ETV Bharat / international

ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ ଯୁଦ୍ଧର ପଦଧ୍ବନୀ: କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଇରାନ, ପଶ୍ଚିମ ରାଷ୍ଟ୍ରଙ୍କୁ ସହଯୋଗ ମାଗିଲା ଇସ୍ରାଏଲ - Iran Israel conflict

author img

By ETV Bharat Odisha Team

Published : Aug 4, 2024, 8:16 AM IST

ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ । ମୁହାଁମୁହିଁ ସ୍ଥିତିରେ ଇରାନ-ଇସ୍ରାଏଲ । ହମାସ ନେତା ଇସମାଇଲ ହାନିହେଙ୍କ ହତ୍ୟା ପାଇଁ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଇରାନ । ଆମେରିକା ସମେତ ପଶ୍ଚିମ ସହଯୋଗୀଙ୍କ ସାହାଯ୍ୟ ଲୋଡିଲା ଇସ୍ରାଏଲ । ଅଧିକ ପଢନ୍ତୁ

ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ ଯୁଦ୍ଧର ପଦଧ୍ବନୀ: କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଇରାନ, ପଶ୍ଚିମ ରାଷ୍ଟ୍ରଙ୍କୁ ସହଯୋଗ ମାଗିଲା ଇସ୍ରାଏଲ
ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ ଯୁଦ୍ଧର ପଦଧ୍ବନୀ: କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଇରାନ, ପଶ୍ଚିମ ରାଷ୍ଟ୍ରଙ୍କୁ ସହଯୋଗ ମାଗିଲା ଇସ୍ରାଏଲ (ETV Bharat Odisha)

ହାଇଦ୍ରାବାଦ: ଅଶାନ୍ତ ମଧ୍ୟପ୍ରାଚ୍ୟ ପୁଣି ଏକ ବଡ ଯୁଦ୍ଧ ମୁହାଁ ହୋଇଛି । ତେହେରାନରେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ‘ହମାସ’ର ଶୀର୍ଷ ନେତା ଇସମାଇଲ ହାନିହେଙ୍କ ହତ୍ୟା ପରେ ଇସ୍ରାଏଲ-ଇରାନ ସମ୍ପର୍କ ତୀବ୍ର ତିକ୍ତତାରେ ପହଞ୍ଚିଛି । ଏପରିକି ଇରାନ କୌଣସି ମୁହୂର୍ତ୍ତରେ ଇସ୍ରାଏଲ ବିରୋଧରେ ବଡଧରଣର ସାମରିକ ଅପରେସନ ଆରମ୍ଭ କରିପାରେ ବୋଲି ଏକାଧିକ ପଶ୍ଚିମ ଦେଶର ଗୁଇନ୍ଦା ରିପୋର୍ଟରେ ଜଣାପଡିଛି । ଇରାନ ଆକ୍ରମଣ ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି ଓ କୌଣସି ମୁହୂର୍ତ୍ତରେ ଇସ୍ରାଏଲ ଉପରେ ପ୍ରବଳ କ୍ଷେପଣାସ୍ତ୍ର ମାଡ କରିପାରେ ।

ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ ଯୁଦ୍ଧର ପଦଧ୍ବନୀ: କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଇରାନ
ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ ଯୁଦ୍ଧର ପଦଧ୍ବନୀ: କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଇରାନ (ETV Bharat Odisha)
  • ପଶ୍ଚିମ ରାଷ୍ଟ୍ରଙ୍କ ସହଯୋଗ ମାଗିଲା ଇସ୍ରାଏଲ:-

ଇସ୍ରାଏଲ ମଧ୍ୟ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ମୁକାବିଲା ରଣନୀତି ଆରମ୍ଭ କରିସାରିଛି । ‘ନାଟୋ’ ଓ ଅନ୍ୟ ପଶ୍ଚିମ ସହଯୋଗୀଙ୍କ ସମନ୍ବୟରେ ଇସ୍ରାଏଲ ଏହି ଆକ୍ରମଣର ମୁକାବିଲା କରିବା ପାଇଁ ଯୋଜନା କରୁଛି । ଇସ୍ରାଏଲର ଅନ୍ୟତମ ପ୍ରମୁଖ ସହଯୋଗୀ ଆମେରିକା ମଧ୍ୟପ୍ରାଚ୍ୟରେ ସାମରିକ ଶକ୍ତି ବୃଦ୍ଧି କରିବା ଆରମ୍ଭ କରିସାରିଛି । ଅନ୍ୟ ପଶ୍ଚିମରାଷ୍ଟ୍ର ତଥା ‘ନାଟୋ’ ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ଇସ୍ରାଏଲକୁ ସମର୍ଥନ ଦେଉଛନ୍ତି ।

  • ଇସ୍ରାଏଲ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ:-

ସମ୍ଭାବ୍ୟ ଆକ୍ରମଣ ଆଶଙ୍କାକୁ ଇସ୍ରାଏଲ ସ୍ବୀକାର କରିବା ସହ ଗମ୍ଭୀରତାର ସହ ନେଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗ୍ୟାଲାଣ୍ଟ କହିଛନ୍ତି, ଏହି ପ୍ରକାର ସମ୍ଭାବ୍ୟ ସ୍ଥିତିକୁ ମୁକାବିଲା କରିବା ପାଇଁ ଇସ୍ରାଏଲ ପ୍ରସ୍ତୁତ ଅଛି । ଆମେରିକା ଓ ବ୍ରିଟେନ ସହଯୋଗ ନିଆଯାଉଛି । ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓଲାଏଡ ଅଷ୍ଟିନ ଏବଂ ଜନ୍ ହେଲିଙ୍କ ସହ ସେ କଥା ହୋଇଛନ୍ତି । ସାମ୍ପ୍ରତିକ ସ୍ଥିତି ଓ ସୁରକ୍ଷା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି । ଆମେରିକାର ବାଇଡେନ ପ୍ରଶାସନର ସ୍ବତନ୍ତ୍ର ବିଶେଷଜ୍ଞ ଟିମ ମଧ୍ୟପ୍ରାଚ୍ୟ ସ୍ଥିତିର କ୍ରମବିକାଶଃ ଉପରେ ନଜର ରଖିଛନ୍ତି । ଇରାନ ଆକ୍ରମଣ କଲେ ଆମେରିକା ପୂର୍ବ ପରି ଇସ୍ରାଏଲକୁ ଖୋଲା ସମର୍ଥନ ଘୋଷଣା କରିବା ସହ ଯୁଦ୍ଧରେ ସହଯୋଗ ମଧ୍ୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି, ଯାହା ସ୍ଥିତିକୁ ଆହୁରି ଜଟିଳ କରିପାରେ ।

  • ହମାସ ନେତା ଇସମାଇଲଙ୍କ ହତ୍ୟା ପରେ ଯୁଦ୍ଧ ଆଶଙ୍କା:-

ମଧ୍ୟପ୍ରାଚ୍ୟର ଅନ୍ୟତମ ଶକ୍ତିଶାଳୀ ଦେଶ ହେଉଛି ଇରାନ । ଏହାର ଆମେରିକା ଓ ଇସ୍ରାଏଳ ସହ ପୂର୍ବରୁ ମଧ୍ୟ ଗମ୍ଭୀର ତିକ୍ତତା ମଧ୍ୟ ରହିଛି । ପାଲେଷ୍ଟାଇନ ଆକ୍ରମଣ ପରଠାରୁ ଇରାନ ଇସ୍ରାେଲ ବିରୋଧରେ ରହିଛି । ନିକଟରେ ହମାସର ଶୀର୍ଷ ନେତା ଇସମାଇଲ ହାନିହେ ଇରାନ ରାଜଧାନୀ ତେହେରାନରେ ଥିବା ବେଳେ ତାଙ୍କୁ ଅତି ସିକ୍ରେଟ ମିଶନରେ ହତ୍ୟା କରାଯାଇଛି । ଏହା ପଛରେ ଇସ୍ରାଏଲର ଭୂମିକା ଥିବା ସ୍ପଷ୍ଟ ଭାବେ କହିସାରିଛି ଇରାନ । ଇସ୍ରାଏଲ ପକ୍ଷରୁ ଏହ ଅଭିଯୋଗ ସମ୍ପର୍କରେ ବର୍ତ୍ମାନ ସୁଦ୍ଧା କୌଣସି ସ୍ପଷ୍ଟୀକରଣ ରଖାଯାଇନି । ଇରାନ ଏହି ହତ୍ୟା ପାଇଁ ସିଧା ଆକ୍ରମଣ କରିବା ଯୋଜନାରେ ରହିଛି । ସେହିପରି ଇରାନର ଅନ୍ୟତମ ଶୀର୍ଷ କମାଣ୍ଡର ସୁଲେମାନୀଙ୍କୁ ବାଗଦାଦରେ ହତ୍ୟା କରାଯିବା ପଛରେ ଆମେରିକା ଭୂମିକା ଥିବାରୁ ଦୁଇ ଦେଶର ସମ୍ପର୍କ ତିକ୍ତ ରହିଛି ।

ଏହା ମଧ୍ୟ ପଢନ୍ତୁ:- ଇସ୍ରାଏଲ ଆକ୍ରମଣରେ ହମାସ୍‌ର ମିଲିଟାରୀ ମୁଖ୍ୟ ମହମ୍ମଦ ଡେଫଙ୍କ ମୃତ୍ୟୁ - Hamas military chief killing

ଇରାନ - ଇସ୍ରାଏଲ ଶତ୍ରୁତା:-

ମଧ୍ୟପ୍ରାଚ୍ୟର ଶକ୍ତିଶାଳୀ ଇସଲମୀୟ ଦେଶ ଇରାନ ପୃଷ୍ଟପୋଷକତାରେ ଲେବନନରେ ଆତଙ୍କୀ ସଂଗଠନ ‘ହିଜବୁଲ୍ଲା’ ଓ ୟେମେନରେ ‘ହୁତି’ ସଂଗଠନ ଇସ୍ରାଏଲ ବିରୋଧରେ ଲଢୁଛନ୍ତି । ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବା ବେଳେ ଏମାନେ ମଧ୍ୟ ଇସ୍ରାଏଲ ବିରୋଧରେ ଆକ୍ରମଣ କରିପାରନ୍ତି । ଇସ୍ରାଏଲ ସିରିଆରେ ଥିବା ଇରାନ ଦୂତାବାସ ଉପରେ ଆକ୍ରମଣ କରିଥିଲା । ଏଥିରେ ଇରାନ ସେନା ରିଭ୍ୟୁଲୁସନାରୀ ଗାର୍ଡର କିଛି ସୈନ୍ୟଙ୍କ ସମେତ ଏକାଧିକ ଅଧିକାରୀ ପ୍ରାଣ ହରାଇଥିଲେ । ଏହା ପରେ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.