ETV Bharat / bharat

କେରଳ ସର୍ବଗ୍ରାସୀ ଭୂସ୍ଖଳନରେ ଭାସିଗଲେ ବାପା ମା’; ଅନାଥ ଶିଶୁଙ୍କୁ କ୍ଷୀର ପିଆଇ ଚର୍ଚ୍ଚାରେ ମହିଳା, ଚାରିଆଡେ ପ୍ରଶଂସା - COUPLE TO WAYANAD FOR BREAST FEED

author img

By ETV Bharat Odisha Team

Published : Aug 3, 2024, 7:45 AM IST

Updated : Aug 3, 2024, 10:17 AM IST

woman offers breast milk to kids who lost mothers in Kerala landslides: କେରଳ ଭୂସ୍ଖଳନ ବିଭୀଷିକାରେ ମାଟି ଓ କାଦୁଅ ତଳୁ ଖୋଜା ଚାଲିଛି ଜୀବନ । ମୃତ୍ୟୁ ସଂଖ୍ୟା 300 ପାର । ମହାବିପର୍ଯ୍ୟୟରେ ଛାରଖାର ୱାୟନାଡ୍ । ବିଷମ ପରିସ୍ଥିତି ସତ୍ତ୍ୱେ ମାଟି ଓ କାଦୁଅ ତଳୁ ଖୋଜା ଚାଲିଛି ଜୀବନ । ଗତ ମଙ୍ଗଳବାର ଭୋରରୁ ହୋଇଥିବା ସର୍ବଗ୍ରାସୀ ଭୂସ୍ଖଳନରେ ଏବେ ସୁଦ୍ଧା ମୃତ୍ୟ ସଂଖ୍ୟା 300 ପାର୍ କରିଛି । ଅଧିକ ପଢନ୍ତୁ

Couple To Wayanad For Breast Feed
Couple To Wayanad For Breast Feed (ETV Bharat Odisha)

ହାଇଦ୍ରବାଦ: କେରଳ ଓ୍ବାୟନାଡରେ ସବୁକିଛି ଛାରଖାର କରିଦେଇଛି ସର୍ବଗ୍ରାସୀ ଭୂସ୍ଖଳନ । ଭୂସ୍ଖଳନକୁ 5 ଦିନ ପୁରିଥିବାବେଳେ ଆଜିବି ମାଟି କାଦୁଅ ତଳୁ ଜୀବନ ସତ୍ତା ଖୋଜା ଚାଲିଛି । ଏପଟେ ଭୟଙ୍କର ବିଭୀଷିକା ପରେ ଏପରି ଏନେକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସୁଛି ଯାହା ଜନମାନସଙ୍କୁ ସ୍ତବ୍ଧ କରିଦେଉଛି । ପ୍ରକୃତିର କରାଳ ରୂପ ଆଗରେ ମଣିଷ ଯେ କେତେ ଛାର ତାର ଭୟାନକ ଚିତ୍ର ଦେଖିଲା ପରେ ମାଟି ତଳେ ହଜିଯାଇଥିବା ପରିବାର ଲୋକଙ୍କ କଥା ଭାବିଲା ବେଳକୁ ଦେହ ଯେପରି ଶୀତେଇ ଯାଉଛି ।

ହେଲେ ଭାବିଛନ୍ତି କି ମାଟି କାଦୁଅର ମୃତ୍ୟୁଧାରୀ ଲହଡିରେ ଭାସିଯାଇଥିଲା ବାପା ମା’ଙ୍କ ପିଲା ମାନେ କିପରି ଅଛନ୍ତି । କିପରି ଅଛନ୍ତି କୁନି କୁନି ଅନାଥ, ଅସହାୟ ମା’ ଛେଉଣ୍ଡ ପିଲା । ଆଉ ସେମାନେ ଖାଉଛନ୍ତି କଣ ? ପିଉଛନ୍ତି କଣ ତାଙ୍କ କଥା ବୁଝୁଛି କିଏ ? ହେଲେ ବର୍ତ୍ତମାନ ଏପରି ଜଣେ ମହିଳା ଚର୍ଚ୍ଚାକୁ ଆସିଛନ୍ତି ଯିଏ ଭୂସ୍ଖଳନ ସମୟରେ ଆଗକୁ ଆସି ପିଲାଙ୍କୁ ସ୍ତନ୍ୟପାନ କରାଉଛନ୍ତି ।

କେରଳ ଇଦୁକି ଅଞ୍ଚଳର ପତ୍ନୀ ଭାବନା ଏବଂ ସ୍ବାମୀ ସାଜିନ୍ ପରାକର । ଦୁଇ ସନ୍ତନଙ୍କ ପିତା ମାତା ଦୁହେଁ । ଦୁଇ ଜଣ ବର୍ତ୍ତମାନ ଅନାଥ ଶିଶୁଙ୍କ ସବୁକିଛି ପାଲଟିଛନ୍ତି । ତେବେ ଘଟଣା ଏପରି ଥିଲା କି, ଭୂସ୍ଖଳନ ଘଟିବା ପର ଦିନ ତାଙ୍କ ସ୍ବାମୀ ଫେସବୁକରେ ପୋଷ୍ଟ କରିଥିଲେ କି, ଯଦି କୌଣସି ପିଲା ମା’ କ୍ଷୀର ଆବଶ୍ୟକ କରୁଛି ମୋତେ ଜଣାନ୍ତୁ, ମୋ ସ୍ତ୍ରୀ ପ୍ରସ୍ତୁତ । ଏପଟେ ଭାବନା କହିଛନ୍ତି କି, ଯେତେବେଳେ ମୁଁ ଏହି ଭୂସ୍ଖଳନ ସମ୍ପର୍କରେ ଶୁଣିଲି, ମୁଁ କୁନି କୁନି କ୍ଷୀର ଖିଆ ପିଲାଙ୍କ କଥା ଭାବି ଚନ୍ତିତ ହୋଇପଡିଥିଲି । ବାପା ମା’ଙ୍କୁ ହରାଇ ପିଲାମାନେ କିପରି ଥିବେ ଚିନ୍ତା କରିପାରୁନଥିଲି ।

ଏହା ବି ପଢନ୍ତୁ- ମାଟତଳୁ ମୃତଦେହ ଖୋଜି ଚର୍ଚ୍ଚାରେ ‘ସ୍ନାଇପର୍ ଡଗ୍’, କେରଳ ପୋଲିସର ବିପର୍ଯ୍ୟୟ ସାଥୀ ମାୟା-ମର୍ଫି; ଭୂସ୍ଖଳନ ହେଲେ... - Army dogs helping to find bodies

ଭାବନା କହିଛନ୍ତି, "ମୁଁ ଦୁଇ କୁନି ଛୁଆଙ୍କ ମା । ମୁଁ ଜାଣିଛି ଗୋଟେ ପିଲା ମା’କୁ ଛାଡି କିଭଳି କଷ୍ଟରେ ବଞ୍ଚିଥାଏ । ସେଥିପାଇଁ ମୁଁ ସ୍ତନ୍ୟ ପାନ କରାଇବାକୁ ଆଗେଇ ଆସିଲି । ମୁଁ ଯେତେବେଳେ ଏନେଇ ସ୍ବାମୀଙ୍କ ସହ କଥା ହେଲି ମୋତେ ସ୍ବାମୀ ସମର୍ଥନ କରିଥିଲେ ।"

ପତି ପତ୍ନୀଙ୍କ ନିକଟକୁ ଫେସବୁକ ପୋଷ୍ଟ ଦେଖି ଅନେକ ଫୋନ କଲ ଆସିଥିଲା । ଦୁହେଁ ବାହାରି ଯାଇଥିଲେ ଓ୍ବାୟନାଡ । ତେବେ ସେଠାରେ କିଛି ଦିନ ରହି ପିଲାଙ୍କୁ ସ୍ତନ୍ୟ ପାନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ଦୁହେଁ । ଏପଟେ ପତି ପତ୍ନୀଙ୍କ ଏହି ନିଷ୍ପତ୍ତିକୁ ଚାରିଆଡେ ପ୍ରଶଂସା କରାଯାଉଛି ।

Last Updated : Aug 3, 2024, 10:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.