ମେଷ: ଆପଣ ଆଜି ଅନୁଭବୀ ଓ ଭାବପ୍ରବଣତା ହୋଇଯିବେ । କହିଥିବା କଥା ପାଇଁ ଦାୟୀ ହେବେ । ଯାହା ପରେ ଆପଣଙ୍କୁ ଅନୁତାପ କରିବାକୁ ପଡିପାରେ । ଆପଣଙ୍କ ମାଆଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ତେଣୁ ମାଆଙ୍କ ବିଶେଷ ଯତ୍ନ ନେବାକୁ ଆବଶ୍ୟକ ହୋଇପାରେ । ସମ୍ପତ୍ତି ସମ୍ବନ୍ଧୀୟ ତର୍କ ବିତର୍କ କିମ୍ବା ବିବାଦ ମଧ୍ୟକୁ ପସନ୍ତୁ ନାହିଁ । ସାବଧାନତାର ସହ ଗାଡି ଚଳାନ୍ତୁ । ଜଳ ଜନିତ ବସ୍ତୁଠାରୁ ଦୂରେଇ ରହନ୍ତୁ । ସାମାନ୍ୟ କଥାରେ ଉତ୍ତେଜିତ ହୋଇପାରନ୍ତି । କୌଣସି କାର୍ଯ୍ୟକୁ ଅତି ତରବରିଆ ଭବରେ ନକରି ଭାବିଚିନ୍ତି କରନ୍ତୁ । ଯାହା ଆପଣଙ୍କୁ ସଫଳତା ଆଣିଦେବ । ବିଦ୍ୟାର୍ଥୀମାନେ ଅନୁସନ୍ଧାନ କାର୍ଯ୍ୟରେ ମନୋନିବେଶ କରିବେ ।
ବୃଷ:ଆଜିର ଦିନରେ ଆପଣ ସୁସ୍ଥ, ଉତ୍ସାହିତ ଏବଂ ଆଗ୍ରହୀ ରହିବେ । ଆପଣ କାଳ୍ପନିକ ଏବଂ ରଚନାତ୍ମକ କାର୍ଯ୍ୟ କରିବେ । ଆଜି ଆପଣ ପରିବାର ସଦସ୍ୟଙ୍କ ସହ ଭ୍ରମଣରେ ଯାଇପାରନ୍ତି । ସହଜରେ ଲାଭବାନ ହେବେ । କ୍ରମାଗତ ଭାବରେ ଖୁସି ହେବେ । ଏହା ପରିବାର ବା କାର୍ଯ୍ୟ ଦକ୍ଷତା ଯୋଗୁଁ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ କର୍ତୃପକ୍ଷଙ୍କ ଦ୍ବାରା ପ୍ରଶଂସିତ ହୋଇ ଖୁସି ହେବେ । ଆପଣଙ୍କ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବେ । ଆର୍ଥିକ ଲାଭ ହୋଇପାରେ । କର୍ମଚଞ୍ଚଳ ରହିବେ । ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ । ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି କରିବେ । ସ୍ବାଦିଷ୍ଟ ଖାଦ୍ୟ ଭୋଜନ କରିବାର ଯୋଗ ରହିଛି । ବିଦ୍ୟାର୍ଥୀମାନେ ପାଠପଢାରେ ଆଗ୍ରହ ପ୍ରକାଶ କରିବେ ।
ମିଥୁନ:ଆଜି ନିଷ୍ଠା ଓ ଉଦ୍ୟମରେ ଆପଣଙ୍କର ଯୋଜନା ଅନୁଯାୟୀ କାର୍ଯ୍ୟ ସଂପୂର୍ଣ୍ଣ ହେବ । ଆପଣଙ୍କର ଆର୍ଥିକ ସମସ୍ୟାରେ ଦେଖାଦେଇପାରେ । କିନ୍ତୁ ଆପଣଙ୍କ ଯୋଜନା ମୁତାବକ ସହଜରେ କାର୍ଯ୍ୟ କରିପାରିବେ । ସହକର୍ମୀ ଏବଂ ସହଯୋଗୀ ସାମାନ୍ୟ କଟୁ ବ୍ୟବହାର କରିବେ । ଆପଣଙ୍କର ବନ୍ଧୁ ଏବଂ ଶୁଭଚିନ୍ତକ ଆପଣଙ୍କୁ ଖୁସି ରଖିବେ । ନିଜ ରାଗକୁ ନିୟନ୍ତ୍ରଣରେ ରଖିଲେ ପରିବାର ମଧ୍ୟରେ ଝଗଡା ଆପେ ଆପେ ଟଳିଯିବ । କୌଣସି ବ୍ୟକ୍ତିଙ୍କୁ ଟଙ୍କା ଧାର ଦେଉଥିଲେ ସେଥିପ୍ରିତି ଯଥେଷ୍ଟ ସଚେତନ ରହୁନ୍ତୁ । ଅତି ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ । ଅପଣଙ୍କ ସରଳତାର ଫାଇଦା ଉଠାଇପାରନ୍ତି । ଆଜି ଆପଣଙ୍କ ପ୍ରିୟ ଠାକୁରଙ୍କୁ ସ୍ମରଣ କରି କାର୍ଯ୍ୟ ଆରମ୍ଭ କରନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ଆଜି ମିଶ୍ରିତ ଫଳ ରହିବ ।
କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ । ଆଜି ଆପଣଙ୍କୁ ସ୍ବାଦିଷ୍ଟ ଖାଦ୍ୟ ମିଳିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । କାର୍ଯ୍ୟର ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରବେ । ନୂତନ ସ୍ଥାନ ଭ୍ରମଣ, ଅର୍ଥ ଓ ସମ୍ମାନ ମିଳିବ । ବନ୍ଧୁଙ୍କୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ବ୍ୟବସାୟିକ ଉନ୍ନତି କରିବେ । କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ । ସ୍ବାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଧ୍ୟାନ ଦେବେ । ପିରବାର ମଧ୍ୟରେ ଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆଜି ସନ୍ଧ୍ୟା ବେଳକୁ କିଛି ଖୁସି ଖବର ମିଳିପାରେ । ବହୁଦିନ ଧରି ଅଟକି ରହିଥିବା କାର୍ଯ୍ୟ ଆଜି ସମାପ୍ତ ହେବ । ବିଦ୍ୟାର୍ଥାମାନେ ଉଚ୍ଚାଭିଳାଷୀ ହେବେ ।
ସିଂହ:ଆଜି ଆପଣ ଭାବୁକ ରହିବ । ଯାହାଦ୍ବାରା ଆପଣ ମାନସିକ ଭାବେ ବ୍ୟାକୁଳ ଏବଂ ଅସ୍ଥିର ରହିବେ । କୌଣସି ଲୋକ ପାଇଁ ପ୍ରତିନିଧିତ୍ବ ନିଅନ୍ତୁ ନାହିଁ କିମ୍ବା ସାକ୍ଷୀ ହୁଅନ୍ତୁ ନାହିଁ । ତର୍କ ବିତର୍କ ଏବଂ ବିବାଦରୁ ଦୂରେଇ ରହନ୍ତୁ । ଆଇନ କାନୁନ ମାମଲାରେ ସାବଧାନ ରହିବା ଆବଶ୍ୟକ । ନିୟନ୍ତ୍ରଣ ବାହାରେ ଖର୍ଚ୍ଚ ବଢ଼ିପାରେ । କିଛି ଅଘଟଣ ଯୋଗୁଁ ଆପଣ ସାମାନ୍ୟ ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜର କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ । କ୍ରୋଧକୁ ନିଜ ଅଧିନରେ ନରଖିଲେ ନିଜ ଉପରେ ନ୍ୟସ୍ତ ଦାୟିତ୍ବକୁ ସଫଳ କରିପାରିବେ ନାହିଁ । ନିଜର ଖରାପ ଅଭ୍ୟାସକୁ ବଦଳାଇ ପାରିଲେ ଶରୀର ସୁସ୍ଥ ରହିବ । ଘରର ସଦସ୍ୟଙ୍କ ସହ ପାଟିତୁଣ୍ଡ ହୋଇପାରେ । ସେମାନେ ଆପଣଙ୍କୁ ହେୟଜ୍ଞାନ କରିବେ । ଆପଣଙ୍କର ଜିଦିଆ ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇବ । ପ୍ରଥମେ ଆପଣ ରାଗିଯିବେ, ମାତ୍ର ପଛରେ ଅନୁତାପ କରିପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଆଜି ମିଶ୍ରିତ ଫଳ ରହିବ ।
କନ୍ୟା: ଆଜି ଶ୍ରୀଗୁଣ୍ଡିଚାରେ କନ୍ୟା ରାଶିର ଭାଗ୍ୟ ଖୋଲିବ । ଆଜି ଆପଣଙ୍କୁ ଆର୍ଥ ଲାଭ ହେବାର ଯୋଗ ରହିଛି । ମହିଳାମାନଙ୍କ ମିତ୍ରଙ୍କ ସହିତ ମଧୁର ସମ୍ପର୍କ ହେବା ସମ୍ଭାବନା ଅଛି । ବନ୍ଧୁମାନଙ୍କ ସହ ବାହାରେ କିଛି ସୌନ୍ଦର୍ଯ୍ୟ ସ୍ଥାନରେ ମଉଜ ମଜଲିସ କରିପାରନ୍ତି । ପିଲାଙ୍କ ସହ ଖୁସିରେ ଦିନ ଅତିବାହିତ ହେବ । କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରବେ । ନିବିଡ ବନ୍ଧୁ ତଥା ପରିବାର ବର୍ଗଙ୍କ ସହିତ ସମୟ ଅତିବାହିତ କରିବେ । ମିଠାକଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ । ଶାରୀରିକ ସୁସ୍ଥତା ସହ ମନ ଆନନ୍ଦିତ ରହିବ । ବନ୍ଧୁ ଏବଂ ପରିବାର ସହ କୌଣସି ସ୍ଥାନ ପରିଦର୍ଶନରେ ଯିବେ । ସାଂସ୍କୃତିକ, କଳା ଓ ଖେଳ ସମ୍ପର୍କୀତ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ । ପତିପତ୍ନିଙ୍କ ସମ୍ପର୍କ ସୁଦୃଢହେବ । ନିଜର ମିଠା କଥାରେ ଅନ୍ୟମାନଙ୍କ ମନ କିଣିବେ । ଆଜି ପୂଜା ପାଠରେ ମନ ଦେବେ । ବିଦ୍ୟାର୍ଥୀଙ୍କ ପାଇଁ ଆଜି ଅତ୍ୟନ୍ତ ଶୁଭ ରହିବ ।
ତୁଳା:ବୃତିଗତ ସଙ୍ଗେସଙ୍ଗେ ବ୍ୟବସାୟରେ ମଧ୍ୟ ଉଜ୍ବଳ ଏବଂ ଅନୁକୂଳ ରହିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାର ଅଛି । ପଦୋନ୍ନତିର ସୁଯୋଗ ମହଜୁତ ରହିଛି । ଯେଉଁ କାର୍ଯ୍ୟରେ ଆଜି ଆପଣ ହାତ ଦେବେ ସେଥିରେ ସୁଫଳ ପାଇବେ । ଆମୋଦ ପ୍ରମୋଦରେ ସମୟ କାଟିବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ସନ୍ଧ୍ୟାରେ କାହାର କୋମଳ ଭାଷା ଆପଣଙ୍କ ହୃଦୟକୁ ଉଲ୍ଲସିତ କରିପାରେ । ଆଜି ଆପଣ ନିଜର ପୁରଣା ବନ୍ଧୁଙ୍କୁ ଭେଟି ପାରନ୍ତି । ଘରେ ଶାନ୍ତି ଏବଂ ସଦ୍ଭାବ ପରିପୂର୍ଣ୍ଣ ରହିବ । ଆପଣଙ୍କ ମାଆ ଆପଣଙ୍କ ଲାଭ ଓ ସପକ୍ଷରେ ଯିବା ପାଇଁ ଇଚ୍ଛୁକ ରହିବେ । ସରକାରୀ କାର୍ଯ୍ୟ ଆପଣଙ୍କ ପାଇଁ ଉପଯୋଗୀ ହେବ । ଆଜି ଆପଣଙ୍କ ମନ ଭକ୍ତିପୂର୍ଣ୍ଣ ରହିବ । ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ହେବେ ।
ବିଛା: