ମେଷ:ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ନିଜକୁ ଏକାଗ୍ର ଚିତ୍ତ ଏବଂ ସ୍ଥିର ନରଖିପରିବାରେ ଅସମର୍ଥ ହେବେ । ଏଥିପାଇଁ ଆପଣ ଧ୍ୟାନ ଓ ଯୋଗର ସାହାଯ୍ୟ ନେଲେ ଏଥିରୁ ମୁକ୍ତି ପାଇପାରିବେ । ପୁଞ୍ଜିବିନିଯୋଗକାରୀ ମାନେ ନିଜର ପୁଞ୍ଜିକୁ ବହୁ ଜାଗାରେ ବିନିଯୋଗ କରି କୌଣସି ସଫଳ ପାଇବେନାହିଁ । ଆଜି କୌଣସି ଆଇନ ସମ୍ପର୍କିତ କାଗଜରେ ଦସ୍ତଖତ କରିବାବେଳେ ସତର୍କତା ଅବଲମ୍ଵନ କରନ୍ତୁ । ସନ୍ଧ୍ୟାରେ ସମସ୍ୟାର ପରିବର୍ତ୍ତନ ହୋଇ ସୁଖଶାନ୍ତି ମିଳିପାରେ । ପାରିବାରିକ ପରିବେଶ ଅତ୍ୟନ୍ତ ପ୍ରୀତିକର ଓ ମଧୁମୟ ହେବ । ଆପଣ ଯଦି କିଛି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥାନ୍ତି କିମ୍ଵା ନୂତନ କାର୍ଯ୍ୟର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହାହେଲେ ଏହି ସନ୍ଧ୍ୟାଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଅଟେ । ଆପଣ ନିଜର ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ । ଅତ୍ୟଧିକ ଖର୍ଚ୍ଚ ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିପାରେ ।
ବୃଷ: ଆପଣଙ୍କ ପରିବାର ଏବଂ ପିଲା ବିଷୟରେ ଭଲ ଖବର ଆପଣଙ୍କୁ ଅତି ଉତ୍ସାହିତ କରିବ । ଆପଣ ଆପଣଙ୍କର ପିଲାଦିନର ସାଙ୍ଗମାନଙ୍କ ସହ ମିଶିବାରେ ଏବଂ ଆପଣଙ୍କର ସ୍କୁଲ୍ ଦିନର କଥା ମନେ ପକାଇ ଅତି ଖୁସି ଅନୁଭବ କରିବେ । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହି ଦିନଟି ଏକ ଅତି କଷ୍ଟ ଦିନ ଅଟେ । ଏଣୁ ସଠିକ୍ ସ୍ଥାନରେ ନିବେଶ କରୁଛନ୍ତି କି ନାହିଁ ସୁନିଶ୍ଚିତ ହେବେ । ଆଇନ୍ ଏବଂ କୋର୍ଟ୍ ଘଟଣାରେ ଅଧିକ ସତର୍କତା ଅବଲମ୍ବନ କରିବେ ।
ମିଥୁନ: ଆଜି ଦିନଟି ବ୍ୟବସାୟୀ ଓ ସେମାନଙ୍କ ବ୍ୟବସାୟ ପାଇଁ ସର୍ବୋତ୍କୃଷ୍ଟ ଅଟେ । ଆଜି ସେମାନଙ୍କର ପ୍ରଚୁର ଲାଭ ହେବ । କର୍ମଜୀବୀଙ୍କ ନିମନ୍ତେ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ । ଅଫିସରେ ଆପଣଙ୍କର କର୍ମଦକ୍ଷତା ଓ କଠିନ ପରିଶ୍ରମର ଫଳ ସ୍ୱରୁପ ଆପଣ ନିଜର ହାକିମଙ୍କ ପ୍ରିୟପାତ୍ର ହୋଇପାରିବେ । ଏହି ଖୁସିରେ ସେ ଆପଣଙ୍କର ପଦୋନ୍ନତି କରିପାରନ୍ତି । ଦିବସଟିକୁ ମଧୁମୟ କରିବାକୁ ଆଜି ସନ୍ଧ୍ୟାରେ ଆପଣ ନିଜର ବନ୍ଧୁମାନଙ୍କ ସହ ବାହାରକୁ କିମ୍ଵା ବଣଭୋଜି କରିବାକୁ ଯାଇପାରନ୍ତି । ଅର୍ଥଲାଭ ହୋଇପାରେ । ଭବିଷ୍ୟତରେ ଆହୁରି ଅଧିକ ଅର୍ଥଲାଭ ହେବାର ସମ୍ଭାବନା ମଧ୍ୟ ରହିଛି ।
କର୍କଟ:ଦିବସଟିର ପ୍ରଥମାର୍ଦ୍ଧ ଭଲରେ ନକଟିଲେ ମଧ୍ୟ ପ୍ରତି ଘଣ୍ଟାରେ ଏହା କ୍ରମଶଃ ଶୁଭଫଳ ଦେବାରେ ସକ୍ଷମ ହେବ । ଆପଣ ଉତ୍କଣ୍ଠିତ ହୋଇ ରହିବେ । ପାକସ୍ଥଳୀ ଜନିତ ଯନ୍ତ୍ରଣା ଭୋଗିପାରନ୍ତି । ଶରୀର ପାଇଁ ହିତକାରୀ ଖାଦ୍ୟ ଖାଆନ୍ତୁ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ ଓ ଯୋଗର ଆଶ୍ରୟ ନିଅନ୍ତୁ । କଠିନ ପରିଶ୍ରମ କରି କାର୍ଯ୍ୟ କଲେ ମଧ୍ୟ ସଫଳତା ପାଇବେ ନାହିଁ । ମଧ୍ୟାହ୍ନପରେ ଆପଣଙ୍କର ଅସୁସ୍ଥ ଶରୀର ଧିରେ ଧିରେ ସୁସ୍ଥ ହେବ । ଆପଣଙ୍କ ଭାଙ୍ଗି ପଡିଥିବା ମନ ଓ ସାହାସ ପୁନର୍ବାର ଯୋଡି ହୋଇଯିବ ଏବଂ ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ଦୃଢ ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ବ୍ୟବସାୟୀ ମାନେ ସେମନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି ।
ସିଂହ:ଆଜି ଦିବସଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜି ଆପଣ ନିଜକୁ ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଅସୁବିଧାରେ ପଡିପାରନ୍ତି । ଆଜି ଆପଣ ନିଜ ଅଫିସରେ ମନ ଲଗାଇ କାମ କରନ୍ତୁ ଏବଂ ପ୍ରତି ଘଣ୍ଟାରେ ଆପଣଙ୍କ ପାଖକୁ ଅଜସ୍ର କାମ ଆସିପାରେ । ତେଣୁ ଆପଣ ମଝିରେ ମଝିରେ ବିଶ୍ରାମ ନିଅନ୍ତୁ । ନଚେତ୍ ଏପରି ଅନବରତ କାର୍ଯ୍ୟରେ ମନନିବେଶ କଲେ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ଅପ୍ରତ୍ୟାସିତ ଭାବରେ ଅର୍ଥଲାଭ ହୋଇପାରେ । ନିଜର ପ୍ରତିଦ୍ୱନ୍ଦୀଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁନାହିଁ । ଅନ୍ୟଥା ସେମନେ ଆପଣଙ୍କୁ ଉତ୍ତେଜିତ କରିପାରନ୍ତି । ଆପଣ ନିଜର କ୍ରୋଧ ସମ୍ଵରଣ ନକଲେ ଦିବସଟିର ମାଧୁର୍ଯ୍ୟ ନଷ୍ଟ ହୋଇଯିବ । ସବୁବେଳେ ନମ୍ର ଓ ଶାନ୍ତ ରୁହନ୍ତୁ ।
କନ୍ୟା: ଆପଣଙ୍କ ବନ୍ଧୁଙ୍କ ସହ ସକାଳଟି ଆନନ୍ଦମୟ ଏବଂ ଖୁସିରେ କଟିବ, ମଉଜ ମଜଲିସ୍ କରିପାରନ୍ତି । ଆପଣଙ୍କ ବିଜିନେସ୍ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି । ଏଣୁ ଦିନର ଆର ଅଧକରେ ଆପଣଙ୍କ କାର୍ଯ୍ୟକ୍ରମର ଅନ୍ୟ ଗତି ନେବ । ହଠାତ୍ ଆପଣଙ୍କ ଶରୀର କ୍ଷୀଣ ହୋଇଯିବ, ଏବଂ ଏହାକୁ ଠିକ୍ କରିବାରେ ବହୁତ ପଇସା ଖର୍ଚ୍ଚ ହୋଇପାରେ । ଅପରାହ୍ନରେ ଯାତ୍ରା ଯୋଗ ଅଛି ଏହି ଯାତ୍ରା କୌଣସି ନିର୍ଦ୍ଦିଷ୍ଟ ଉତ୍ସବ ପାଇଁ କିମ୍ଵା ତୀର୍ଥସ୍ଥାନକୁ ନ ହୋଇପାରେ ।