ETV Bharat / bharat

ହାଇଦ୍ରାବାଦବାସୀଙ୍କ ପାଇଁ ଖୁସି ଖବର; ଆଉ ରହିବନି ସପିଂମଲ୍-ରେଷ୍ଟୁରାଣ୍ଟ ବନ୍ଦ ଟେନସନ୍, କେବଳ ମଦ ଦୋକାନ... - Shops to open Midnight in Hydarabad

author img

By ETV Bharat Odisha Team

Published : Aug 3, 2024, 8:31 AM IST

Updated : Aug 3, 2024, 9:11 AM IST

Shops, Restaurant hotel in Hyderabad to remain open till 1 AM: ହାଇଦ୍ରାବାଦବାସୀଙ୍କ ପାଇଁ ଖୁସି ଖବର । ଏଣିକି ମଧ୍ୟରାତ୍ର ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ । ରେଷ୍ଟ୍ରୁରାଣ୍ଟ, ହୋଟେଲ ଓ ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ରାତି ୧ଟା ପର୍ଯ୍ୟନ୍ତ ଚାଲୁ ରଖିବା ନେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଶୁକ୍ରବାର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Hyderabad Shops open
Hyderabad Shops open (ETV Bharat Odisha)

ହାଇଦ୍ରାବାଦ: ତେଲେଙ୍ଗାନାବାସୀଙ୍କ ପାଇଁ ଖୁସି ଖବର । ଏଣିକି ହାଇଦ୍ରାବାଦରେ ମଧ୍ୟରାତ୍ର ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ । ରେଷ୍ଟ୍ରୁରାଣ୍ଟ, ହୋଟେଲ ଓ ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ରାତି ୧ଟା ପର୍ଯ୍ୟନ୍ତ ଚାଲୁ ରଖିବା ନେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଶୁକ୍ରବାର ଘୋଷଣା କରିଛନ୍ତି । ଗ୍ରାହକମାନଙ୍କ ସୁବିଧା ପାଇଁ ହାଇଦ୍ରାବାଦରେ ସମସ୍ତ ଦୋକାନ ବଜାର ଏଣିକି ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବ ।

ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏନେଇ କହିଛନ୍ତି, "ହାଇଦ୍ରାବାଦରେ କେବଳ ମଦ ଦୋକାନ ଓ ବାର ବ୍ୟତୀତ ଅନ୍ୟ ସମସ୍ତ ହୋଟେଲ, ରେଷ୍ଟ୍ରୁରାଣ୍ଟ ଓ ଅନ୍ୟାନ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ରାତି ଗୋଟାଏ ପର୍ଯ୍ୟନ୍ତ ଖୋଲା ଓ କାର୍ଯ୍ୟକ୍ଷମ ହେବାକୁ ନିର୍ଦ୍ଦେଶ ଦିଆଯିବ । ଏହି ପରିପ୍ରେକ୍ଷୀରେ ସମସ୍ତ ୩ ପୋଲିସ କମିଶନରେଟକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯିବ ।

କେବଳ ମଦ ଦୋକାନ ଛାଡି ଅନ୍ୟ ସମସ୍ତ ଦୋକାନ ରାତି ୧ ପର୍ଯ୍ୟନ୍ତ ଖୋଲା: ହାଇଦ୍ରାବାଦରେ ରାତି ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବା ନେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଅନୁମତି ପ୍ରଦାନ କରିଛନ୍ତି ।କେବଳ ମଦ ଦୋକାନକୁ ଏଥିରେ ବାଦ ଦିଆଯାଇଛି । ମଦ ଦୋକାନ ପୂର୍ବ ସମୟ ଅନୁସାରେ ବନ୍ଦ କରାଯିବ । ମୁଖ୍ୟମନ୍ତ୍ରୀ ଏନେଇ କହିଛନ୍ତି, "ମଦ ଦୋକାନ ପୂର୍ବ ସମୟ ଅନୁଯାୟୀ ବନ୍ଦ ରହିବ । ମୁଁ ମଦ ବିରୋଧୀ ଅଟେ ।ଯଦି ମଦ ଦୋକାନ ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ରହିବ ତେବେ ଲୋକମାନେ ଅଧିକ ମଦ ପିଇବେ । ମୁଁ ଏନେଇ ସରକାରୀ ଭାବେ ନିର୍ଦ୍ଦେଶ ଦେଉଛି । ଏଥିରେ କାହାର ସମସ୍ୟା ରହିବ ନାହିଁ ।"

ଏହାମଧ୍ୟ ପଢନ୍ତୁ... ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଲୋଟସ ପଣ୍ଡ ହାଉସ ସମ୍ମୁଖ ସେଡ୍ ଉଚ୍ଛେଦ - GHMC Demolished Illegal Structures

ତେଲେଙ୍ଗାନା ବିଧାନସଭାରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଶୁକ୍ରବାର ଦିନ ହାଇଦ୍ରାବାଦ ମେଟ୍ରୋ ସିଟିରେ ସ୍ଥାୟୀ ସହରୀ ବିକାଶ ପାଇଁ କାର୍ଯ୍ୟକଳାପ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସେ ଆଉ ମଧ୍ୟ କହିଛନ୍ତି ଯେ, ଗୋଶାମହଲରେ ଥିବା ପୁରୁଣା ପୋଲିସ୍ କ୍ୱାର୍ଟର୍ସକୁ ଭାଙ୍ଗି ନୂତନ ଓସମାନିଆ ଜେନେରାଲ୍ ହସ୍ପିଟାଲ୍ ନିର୍ମାଣ ପାଇଁ ଯୋଜନା ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 3, 2024, 9:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.