ଓଡିଶା

odisha

ଜୁନ ୨୯ ଶନିବାର ରାଶିଫଳ: ଏହି ରାଶି ବ୍ୟକ୍ତିଙ୍କ ବଢିବ ରୋଜଗାର, ମଉଜ ମଜଲିସରେ କଟିବ ଦିନ - Horoscope Of 29 June

By ETV Bharat Odisha Team

Published : Jun 29, 2024, 12:01 AM IST

Today Rashiphala Horoscope 29 June: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା କେଉଁ ରାଶି ବ୍ୟକ୍ତି ରହିବେ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଦରକାର ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆପଣ ଆଜି ଆଧ୍ୟାତ୍ମିକତା ଆଡକୁ ଢଳି ପଡିବେ । ଏଣୁ ଆପଣଙ୍କର ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ଅଭାବ ଦେଖାଦେବ । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆପଣଙ୍କ ସଞ୍ଚିତ ଧନକୁ ନିବେଶ କରିବା ପାଇଁ ଯୋଜନା ମୁତାବକ କରିବେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି । ତେଣୁ ସତର୍କ ହେବେ । ସନ୍ଧ୍ୟାରେ ସମସ୍ୟାର ପରିବର୍ତ୍ତନ ହୋଇ ସୁଖଶାନ୍ତି ମିଳିପାରେ । ପାରିବାରିକ ପରିବେଶ ଅତ୍ୟନ୍ତ ପ୍ରିତିକର ଓ ମଧୁମୟ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ:ଏହି ଦିନରେ ଆପଣ ବହୁତ ଖୁସିରେ ରହିବେ । ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ । ନୂଆ ନୂଆ ଯୋଗାଯୋଗ ଏବଂ ବନ୍ଧୁତ୍ୱ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭଜନକ ସାବ୍ୟସ୍ତ ହେବ । ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ । ସ୍ୱଳ୍ପରେ କହିବାକୁ ହେଲେ, ଏହି ଦିନର ଆପଣଙ୍କର ସମସ୍ତ ଖୁସି ପୁରା କରିବ । ଆଇନ ଏବଂ କୋର୍ଟ ସମ୍ପର୍କିତ କାମରେ ଅଧିକ ସତର୍କତା ଅବଲମ୍ବନ କରିବେ । ଆପଣ ଆପଣଙ୍କର ପିଲାଦିନର ସାଙ୍ଗମାନଙ୍କ ସହ ମିଶିବାରେ ଏବଂ ଆପଣଙ୍କର ସ୍କୁଲ ଦିନର କଥା ମନେପକାଇ ଅତି ଖୁସି ଅନୁଭବ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ:ମଜବୁତ ଶାରିରୀକ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କୁ ଆଜି ସନ୍ତୁଷ୍ଟ ଏବଂ ଆନନ୍ଦମୟ ରହିବ । କର୍ମଜୀବୀଙ୍କ ନିମନ୍ତେ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ । ଅଫିସରେ ଆପଣଙ୍କର କର୍ମଦକ୍ଷତା ଓ କଠିନ ପରିଶ୍ରମର ଫଳ ସ୍ୱରୁପ ଆପଣ ନିଜର ହାକିମଙ୍କ ପ୍ରିୟପାତ୍ର ହୋଇପାରିବେ । ଏହି ଖୁସିରେ ସେ ଆପଣଙ୍କର ପଦୋନ୍ନତି କରିପାରନ୍ତି । ଆଜି ସନ୍ଧ୍ୟାରେ ଆପଣ ନିଜର ବନ୍ଧୁମାନଙ୍କ ସହ ବାହାରକୁ କିମ୍ଵା ବଣଭୋଜି କରିବାକୁ ଯାଇପାରନ୍ତି । ଅର୍ଥଲାଭ ହୋଇପାରେ । ଭବିଷ୍ୟତରେ ଆହୁରି ଅଧିକ ଅର୍ଥଲାଭ ହେବାର ସମ୍ଭାବନା ମଧ୍ୟ ରହିଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ:ଦିନର ଅଧିକାଂଶ ସମୟ ଆପଣ ପ୍ରାର୍ଥନା, ମନ୍ଦିର ପରିଦର୍ଶନ ଏବଂ ଧାର୍ମିକ ପ୍ରବଚନରେ ବ୍ୟସ୍ତ ରହିବେ । କଣ ଭୁଲ୍‌ ଏବଂ କଣ ଠିକ୍‌ ସେହି ତର୍କରେ ଆପଣ ବ୍ୟସ୍ତ ରହିବେ । ଧାର୍ମିକ ପରିଦର୍ଶନ କିମ୍ୱା ଏକ୍ସକରସନ୍‌ରୁ ଆପଣ ଲାଭଦାୟକ ହେବ । ପରିବାର ସଦସ୍ୟମାନେ ଆପଣଙ୍କ ସହ ଯାଇପାରନ୍ତି, ଆପଣ ମିଳିମିଶି ଆନନ୍ଦ ଉଲ୍ଲାସରେ ସମୟ କାଟିବେ । ଶରୀର ପାଇଁ ହିତକାରୀ ଖାଦ୍ୟ ଖାଆନ୍ତୁ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ ଓ ଯୋଗର ଆଶ୍ରୟ ନିଅନ୍ତୁ । ମଧ୍ୟାହ୍ନ ପରେ ଆପଣଙ୍କର ଅସୁସ୍ଥ ଶରୀର ଧିରେ ଧିରେ ସୁସ୍ଥ ହେବ । ଆପଣଙ୍କ ଭାଙ୍ଗି ପଡିଥିବା ମନ ଓ ସାହାସ ପୁନର୍ବାର ଯୋଡି ହୋଇଯିବ ଏବଂ ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ଦୃଢ ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧିପାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ:ଆଜି ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ନୁହେଁ । ଆପଣ ଆଜି ଯାହା ବି କରନ୍ତୁ, ସତର୍କତା ଅବଲମ୍ବନ କରିବେ। ଯତ୍ନଶୀଳ ହୁଅନ୍ତୁ, କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଅକସ୍ମାତ୍‌ ଖରାପ ହୋଇପାରେ । ଅସୁସ୍ଥତା ଦୃଷ୍ଟିରୁ ଆପଣଙ୍କୁ ହଠାତ୍‌ ଖର୍ଚ୍ଚ କରିବାକୁ ପଡିପାରେ । ଆଜି ଆପଣ ନିଜ ଅଫିସରେ ମନ ଲଗାଇ କାମ କରନ୍ତୁ ଏବଂ ପ୍ରତି ଘଣ୍ଟାରେ ଆପଣଙ୍କ ପାଖକୁ ଅଜସ୍ର ସଫଳତା ମିଳିପାରେ । ମଝିରେ ମଝିରେ ବିଶ୍ରାମ ନିଅନ୍ତୁ ନଚେତ୍‍ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ଅପ୍ରତ୍ୟାଶିତ ଭାବରେ ଅର୍ଥଲାଭ ହୋଇପାରେ । ନିଜର ପ୍ରତିଦ୍ୱନ୍ଦୀଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁନାହିଁ । ଅନ୍ୟଥା ସେମନେ ଆପଣଙ୍କୁ ଉତ୍ତେଜିତ କରିପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ରଖି ନମ୍ର ଓ ଶାନ୍ତ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଲୋକପ୍ରିୟତା, କ୍ଷମତାରେ ବୃଦ୍ଧି, ପ୍ରଶଂସା ଏବଂ ସାମାଜିକ ଯଶ ଆପଣଙ୍କ ଅପେକ୍ଷାରେ ଅଛି । ଆପଣ କରିଥିବା କଠିନ ପରିଶ୍ରମର ଫଳର ଲାଭ ପାଇବାକୁ ପ୍ରସ୍ତୁତ ରହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ୱା ଘରେ ହେଉ ସଂପର୍କ ବଜାୟ ରଖନ୍ତୁ ଏବଂ ସେଥିରେ ଉନ୍ନତି କରନ୍ତୁ । ଆପଣ ନିଜକୁ ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ । ମଉଜ ମଜଲିସ୍‌ କରିପାରନ୍ତି । ଆପଣଙ୍କ ବିଜିନେସ୍‌ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି । ଏକ ଗାଡି କିମ୍ୱା ମୂଳ୍ୟବାନ ଅଳଙ୍କାର କିଣି ଆପଣ ନିଜକୁ ପୁରସ୍କୃତ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ମୋଟ ଉପରେ, ଆଜି ପାଇଁ ଭଲ ଦିନ ରହିବ । ପରିବାର ଏବଂ ଘର ଦୃଷ୍ଟିକୋଣରୁ ଭଲ ରହିବ ଯେଉଁଠାରେ ଆପଣଙ୍କ ମନପ୍ରାଣ ରହିଛି । ଏହା ଦ୍ୱାରା ମଧ୍ୟ ଆପଣ ମାନସିକ ଶାନ୍ତି ଏବଂ ସ୍ଥିରତା ପ୍ରାପ୍ତ କରିବେ । କାର୍ଯ୍ୟ କ୍ଷେତ୍ରରେ କନିଷ୍ଠ ଅଧିକାରୀ, ସହକର୍ମୀ ଏବଂ ପରିଷ୍ଠ ଅଧିକାରୀ ଙ୍କ ସହିତ ସ୍ୱହାର୍ଦପୁର୍ଣ୍ଣ ପରିବେଶ ରହିବ । ଆପଣଙ୍କ ମାନସିକ ସ୍ତର ମଧ୍ୟ ଭଲ ରହିବ । କିନ୍ତୁ ଆପଣଙ୍କ ଶରୀର ଅସୁସ୍ଥ ହୋଇପାରେ ଏବଂ ଏହାକୁ ଠିକ୍‌ କରିବାରେ ବହୁତ ପଇସା ଖର୍ଚ୍ଚ ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆଜି ଗୃହ ପରିବେଶ ଶାନ୍ତ ରହିବ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଅସୁସ୍ଥତା ଭୋଗୁଥିବା ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇପାରନ୍ତି । ଆପଣ ନିଜର ସହକର୍ମୀଙ୍କ ଠାରୁ ସହଯୋଗ ପାଇବେ ଏବଂ ନିଜର ପ୍ରତିଯୋଗୀଙ୍କୁ କାର୍ଯ୍ୟରେ ପରାସ୍ତ କରି ସଫଳତା ଲାଭ କରିବେ । ଜଣେ ପୁରୁଣା ବାନ୍ଧବୀଙ୍କ ସହ ସାକ୍ଷାତ କରି ଉତଫୁଲିତ ହେବେ । ମାମୁଁ ଘରୁ ଶୁଭଖବର ପାଇବାର ସମ୍ଭାବନା ଅଛି । ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସମ୍ପୂର୍ଣ୍ଣ କରିବେ । ଆର୍ଥିକ ଉନ୍ନତି ହେବା ସଙ୍ଗେ ସଙ୍ଗେ ଖର୍ଚ୍ଚର ପରିମାଣ ହ୍ରାସ ପାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ପାଇଁ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖନ୍ତୁ । ପେଟ ଗୋଳମାଳ କିମ୍ୱା ଅଜିର୍ଣ୍ଣ ପାଇଁ ପେଟ ଯନ୍ତ୍ରଣା ଭୋଗିପାରନ୍ତି । ଆପଣ ନିଜର ସନ୍ତାନମାନଙ୍କର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ଦିନସାରା ଚିନ୍ତାଗ୍ରସ୍ତ ରହିବେ । ଆପଣଙ୍କର କାର୍ଯ୍ୟର ଅସଫଳତା ପାଇଁ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେବେ । ଆଜି ଆପଣ ନିଜର କ୍ରୋଧକୁ ସଞ୍ଜତ କରି କରନ୍ତୁ । କୌଣସି ଆଲୋଚନାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଖୁସିର କଥା , ଆପଣ ନିଜେ ଆଜି କଳା ଓ ସାହିତ୍ୟ ପ୍ରତି ଅନୁରକ୍ତ ହେବେ। ନିଜର ସାଥୀଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର:ଆଜି ଆପଣଙ୍କର ସାମର୍ଥ୍ୟର ଅଭାବ ଏବଂ ନିରୁତ୍ସାହିତ ଭାବ ଶାରୀରିକ ଏବଂ ମାନସିକ ଅସୁସ୍ଥତାର କାରଣ ହୋଇପାରେ । ପରିବାରର ସଦସ୍ୟମାନଙ୍କ ସହ ଝଗଡା ଏହାର ମୁଖ୍ୟ କାରଣ ହୋଇପାରେ । ଆପଣଙ୍କର ଛାତିରେ ଯନ୍ତ୍ରଣା ହୋଇପାରେ କିମ୍ୱା ଆପଣ ନିଦ୍ରାହିନତାର ଶିକାର ହୋଇପାରନ୍ତି । ସାମାଜିକ ଜୀବନରେ ଏପରି ଘଟଣା ଘଟିପାରେ ଯେଉଁଥିପାଇଁ ଆପଣଙ୍କର ପ୍ରତିଷ୍ଠା ଏବଂ ସମ୍ମାନହାନି ହୋଇପାରେ । ନିଜର ମାନସିକ ଅଶାନ୍ତି ପାଇଁ ଆପଣ ଆଜି ନିଜକୁ ଅବସନ୍ନ ଓ ଅସହାୟ ମନେକରି ପାରନ୍ତି । ଜଳ ଠାରୁ ଦୂରତ୍ୱ ରକ୍ଷା କରନ୍ତୁ ଏବଂ ଖଳ ପ୍ରବୃତ୍ତି ମହିଳାଙ୍କ ପ୍ରଭାବରୁ ଦୂରେଇ ରୁହନ୍ତୁ । ନିଜର ଶେଷାର୍ଦ୍ଧରେ ଧ୍ୟାନରେ ସମୟ ବିତାନ୍ତୁ ଓ ସୁଖନିଦ୍ରା ଯାଆନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଖୁସିରେ ଆଜି ଦିନଟିକୁ କାଟିବେ । ମାନସିକ ଶାନ୍ତି ଲାଭ କରିବେ ଏବଂ ନିଜକୁ ହାଲୁକା ମନେକରିବେ । ଆପଣ ଆଜି ଚିନ୍ତାମୁକ୍ତ ଥିବାରୁ ଉଲ୍ଳସିତ ହେବେ । ବନ୍ଧୁ ଓ ଭାଇ ଭଉଣୀଙ୍କ ସାନିଧ୍ୟରେ ଆମୋଦ ପ୍ରମୋଦରେ ଦିନଟିକୁ କଟାଇବେ । ଆପଣ ନିଜ ନେତୃତ୍ୱରେ ଏକ ଛୋଟକାଟିଆ ପରିଭ୍ରମଣର ଆୟୋଜନ କରିବେ ଏବଂ ମୌଜ ମଜଲିସ କରିବେ । ନିଜ କାର୍ଯ୍ୟରେ ପ୍ରତିଦ୍ୱନ୍ଦୀମାନଙ୍କୁ ପରାଜିତ କରି ସଫଳତା ହାସଲ କରିବେ । ଅସୁସ୍ଥକର ଖାଦ୍ୟ ଆପଣଙ୍କ ଶରୀରକୁ ଖରାପ କରିପାରେ । ଆପଣଙ୍କର ସୃଜନଶୀଳ କାର୍ଯ୍ୟକଳାପ ଆଡକୁ ଗତି ଆପଣଙ୍କ ନାମ ଏବଂ ଯଶ ବଢାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ଆପଣ ଆଜି ନିଜର ଅର୍ଥର ଟିକିନିଖି ହିସାବ କରିବାକୁ ପ୍ରାଧାନ୍ୟ ଦେବେ । ଆଜି ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଆପଣ ଠିକ୍‍ ସମୟରେ ଆପଣଙ୍କର କ୍ରୋଧ ଓ କଥାବାର୍ତ୍ତାରେ ସଞ୍ଜମତା ରକ୍ଷା ନ କଲେ ଭୁଲବୁଝାମଣା କିମ୍ୱା ଝଗଡାର ଶିକାର ହୋଇପାରନ୍ତି । ସ୍ୱାସ୍ଥ୍ୟ ସେତେ ଭଲ ରହିବ ନାହିଁ । ଟଙ୍କା ଦିଆନିଆ କାରବାରରେ ନିଜକୁ ସତର୍କ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରର ସଦସ୍ୟମାନଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ୱା ନିଜ ମୁଣ୍ଡରେ ମୂଲ୍ୟହୀନ ଚିନ୍ତାକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ ।

ABOUT THE AUTHOR

...view details