ଓଡିଶା

odisha

ETV Bharat / bharat

ଅବକାରୀ ଘୋଟାଲା ମାମଲା: ଏକାସାଙ୍ଗରେ ବଢିଲା କେଜ୍ରିଓ୍ବାଲ, ସିସୋଦିଆ ଓ କବିତାଙ୍କ ନ୍ୟାୟିକ ହେପାଜତ - Delhi Excise policy CBI case

Delhi Excise policy CBI case: ବଢିଲା କେଜ୍ରିଓ୍ବାଲ, ସିସୋଦିଆ ଓ କବିତାଙ୍କ ନ୍ୟାୟିକ ହେପାଜତ । ସମସ୍ତଙ୍କୁ ଭିସି ଜରିଆରେ କୋର୍ଟରେ କରାଯାଇଥିଲା ହାଜର । ମାମଲାରେ ଏପର୍ଯ୍ୟନ୍ତ ଗିରଫ ହେଲେଣି ରାଜନୈତିକ ବ୍ୟକ୍ତିବିଶେଷଙ୍କ ସମେତ 18 ଅଭିଯୁକ୍ତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 25, 2024, 3:08 PM IST

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ଏକାସାଙ୍ଗରେ ବଢିଲା କେଜ୍ରିଓ୍ବାଲ, ସିସୋଦିଆ ଓ କବିତାଙ୍କ ନ୍ୟାୟିକ ହେପାଜତ
ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ଏକାସାଙ୍ଗରେ ବଢିଲା କେଜ୍ରିଓ୍ବାଲ, ସିସୋଦିଆ ଓ କବିତାଙ୍କ ନ୍ୟାୟିକ ହେପାଜତ (ETV Bharat Odisha)

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଏକାସାଙ୍ଗରେ ବଢିଲା ତିନି ଅଭିଯୁକ୍ତଙ୍କ ବିଚାର ବିଭାଗୀୟ ହାଜତ ଅବଧି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ବିଆରଏସ ‘ଏମଏଲସି’ କେ.କବିତାଙ୍କୁ ଆଜି ଭିସି ଜରିଆରେ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଭିନ୍ନ ଭିନ୍ନ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ କଷ୍ଟଡି ଅବଧିକୁ ବୃଦ୍ଧି କରିଛନ୍ତି । ଏହି ମାମଲା ଏବେ ଉଭୟ କେନ୍ଦ୍ରୀୟ ସଂସ୍ଥା ‘ସିବିଆଇ’ ଓ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ଦ୍ବାରା ତଦନ୍ତ ପରିସରଭୁକ୍ତ ରହିଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭିଡିଓ କନଫରନେସିଂ ମାଧ୍ୟମରେ ରାଉଜ-ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କ ନ୍ୟାୟିକ ହେପାଜତ ଅବଧି ଆସନ୍ତାମାସ (ଅଗଷ୍ଟ) 8ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ କେଜ୍ରିଓ୍ବାଲ ଏବେ ତିହାର ଜେଲରେ ରହିବେ । ସେହିପରି ଆଜି ତାରିଖରେ ଅନ୍ୟତମ ଦୁଇ ପ୍ରମୁଖ ଅଭିଯୁକ୍ତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ,‘ଏମଏଲସି’ କେ.କବିତାଙ୍କୁ ମଧ୍ୟ ଭିସି ଜରିଆରେ କୋର୍ଟରେ ହାଜର କରାଯାଇଥିଲା । ଉଭୟ ନ୍ୟାୟିକ ହେପାଜତ ଅବଧି ଚଳିତମାସ (ଜୁଲାଇ) 31ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ,ଏହି ବହୁଚର୍ଚ୍ଚିତ ଘୋଟାଲା ମାମଲା ଏବେ ଉଭୟ କେନ୍ଦ୍ରୀୟ ସଂସ୍ଥା ‘ସିବିଆଇ’ ଓ ‘ଇଡି’ ଦ୍ବାରା ତଦନ୍ତଭୁକ୍ତ ରହିଛି । ଏଥିରେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଆବାହକ ଅରବିନ୍ଦ କେଜ୍ରିଓ୍ବାଲ, ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଦଳୀୟ ସାଂସଦ ସଞ୍ଜୟ ସିଂ ଓ ତେଲେଙ୍ଗାନା ‘ଏମଏଲସି’ କେ.କବିତାଙ୍କ ପରି ଚର୍ଚ୍ଚିତ ରାଜନୈତିକ ଅଭିଯୁକ୍ତ ଅଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ସଞ୍ଜୟ ସିଂହକୁ ହିଁ ବେଲ ମିଳିଛି । ଅନ୍ୟ କେହି ନେତା ଏପର୍ଯ୍ୟନ୍ତ ବେଲ ପାଇପାରେ ସମ୍ଭବ ହୋଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ :- ବିଧାନସଭା ବଜେଟ ଅଧିବେଶନ: ପୋଲାଭରମ, ରୁଲ-ପ୍ରୋସିଡିଂ ପ୍ରସଙ୍ଗରେ ହୁଲୁସ୍ତୁଲ, ଶାସକ-ବିରୋଧୀ ମୁହାଁମୁହିଁ, ୪ ଯାଏଁ ଗୃହ ମୁଲତବୀ - Odisha budget session

କେଜ୍ରିଓ୍ବାଲଙ୍କୁ ପ୍ରଥମେ ସିବିଆଇ ଗିରଫ କରିଥିଲା । ଏହି ମାମଲାରେ ସେ ସର୍ବୋଚ୍ଚକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଚଳିତବର୍ଷ ମାର୍ଚ୍ଚ 21ତାରିଖରେ ପୁଣି ତାଙ୍କୁ ଜେଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । 10ମେ’ରେ କେଜ୍ରିଓ୍ବାଲଙ୍କୁ ସର୍ବୋଚ୍ଚକୋର୍ଟରୁ 10ଦିନିଆ ଅନ୍ତରୀଣ ଜାମିନ ମିଳିଥିଲା । ଏହା ପରେ ଜୁନ 2ତାରିଖରେ ସେ ପୁଣି ଜେଲରେ ଆତ୍ମସମର୍ପଣ କରିଥିଲା । ଏହି ଅନ୍ତରୀଣ ଅବଧି ମଧ୍ୟରେ କେଜ୍ରିଓ୍ବାଲ ନିର୍ବାଚନୀ ପ୍ରଚାର ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details