ETV Bharat / health

ପଡ଼ୁଛି ଭଦ୍ରାକାଳ; ଏହି ସମୟରେ ଭୁଲରେ ବି ଭାଇ ହାତରେ ବାନ୍ଧନ୍ତୁ ନାହିଁ ରାକ୍ଷୀ, ନଚେତ୍‌ ଆସିବ ବଡ଼ ବିପଦ ! - Rakhi Purnima 2024

author img

By ETV Bharat Odisha Team

Published : Aug 3, 2024, 7:34 PM IST

Perfect Time To Tie Rakhi: କେଉଁ ସମୟରେ ଭାଇ ହାତରେ ବାନ୍ଧିବେ ରାକ୍ଷୀ । ଏଥର ପଡ଼ୁଛି ଭଦ୍ରାକାଳ । ଏହି ସୟରେ ବାନ୍ଧନ୍ତୁ ନାହିଁ ରାକ୍ଷୀ । ଭାଇ ପ୍ରତି ଆସିପାରେ ବଡ଼ ବିପଦ । ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଉପଯୁକ୍ତ ସମୟ । ଅଧିକ ପଢ଼ନ୍ତୁ

RAKHI PURNIMA 2024
RAKHI PURNIMA 2024 (ETV Bharat Odisha)

ହାଇଦ୍ରାବାଦ: ଭାଇ-ଭଉଣୀଙ୍କ ପବିତ୍ର ସଂପର୍କର ପ୍ରତୀକ ରକ୍ଷା ବନ୍ଧନ । ନିଜର ସୁରକ୍ଷା ପାଇଁ ଭାଇର ହାତରେ ସ୍ନେହର ଡୋରୀ ରାକ୍ଷୀ ବାନ୍ଧିଥାଏ ଭଉଣୀ । ଆଉ ଭାଇଟିଏ ଭଉଣୀକୁ ସବୁ ବିପଦ ଆପଦରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥାଏ । ସେଥିପାଇଁ ପ୍ରତ୍ୟେକ ଭଉଣୀ ଏହି ଦିନଟିକୁ ଖୁବ୍‌ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି । ଶ୍ରାବଣ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ପାଳନ କରାଯାଇଥାଏ । ଚଳିତ ବର୍ଷ ଅଗଷ୍ଟ ୧୯ ତାରିଖ ସୋମବାର ଦିନ ରକ୍ଷା ବନ୍ଧନ ପଡ଼ୁଛି । ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ କେଉଁ ସମୟରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିବା ଉଚିତ ? କେଉଁ ସମୟରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ ? ଏହା ସହ ଚଳିତ ବର୍ଷର ରକ୍ଷା ବନ୍ଧନର ଶୁଭ ମୂହୁର୍ତ୍ତ କେଉଁ ସମୟରେ ରହିବ ଆସନ୍ତୁ ଜାଣିବା ।

RAKHI PURNIMA 2024
RAKHI PURNIMA 2024 (RKC)

ରକ୍ଷା ବନ୍ଧରେ ହେବ ଅଦ୍ଭୁତ ସଂଯୋଗ:

2024 ରାକ୍ଷୀ ପୂର୍ଣ୍ଣିମା ପର୍ବ ଦିନ ମହାଦେବ ଶଙ୍କରଙ୍କ ପ୍ରିୟ ପବିତ୍ର ଶ୍ରାବଣ ମାସର ଶେଷ ତଥା ପଞ୍ଚମ ସୋମବାର ପଡ଼ୁଛି । ଚଳିତ ବର୍ଷ ରକ୍ଷା ବନ୍ଧନ ସବାର୍ଥ ସିଦ୍ଧି ଯୋଗ, ରବି ଯୋଗ ଏବଂ ଧନିଷ୍ଠା ନକ୍ଷତ୍ରର ବିଶେଷ ତଥା ଅଦ୍ଭୁତ ସଂଯୋଗ ପଡ଼ୁଛି । ଏହି ଶୁଭ ଯୋଗ କାରଣରୁ ଏବର୍ଷ ରକ୍ଷା ବନ୍ଧନ ଅତ୍ୟନ୍ତ ଫଳପ୍ରଦ ହେବ ।

RAKHI PURNIMA 2024
RAKHI PURNIMA 2024 (RKC)

ଏହି ସମୟରେ ଭୁଲରେ ବି ଭାଇ ହାତରେ ବାନ୍ଧନ୍ତୁ ନାହିଁ ରାକ୍ଷୀ:

ହିନ୍ଦୁ ଧର୍ମଗ୍ରନ୍ଥ ପୁରାଣ ଅନୁସାରେ, ଭଦ୍ରାକାଳ ଥିଲେ ରାକ୍ଷୀ ବାନ୍ଧିବା ଅଶୁଭ ମନାଯାଇଥାଏ । ସନାତନ ଧର୍ମ ମାନ୍ୟତା ଅନୁସାରେ, ଭଦ୍ରାକାଳରେ କୌଣସି ବି ଶୁଭ କାର୍ଯ୍ୟ କରାଯାଏ ନାହିଁ । ବ୍ରତରାଜ ଗ୍ରନ୍ଥ ମୁତାବିକ, ରକ୍ଷା ବନ୍ଧନ ଭଳି ଶୁଭ କାମକୁ ଭଦ୍ରାକାଳ ସମାପ୍ତ ହେବା ପରେ କରିବା ଉଚିତ । ତେବେ 2024ରେ ରକ୍ଷା ବନ୍ଧନ ଦିନ ମଧ୍ୟ ଭଦ୍ରାକାଳ ଯୋଗ ରହିଛି । ଯେଉଁ ସମୟରେ ରାକ୍ଷୀ ବାନ୍ଧିବା ନିଷେଧ । ଅଗଷ୍ଟ ୧୯ ତାରିଖରେ ଭଦ୍ରାକାଳ ସକାଳ ୯ଟା ୫୧ମିନିଟ୍‌ ସମୟରେ ଆରମ୍ଭ ହେଉଛି । ଯାହା ମଧ୍ୟାହ୍ନ ୧ଟା ୩୦ ମିନିଟ୍‌ ସମୟରେ ସମାପ୍ତ ହେବାକୁ ଯାଉଛି । ଏହି ସମୟରେ ଭଉଣୀମାନେ ଭୁଲରେ ବି ଭାଇ ହାତରେ ରାକ୍ଷୀ ବାନ୍ଧିବା ଅନୁଚିତ୍‌ ।

RAKHI PURNIMA 2024
RAKHI PURNIMA 2024 (RKC)

ଭାଇର ଜୀବନରେ ଘୋଟି ଆସିବ ସଂକଟର କଳା ବାଦଲ:

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଭଦ୍ରାକାଳ ଏକ ଗ୍ରହଣ ଭଳି ସମୟ । ଯାହା ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବାଧା ଉତ୍ପନ୍ନ କରିଥାଏ । ଏହାର କାରଣ ହେଉଛି, ଭଦ୍ରାକାଳରେ ଗ୍ରହମାନଙ୍କ ସ୍ଥିତି ଏଭଳି ଥାଏ, ଯାହା ଶୁଭ କାର୍ଯ୍ୟ ପାଇଁ ଅନୁକୂଳ ନୁହେଁ । ଭଦ୍ରାକାଳରେ ଭଉଣୀମାନେ ରାକ୍ଷୀ ବାନ୍ଧିବା ଭଳି ପବିତ୍ର ତଥା ଶୁଭ କାର୍ଯ୍ୟ ଠାରୁ ଦୂରେଇ ରହିବା ଉଚିତ । ନଚେତ ଏହା ଭାଇର ଜୀବନ ସହ ନିଜ ପରିବାର ଉପରେ ନକରାକତ୍ମକ ପ୍ରଭାବ ପକାଇପାରେ ।

RAKHI PURNIMA 2024
RAKHI PURNIMA 2024 (RKC)
  • ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିଲେ ଉଭୟ ଭାଇ ଓ ଭଉଣୀଙ୍କ ପୂଣ୍ୟ ନଷ୍ଟ ହୋଇଯିବ । ଭାଇର ଜୀବନରେ ସମସ୍ୟା ଅଧିକ ବଢ଼ିଯିବ । ଶୁଭ କାର୍ଯ୍ୟ ବି ଅଶୁଭ ହୋଇଯିବା ସହ ସିଦ୍ଧି କାର୍ଯ୍ୟ ଅସିଦ୍ଧି ହୋଇଯାଏ ।
  • ଭାଇର ବ୍ୟବସାୟ, ଚାକିରି ଓ ଟଙ୍କା ପଇସା ଆଗମନରେ ନକରାତ୍ମକ ପ୍ରଭାବ ପଡ଼ିପାରେ । ଧନହାନୀ ସହ ଅଯଥା ଖର୍ଚ୍ଚ ବଢ଼ିପାରେ । ଏହାସହ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ ।
  • ଭଦ୍ରାର ଖରାପ ପ୍ରଭାବରେ ଭାଇର ଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହ ଯାନବାହାନ ଦୁର୍ଘଟଣାର ହେବାର ସମ୍ଭାବନା ମଧ୍ୟ ଥାଏ । ଏହାସହ ଅକାଳ ବିୟୋଗ ମଧ୍ୟ ହୋଇପାରେ ।

ରାକ୍ଷୀ ବାନ୍ଧିବାର ଶୁଭ ମୂହୁର୍ତ୍ତ:

RAKHI PURNIMA 2024
RAKHI PURNIMA 2024 (RKC)

ବ୍ରତରାଜ ଗ୍ରନ୍ଥ ଅନୁସାରେ, ଚଳିତ ବର୍ଷ ରାକ୍ଷୀ ବାନ୍ଧିବା ପାଇଁ ଅପରାହ୍ନ ସମୟ ସର୍ବୋତ୍ତମ । ୨୦୨୪ ବର୍ଷରେ ରକ୍ଷା ବନ୍ଧନର ଶୁଭ ମୂହୁର୍ତ୍ତ ଅଗଷ୍ଟ ୧୯ ତାରିଖ ୧ଟା ୪୬ ମିନିଟରୁ ଆରମ୍ଭ ହୋଇ ୪ଟା ୧୯ ମିନିଟ ପର୍ଯ୍ୟନ୍ତ ରହିଛି । ଏହି ଶୁଭ ସମୟର ଅବଧି ହେଉଛି ୨ ଘଣ୍ଟା ୩୭ ମିନିଟ୍‌ । ଏହି ଅବଧି ମଧ୍ୟରେ ଭାଇ ହାତରେ ରାକ୍ଷୀ ବାନ୍ଧିବା ଶୁଭ ହେବା ସହ ଭାଇର ମଙ୍ଗଳ ମଧ୍ୟ ହୋଇଥାଏ ।

ଏହି ୱେବସାଇଟରେ ଦିଆଯାଇଥିବା ସମସ୍ତ ତଥ୍ୟ କେବଳ ଆପଣଙ୍କ ସୂଚନା ପାଇଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.