ଓଡିଶା

odisha

ଜୁଲାଇ ୩୧ ବୁଧବାର ରାଶିଫଳ: ମନର ସାଥୀ ପାଇବେ ଏହି ରାଶିର ବ୍ୟକ୍ତି, ସୁଖରେ କଟିବ ଦାମ୍ପତ୍ୟ ଜୀବନ - DAILY ODIA HOROSCOPE OF 31 JULY

By ETV Bharat Odisha Team

Published : Jul 31, 2024, 12:04 AM IST

Today Rashifal Horoscope 31 July: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ:ଆପଣ ଆଜି ନିଜକୁ ଏକ ଅନିଶ୍ଚିତ ଅବସ୍ଥାରେ ପାଇପାରନ୍ତି । ଆପଣ ଆହ୍ଵାନପୂର୍ଣ୍ଣ ଅନୁଭବ କରିପାରନ୍ତି ଓ ସ୍ରୋତର ବିପରୀତ ଦିଗରେ ଯାଇପାରନ୍ତି, ଯାହା ଦ୍ଵାରା ଓଲଟା ପ୍ରଭାବ ହୋଇପାରେ । କିଛି କାମ ଠିକ ନ ହେବା ଭଳି ଲାଗିପାରେ । ଏପରି ସମୟରେ କାମରୁ କିଛି ସମୟ ବିରତି ନେବା ଚାପ କମାଇବ । ସନ୍ଧ୍ୟାଟି ଆପଣଙ୍କ ପାଇଁ ଉତ୍କଷ୍ଟ ସମୟ ଅଟେ । ଆପଣ ନିଜର ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ । ଅତ୍ୟଧିକ ଖର୍ଚ୍ଚ ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆପଣ ଆଜି ମାନସିକ ଭାବେ ସଚେତନ ଓ ଜାଗ୍ରତ ରହିପାରନ୍ତି । ଆପଣ ଯାହା କଲେ ବି ରଚନାତ୍ମକତା ଆପଣଙ୍କ ଉଚ୍ଚରେ ରହିବ । ଆପଣ କଳା, ଡିଜାଇନ, ଗ୍ରାଫିକ୍‍ସ ଓ ସ୍ପେସିଆଲ ଇଫେକ୍ଟରୁ କିଛି କିଛି କରିପାରନ୍ତି । ଆପଣ ବିପରୀତ ଲିଙ୍ଗକୁ ଆକର୍ଷିତ ହୋଇପାରନ୍ତି । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହି ଦିନଟି ଏକ ଅତି କଷ୍ଟଦିନ ଅଟେ । ଏଣୁ ସଠିକ୍‌ ସ୍ଥାନରେ ନିବେଶ କରୁଛନ୍ତି କି ନାହିଁ ସୁନିଶ୍ଚିତ ହେବେ । ଆଇନ ଏବଂ କୋର୍ଟ ସମ୍ପର୍କିତ କାମରେ ଅଧିକ ସତର୍କତା ଅବଲମ୍ବନ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆପଣ ଆଜି ଅନ୍ୟମାନଙ୍କ ଭାବନାଗୁଡିକର ସୁରକ୍ଷା କରିବାରେ ଅତିବାହିତ କରିବେ ଓ ଏହା ଆପଣଙ୍କ ନିଜ ହିତ ପାଇଁ ହି ହେବ । ଦିନର ଅଧିକାଂଶ ସମୟରେ, ଆପଣ ପରିବାର ଠାରୁ ଦୂରରେ ରହିବେ, ଯାହା କି ବ୍ୟବସାୟ ସମ୍ପର୍କିତ କିମ୍ଵା ଆମୋଦପ୍ରମୋଦ ଉଦ୍ଦେଶ୍ୟରେ ଥିବା ଏକ ଯାତ୍ରା ପାଇଁ ହୋଇପାରେ । ଆଜି, ଆପଣଙ୍କ ମନରେ କେବଳ ଏକ ସଫଳ କ୍ୟାରିଅର ବିଷୟରେ ହିଁ ଭାବନା ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆପଣ ଠକାମୀରେ ପ୍ରଖର ଓ ଆପଣଙ୍କ ତେଲ ମରା କଥା ଆପଣଙ୍କ ପଦ୍ଧତିରେ ଏକ ପ୍ରଧାନ ଭୂମିକା ଗ୍ରହଣ କରେ । ଆଜି ଆପଣ ଦୂରରୁ ଅସୁବିଧା ଜାଣିପାରିବେ ଓ କେତେବେଳେ ବାଟ ବଦଳାଇବେ ସେ ବିଷୟରେ ଜାଣିପାରିବେ । ଆପଣଙ୍କ ପଦ୍ଧତି ଯୋଗୁଁ ଆପଣଙ୍କ ସହ କାମ କରୁଥିବା ଉଚିତ ଲୋକମାନେ ପସନ୍ଦ କରି ନ ପାରନ୍ତି, କିନ୍ତୁ ଆପଣ ଭାବିପାରନ୍ତି ଯେ ଉପରକୁ ଯିବା ପାଇଁ ଏହା ସବୁଠାରୁ ସହଜ ବାଟ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧିପାଇବ । ବ୍ୟବସାୟୀ ମାନେ ସେମନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ:ଆଜି ଆପଣଙ୍କର ଦୃଢ ବିଚାର ଓ ବିଶ୍ୱାସ କିଛି ଚମତ୍କାର ଦେଖାଇପାରେ । ଏହା ଫଳରେ ଆପଣ ନିଜର କାର୍ଯ୍ୟକୁ ଠିକ୍‍ ସମୟରେ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବେ । ଗ୍ରହ ମାନଙ୍କ ଶୁଭ ଦୃଷ୍ଟିରୁ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏହା ଛଡା ନିଜର ପୈତୃକ ସମ୍ପତ୍ତି ପାଇଁ ଆପଣଙ୍କ ଖୁସିର ପରିମାଣ ବୃଦ୍ଧି ପାଇପାରେ । କ୍ରିଡାବିତ ଓ ସୃଜନ ସୃଷ୍ଟି କରିବାର ବ୍ୟକ୍ତିମାନଙ୍କ ପାଇଁ ନିଜର ପ୍ରତିଭା ପ୍ରଦର୍ଶନ କରିବା ଉଚିତ୍‍ । ଏହା ଦ୍ୱାରା ସେମାନେ ନିଜର କଳାରେ ପ୍ରତିଷ୍ଠା ଅର୍ଜନ କରିପାରିବେ । ଆର୍ଥିକ ସମ୍ବଳତା ବୃଦ୍ଧି ପାଇବାରେ । ସରକାରୀ କାର୍ଯ୍ୟରେ ଦରକାରୀ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଦିନଟି ଶୁଭଙ୍କର ଅଟେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆପଣ ଆଜି ଦିନର ପ୍ରାରମ୍ଭରୁ ପ୍ରାର୍ଥନା ଓ ଠାକୁର ମନ୍ଦିରକୁ ଯାଇ ଆରାଧନା କରନ୍ତୁ । ତାହାହେଲେ ଦିନର ବାକି ସମୟ ଭଲରେ କଟିପାରେ । ବାନ୍ଧବୀଙ୍କ ଦର୍ଶନ ତଥା ଭାଇ ଭଉଣୀଙ୍କ ସାଙ୍ଗ ଲାଭ ଆପଣଙ୍କ ହୃଦୟରେ ଶାନ୍ତି ଓ ଣଉଜରେ କଟିବ । ଦେଶ ବାହାରକୁ ଯିବା ପାଇଁ ଲାଳାୟିତ ବ୍ୟକ୍ତିଙ୍କ ନିମିତ୍ତ ଆଜି ଦିନଟି ସର୍ବୋତ୍ତମ ଅଟେ । ଦୂର ବିଦେଶରୁ ଶୁଭ ଖବର ପାଇ ଆନନ୍ଦିତ ହେବେ । ଦିନଟି ଆମୋଦ ପ୍ରମୋଦରେ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆଜି ଆପଣ ନିଜକୁ ସଞ୍ଜତ ରଖନ୍ତୁ । ନିଜ ତୁଣ୍ଡରୁ ବାହାରିଥିବା ତିକ୍ତ ବାକ୍ୟ ଅନ୍ୟ ମନରେ ଆଘାତ ଦେଇପାରେ । ଆପଣଙ୍କର କ୍ଷଣିକ ଉତ୍ତେଜନା ଓ କ୍ରୋଧ ଆପଣଙ୍କ ସମସ୍ୟାକୁ କେବେହେଲେ ସମାଧାନ କରିପାରିବ ନାହିଁ । ଧ୍ୟାନ ଓ ପ୍ରାର୍ଥନା ବଳରେ ଆପଣଙ୍କୁ ମାନସିକ ଶାନ୍ତି ମିଳିପାରେ । ଅନୈତିକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ, ନଚେତ ଆପଣଙ୍କର ମାନସିକ ବ୍ୟସ୍ତତା ବୃଦ୍ଧି ପାଇପାରେ । ଆଜି କୌଣସି ବ୍ୟକ୍ତିଙ୍କ ସହ ନୂତନ ଭାବେ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ | ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ନ ହେଲେ ଆର୍ଥିକ ଅଘଟଣ ଘଟିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା:ଆପଣ ଘରେ ସୁଖ ଏବଂ ଶାନ୍ତି ବଜାୟ ରଖିବେ । ଆପଣଙ୍କ ବନ୍ଧୁଙ୍କ ସହ ସକାଳଟି ଆନନ୍ଦମୟ ଏବଂ ଖୁସିରେ କଟିବ । ମଉଜ ମଜଲିସ୍‌ କରିପାରନ୍ତି । ଆପଣଙ୍କ ବିଜିନେସ୍‌ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି । ନିଜ ପ୍ରେମିକ ବା ପ୍ରେମିକାଙ୍କ ସହ ବିବାହ କରିବାକୁ ମନସ୍ଥ କରୁଥିଲେ ପରିବାର ସଦସ୍ୟ ବିବାହକୁ ଅନୁମୋଦନ କରିବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆପଣଙ୍କର ସ୍ୱାସ୍ଥ୍ୟ, ଅର୍ଥ ଏବଂ ମାନସିକ ସୁସ୍ଥତା ଦିନଟିକୁ ସୁଖରେ କାଟିବା ପାଇଁ ପ୍ରେରଣା ଯୋଗାଇବ । ଗୃହର ଐକ୍ୟ ଓ ଶାନ୍ତି ପରିବେଶ ଆପଣଙ୍କୁ ନିଜ କାର୍ଯ୍ୟ କରିବାକୁ ଶକ୍ତି ଓ ପ୍ରେରଣା ଯୋଗାଇବ । ସହକର୍ମୀ ମାନଙ୍କର ସହଯୋଗ ଏବଂ ସଫଳତା ସହ କାର୍ଯ୍ୟ ସମ୍ପନ୍ନ ଆପଣଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବ । ଅର୍ଥଲାଭ ଯୋଗୁଁ ଖୁସିରେ ଉଲ୍ଲସିତ ହେବେ । ନିଜ ମୁହଁରେ ସ୍ମିତ ହାସ ଫୁଟାଇ ଦିନଟି ଖୁସିବାସିରେ କାଟିବେ । ନିଜର ସାଥୀଙ୍କ ମଧ୍ୟରେ ଥିବା କୌଣସି ଭୁଲ ବୁଝାମଣା ଦୂର ହେବ । ବୈବାହିତ ଜୀବନ ସୁଖରେ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର:ଆପଣ ବ୍ୟସ୍ତତା ଏବଂ କ୍ଲାନ୍ତକୁ ଅତିକ୍ରମ କରିପାରନ୍ତି । ଆପଣ ଦିନସାରା ହଇରାଣ ଏବଂ ଦୟନୀୟ ଅବସ୍ଥା ଅନୁଭବ କରିପାରନ୍ତି ।ପେଶା କ୍ଷେତ୍ରରେ, କିମ୍ବା ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥି ଦେବନାହିଁ । ବଡମାନେ ଆପଣଙ୍କ ପ୍ରତି ଅସନ୍ତୁଷ୍ଟ ଦେଖାଇବେ । ଦ୍ୱନ୍ଦ୍ୱ ଏବଂ ସିଦ୍ଧାନ୍ତ ବିହୀନତା ବିଷୟକୁ ଖରାପ କରିବାରେ । ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ଯନ୍ତ୍ରଣା ଦେଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣ ଆପଣଙ୍କର ଯିଦିପଣତାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଇଥାଏ । ତୀବ୍ର ଭାବ ପ୍ରବଣତା ଆପଣଙ୍କୁ ଅସୁସ୍ଥ କରିପକାଇବ । ଅଦରକାରୀ ଆଶଙ୍କା ଭିତରକୁ ଆପଣ ନାମ ଆଣନ୍ତୁ ନାହିଁ । ବାସସ୍ଥାନ ଏବଂ ସମ୍ପତ୍ତି ସମ୍ପର୍କିତ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ବିଶେଷ ଭାବରେ ଯତ୍ନଶୀଳ ହୁଅନ୍ତୁ । ଆପଣଙ୍କ ମାଆଙ୍କଠାରୁ ବିଶେଷ ବ୍ୟବହାର ଏବଂ ଲାଭ ପାଇବାର ଦୃଢ ଭାବରେ ସଙ୍କେତ ଦେଉଅଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ଗଭୀର ଭାବରେ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟିକୁ ବ୍ୟବହାର କରନ୍ତୁ । ଆପଣ ଦିନସାରା ସୃଜନଶୀଳ ଏବଂ କଳ୍ପନାତ୍ମକ ଭାବରେ ରହି ପାରନ୍ତି । ଆପଣଙ୍କ ଭାବନାର ପରିସର ପୁରାପୁରି ସଫା ଏବଂ ଲକ୍ଷ୍ୟ ଯୁକ୍ତ ଏବଂ ଆପଣଙ୍କୁ ଆପଣଙ୍କର ଦାୟିତ୍ୱ ଆରାମ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିବ । ବନ୍ଧୁମାନଙ୍କ ସହ ଏକ ଆନନ୍ଦମୟ ଯାତ୍ରାର ଆୟୋଜନ ହୋଇପାରିବ ।

ABOUT THE AUTHOR

...view details