ହାଇଦ୍ରାବାଦ:ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେ କବିତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରୁ ଝଟକା । ଅନ୍ତରୀଣ ଜାମିନ ଆବଦେନ ଖାରଜ କଲେ କୋର୍ଟ । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା BRS ଏମଏଲସି କେ କବିତା ନିଜ ପୁଅର ସ୍କୁଲ ପରୀକ୍ଷାକୁ ଆଧାର କରି ଅନ୍ତରୀଣ ଜାମିନ ମାଗିଥିଲେ । ମଦ ଦୁର୍ନୀତି ମାମଲାରେ ଇଡି ରିମାଣ୍ଡ ପରେ ସେ ନ୍ୟାୟିକ ହେପାଜତରେ ରହିଛନ୍ତି । ଏପ୍ରିଲ 2 ତାରିଖରେ 14ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ କୋର୍ଟ । ବର୍ତ୍ତମାନ 15 ତାରିଖ ଯାଏଁ ଜେଲରେ ରହିବେ କବିତା ।
ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ଏହା ସଠିକ ସମୟ ନୁହେଁ: ଜଷ୍ଟିସ କାବେରୀ ବାବେଜା ଏହି ଯାଚିକାକୁ ଖାରଜ କରି କହିଛନ୍ତି, " କବିତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ପାଇଁ ଏହା ସଠିକ ସମୟ ନୁହେଁ ।" କବିତା ଅନ୍ତରୀଣ ଜାମିନ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ । 16 ବର୍ଷୀୟ ପୁଅର ପରୀକ୍ଷା ଥିବାରୁ ସେ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ ଏହି ଯାଚିକାକୁ ବିରୋଧ କରିଥିଲା ଇଡି । ପ୍ରମାଣକୁ ନଷ୍ଟ କରିବା ପାଇଁ ଏବଂ ସାକ୍ଷ୍ୟକୁ ପ୍ରଭାବିତ କରିବା ପାଇଁ କବିତା ଏଭଳି କରୁଥିବା ନେଇ ଇଡି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହାସହ କବିତାଙ୍କ ପୁଅ ଏକା ନୁହେଁ ବରଂ ତାଙ୍କ ସହ ବାପା ଏବଂ ଭାଇ ରହିଛନ୍ତି, ତେଣୁ କବିତାଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ ନୁହେଁ ବୋଲି କୁହାଯାଇଥିଲା ।