଗିରଫ ହୋଇଥିବାବେଳେ ରିତିକ୍ ଏବେ ବି ଫେରାର ରହିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯୁବତୀ ଜଣଙ୍କ 7 ମାସର ଗର୍ଭବତୀ ଥିଲେ। ପୋଲିସ ଏନେଇ ତଦନ୍ତ ଜାରି ରଖିଛି।


ଏହା ବି ପଢନ୍ତୁ...ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ କରିଥିଲା ହତ୍ୟା, ଆଜୀବନ କାରଦଣ୍ଡ ଶୁଣାଇଲେ କୋର୍ଟ

ABOUT THE AUTHOR

...view details