ETV Bharat / state

ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର, ବିଜେଡି-କଂଗ୍ରେସର ସମାଲୋଚନା - GIFT MILK SCHEME

ଗିଫ୍ଟ ମିଲକ ଯୋଜନା ଆରମ୍ଭ । ସେପଟେ ବିଜେଡି କହିଲା ଅଣ୍ଡା ନଦେଇପାରିବାରୁ ଏଭଳି ଯୋଜନା, କଂଗ୍ରେସର କଟାକ୍ଷ, 'କ୍ଷୀରରେ ଅଧା ମିଶାଇବେ ପାଣି'

gift milk scheme
gift milk scheme (ETV Bharat Odisha)
author img

By ETV Bharat Odisha Team

Published : Jan 14, 2025, 9:48 PM IST

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର । ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହେଲା 'ଗିପ୍ଟ ମିଲ୍କ' ଯୋଜନା । 29ଟି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଦୈନିକ ୨୦୦ ମିଲିଲିଟର ଲେଖାଁଏ କ୍ଷୀର ଦିଆଯିବ । ସେପଟେ ଏହାକୁ ବିଜେଡି ଓ କଂଗ୍ରେସ ସମାଲୋଚନା କରିଛନ୍ତି । ଅଣ୍ଡା ଦେଇ ନପାରିବାରୁ କ୍ଷୀର ଦେଉଛନ୍ତି ବୋଲି କହିଛି ବିଜେଡି ।

  • ଆରମ୍ଭ ହେଲା ଗିପ୍ଟ ମିଲ୍କ ଯୋଜନା:

ରାଜ୍ୟରେ ଗିପ୍ଟ ମିଲକ ଯୋଜନାରେ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର । ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ 200 ମିଲିଲିଟର ଭିଟାମିନ A ଓ Dଯୁକ୍ତ କ୍ଷୀର । ପାଇଲଟ୍‌ ପ୍ରକଳ୍ପ ଭାବେ ମୟୂରଭଞ୍ଜରେ ଏହି ଯୋଜନାର ଆରମ୍ଭ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭର୍ଚ୍ଚୁଆଲ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଗିଫ୍ଟ ମିଲ୍କ ଯୋଜନାରେ ମୟୁରଭଞ୍ଜର ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ 29ଟି ସରକାରୀ ବିଦ୍ୟାଳୟର 1,184 ଜଣ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି । ପୋଷଣ ତଥା ମାନସିକ ଓ ଶାରୀରିକ ବିକାଶ ପାଇଁ ମଧ୍ୟାହ୍ନ ଭୋଜନରେ 200 ମିଲିଲିଟର ଭିଟାମିନ A ଓ Dଯୁକ୍ତ କ୍ଷୀର ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ପରବର୍ତ୍ତୀ ସମୟରେ ଏହାକୁ ସାରା ରାଜ୍ୟରେ ଲାଗୁ କରିବା ଲାଗି ଯୋଜନା କରିଛନ୍ତି ମୋହନ ସରକାର ।

gift milk scheme (ETV Bharat Odisha)
  • ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର:

ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, "ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦିଆଯିବ । ଏହାର ପାଇଲଟ ପ୍ରକଳ୍ପ ଭାବେ ମୟୂରଭଞ୍ଜରେ ଆରମ୍ଭ କରାଯାଇଛି ପରବର୍ତ୍ତୀ ସମୟରେ ପୁରା ରାଜ୍ୟରେ ଲାଗୁ କରାଯିବ । ଅନ୍ୟପଟେ ରାଜ୍ୟରେ ଗୋସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର କରିଥିବା କାମଧେନୁ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଶଙ୍କର ଜାତୀୟ ଗାଈ ତଥା ଦେଶୀୟ ପ୍ରଜାତି ଓ ସହିୱାଲ ଆଦି ପ୍ରଜାତି ଗାଈ ପାଳନ ପାଇଁ 70 ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏହା ସହିତ ଗାଈ, ମଇଁଷିଙ୍କ ବୀମା କରାଯାଇ ଗୋପାଳକଙ୍କୁ ଆର୍ଥିକ ସୁରକ୍ଷା ଦିଆଯାଉଛି । ଏଥିରେ ବୀମା ପ୍ରିମିୟମ ରାଶିର 85 ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି । ଗାଈମାନଙ୍କୁ ଗୁଜୁରାଟରୁ ଅଣାଯାଇ ମୟୁରଭଞ୍ଜ ଜିଲ୍ଳାର ଦୁଗ୍ଧ ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ଏହାର ମୂଳ ଲକ୍ଷ୍ୟ ହେଉଛି ଗାଈ ପ୍ରଜାତିର ଆନୁବଂଶିକ ଉନ୍ନତି କରିବା । ଯହାଦ୍ୱାରା ଦୁଗ୍ଧ ଚାଷୀ ଉନ୍ନତମାନର କ୍ଷୀର ଉତ୍ପାଦକ ଗାଈଠାରୁ ଅଧିକ କ୍ଷୀର ଉତ୍ପାଦନ କରି ସ୍ୱାବଲମ୍ବୀ ହେବା ସହିତ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ସେମାନଙ୍କ ଜୀବନ ଶୈଳୀରେ ଉନ୍ନତି ଘଟିବ ।"

  • ରାଷ୍ଟ୍ରୀୟ ଗୋକୁଳ ମିଶନ କାର୍ଯ୍ୟକ୍ରମ:

ସେ ଆଉ ମଧ୍ୟ କହିଛନ୍ତି," ଏନଡିଡିବି ଆନୁକୂଲ୍ୟରେ ରାଷ୍ଟ୍ରୀୟ ଗୋକୁଳ ମିଶନ କାର୍ଯ୍ୟକ୍ରମ ଅଧିନସ୍ଥ ପି.ଇ.ଏସ ଯୋଜନା ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାର 26ଟି ବ୍ଲକକୁ ସମୁଦାୟ 3000ଟି ଉନ୍ନତ ମାନର ଦୁଧିଆଳୀ ଗାଈ ହିତାଧିକାରୀଙ୍କୁ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା ହୋଇଛି । ଏଥିରେ ପାଖାପାଖି 38 କୋଟି ଟଙ୍କାର ଖର୍ଚ୍ଚ କରାଯିବ । ସେଥିମଧ୍ୟରୁ ରାଇରଙ୍ଗପୁର ସବଡିଭିଜନ ପାଇଁ 1000 ଜଣ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ ଗାଈ ଯୋଗାଇ ଦିଆଯିବ ।"

  • ଅଣ୍ଡା ଯୋଗାଇ ନପାରିବାରୁ ଏମିତି ବ୍ୟବସ୍ଥା : ବିଜେଡି

ସେପଟେ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି ବିଜେଡି ଓ କଂଗ୍ରେସ। ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, "ଅଣ୍ଡା ଏକ ପୃଷ୍ଟିକର ଖାଦ୍ୟ । ସେଥିପାଇଁ ସମସ୍ତ କୋମଳମମତି ଶିଶୁଙ୍କୁ ପୂର୍ବରୁ ଅଣ୍ଡା ଯୋଗାଣ ହେଉଥିଲା । ବୋଧହୁଏ ବର୍ତ୍ତମାନ ସରକାର ଅଣ୍ଡା ଯୋଗାଣ ସଠିକ ଢଙ୍ଗରେ କରିପାରୁ ନାହାନ୍ତି । ସେଥିପାଇଁ ବିକଳ୍ପ ବ୍ୟବସ୍ଥା ପାଇଁ ସରକାର ଚିନ୍ତା କରୁଛନ୍ତି । କିନ୍ତୁ ଅଣ୍ଡାର ବିକଳ୍ପ ନାହିଁ ।"

ଏହାମଧ୍ୟ ପଢନ୍ତୁ...

OMFEDକୁ ବିପଣନ ସହାୟତା ଓ ଗିଫ୍ଟମିଲ୍କ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ରାଷ୍ଟ୍ରପତି - COW INDUCTION

  • କ୍ଷୀର ଦେଲେ ଅଧାରୁ ଅଧିକ ପାଣି ମିଶେଇବେ: କଂଗ୍ରେସ

କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି, "ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟାହ୍ନ ଭୋଜନ ଜରୁରୀ । କିନ୍ତୁ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ପିଲାଙ୍କୁ ମିଳୁଛି । ସରକାର ଛାତ୍ରଛାତ୍ରୀଙ୍କୁ କ୍ଷୀର ଯୋଗାଇ ପାରିବେ ବୋଲି ବିଶ୍ଵାସ ଆସୁନାହିଁ । ଅଣ୍ଡା ସମସ୍ୟା ଦୂର କରିନାହାନ୍ତି, କ୍ଷୀର ଯୋଗାଇବା ସନ୍ଦେହ ହେଉଛି । ଯଦି କ୍ଷୀର ଦେବେ, ତାହାଲେ ଅଧାରୁ ଅଧିକ ପାଣି ମିଶେଇବେ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.