ଓଡିଶା

odisha

ଜୁଲାଇ ୧ ସୋମବାର ରାଶିଫଳ: ମାସର ପହିଲାରେ ସଫଳତାର ସିଢି ଚଢିବେ ଏହି ରାଶି ବ୍ୟକ୍ତି, ସତର୍କ ରୁହନ୍ତୁ ଏମାନେ - Horoscope Of 1 July

By ETV Bharat Odisha Team

Published : Jul 1, 2024, 12:00 AM IST

Updated : Jul 1, 2024, 9:06 AM IST

Today Rashiphala Horoscope 1 July: ଆଜି ଜୁଲାଇ ମାସର ପ୍ରାରମ୍ଭର ଦିନ । ମାସର ପହିଲା ଦିନ ଆପଣଙ୍କର କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ:ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦାୟକ ନୁହେଁ । ଆପଣଙ୍କ ମାନସିକ ଉତ୍ତେଜନା ବୃଦ୍ଧି ଯୋଗୁଁ ଆଘାତ ପାଇପାରନ୍ତି । ତେଣୁ ସତର୍କତା ଅବଲମ୍ୱନ କରନ୍ତୁ । କିଛି ନିଷ୍ପତ୍ତି ନେବା କଠିନ ହୋଇପଡ଼ିବ । ଭାବପ୍ରବଣତା କାର୍ଯ୍ୟକୁ ପ୍ରଭାବିତ କରିପାରେ । କିନ୍ତୁ ଥରେ ନିଷ୍ପତ୍ତି ନେଇଗଲା ପରେ ଆପଣ ସେଥିରେ ଲାଗି ରହିବାକୁ ହେବ । ଆହୁରି ମଧ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ସ୍ଥିର ଚିତ୍ତରେ ଅଗ୍ରସର ହେବାକୁ ପଡ଼ିବ । ନିଜର ସମ୍ପତ୍ତି ସମ୍ୱନ୍ଧୀୟ କୌଣସି ସିଦ୍ଧାନ୍ତ ଆଜି ଆପଣ ନିଅନ୍ତୁ ନାହିଁ । ଆଜି ଆପଣ ପ୍ରତି ପଦକ୍ଷେପରେ ସତର୍କ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆପଣ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆହେଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଭଲ ଖବର ହେଉଛି ଏହା ଆପଣ ଚେଷ୍ଟା କଲେ ସଂପୂର୍ଣ୍ଣ ଭାବରେ ଏଡାଇ ପାରିବେ । ତେଣୁ ସତର୍କତାର ସହ ଅଗ୍ରସର ହୁଅନ୍ତୁ, ଆପଣଙ୍କ ଆଖି ଏବଂ କାନ ଖୋଲା ରଖନ୍ତୁ,ଏବଂ ସେଗୁଡିକ ଏଡାନ୍ତୁ । ଘର ଦୃଷ୍ଟିକୋଣରୁ ନିରବ ଏବଂ ଶାନ୍ତ ରହିବ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଆପଣଙ୍କର ଅନେକ ପ୍ରକାର ଲାଭ ଆପଣଙ୍କ ଖୁସିକୁ ଦ୍ୱିଗୁଣା କରିପାରେ । ଆପଣ ଆପଣଙ୍କର ସ୍ତ୍ରୀ ଏବଂ ପିଲାମାନଙ୍କଠାରୁ ଭଲ ଖବର ପାଇବେ । ଆପଣ ବନ୍ଧୁମାନଙ୍କ ସହ ମିଶି ଏକ ଖୁସିର ଭଣ୍ଡାର ଅନୁଭବ କରିବେ । ବିବାହ ହେବାକୁ ଥିବା ବ୍ୟକ୍ତିମାନେ ସେମାନେ ସେମାନଙ୍କର ଭଲ ଜୀବନସାଥୀ ପାଇପାରିବେ । ସାଙ୍ଗମାନଙ୍କ ସହ ଭ୍ରମଣ କରିବା ପାଇଁ ଆପଣ ସଫଳ ଯୋଜନା ପ୍ରସ୍ତୁତ କରିବେ । ଆଜି ଦିନରେ ଆପଣ ଅନେକ ସୁଯୋଗ ପାଇବେ ଯେତେବେ‌ଳେ ଆପଣ ଲୁକ୍କାୟିକ ପ୍ରତିଭା ପ୍ରଦର୍ଶନ କରିବେ ସଫଳତା ହାସଲ କରିବା ସହ ପ୍ରଶଂସିତ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ପେଶାଦାର ମାନଙ୍କ ପାଇଁ ଏହି ଦିନଟି ଫଳପ୍ରଦ ହେବ । ପଦୋନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିପାରନ୍ତି । ଆପଣ ସମ୍ମାନ ଏବଂ ଟଙ୍କା ଅର୍ଜନ କରିବେ । ଆପଣ ଆପଣଙ୍କ ଘରର ଡେକୋରେସନ କରି ସୌନ୍ଦର୍ଯ୍ୟ ବଢାଇ ପାରନ୍ତି । ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଆପଣ ଥକି ପଡି ପାରନ୍ତି । ଆଜି ଦିନରେ ଆପଣ ଅନେକ ସୁଯୋଗ ପାଇବେ ଯେତେବେ‌ଳେ ଆପଣ ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବେ ସଫଳତା ହାସଲ କରିବା ସହ ପ୍ରଶଂସିତ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଆପଣ ଧର୍ମାର୍ଥ କାର୍ଯ୍ୟକଳାପରେ ଲାଗି ପଡିପାରନ୍ତି । ବନ୍ଧୁ ଏବଂ ପରିବାର ସହ ତୀର୍ଥ ସ୍ଥାନ ବୁଲିଯିବା ପାଇଁ ଆଜି ହେଉଛି ଏକ ବଢିଆ ଦିନ । ଆପଣ ଯଦି କୌଣସି କାର୍ଯ୍ୟ କରିବା ପାଇଁ ସିଦ୍ଧାନ୍ତ ନେଲେ, ଆପଣ ଯେ କୌଣସି ମତେ ତାହା ସଂପୂର୍ଣ୍ଣ କରି ରହିବେ । ଆପଣଙ୍କ ମନ୍ତବ୍ୟରୁ ଆପଣ ଅଲଗା ରହିବେ । ଆପଣଙ୍କର ବିରକ୍ତି ଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ଆପଣଙ୍କ ପେଶା ଉପରେ ଅଳ୍ପ ହଇରାଣର ସମ୍ମୁଖିନ ହୋଇପାରନ୍ତି । ଅତ୍ୟଧିକ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ, ନହେଲେ ନିଃସନ୍ଦେହରେ ଆଇନଗତ ସମସ୍ୟା ସୃଷ୍ଟି କରିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା:ଲୋକମାନକ ସହ କଥାବାର୍ତ୍ତା କରିବାବେଳେ ଆପଣଙ୍କର ରାଗକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ନାହିଁ । ଆପଣ ହତାଶ ଏବଂ ରାଗ ଅନୁଭବ କରିପାରନ୍ତି । ସାବଧାନ ରୁହନ୍ତୁ । ପରିବାର ଭିତରେ କଳହ ଲାଗିରହିବ । ଯଦି ସମ୍ଭବ, ଯାତ୍ରା କରନ୍ତୁ ନାହିଁ । ଆପଣଙ୍କୁ ଆଘାତ ଦେବାକୁ ଚାହୁଁଥିବା ଲୋକମାନଙ୍କଠାରୁ ଦୂରରେ ରୁହନ୍ତୁ । ଅସୁସ୍ଥ ଥିବା ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶ ଆରୋଗ୍ୟ ଆଡ଼କୁ ଗତି କରିବ । ଖର୍ଚ୍ଚର ପରିମାଣ ବଢିପାରେ । ସେତିପାଇଁ ସତର୍କ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆପଣଙ୍କ ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହ ଆମୋଦପ୍ରମୋଦରେ ମଜ୍ଜି ରହି ଅତ୍ୟଧିକ ଖୁସି ହେବେ । ଯାତ୍ରା କରିବା ପାଇଁ ଆଜି ଦିନଟି ହେଉଛି ଅତି ଉତ୍ତମ । ଆପଣ ପୋଷାକ ପତ୍ର ଏବଂ ଆମୋଦପ୍ରମୋଦ କରିବା ପରି ଜିନିଷ କ୍ରୟ କରିବେ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିପାରନ୍ତି । ଆପଣଙ୍କ ମର୍ଯ୍ୟାଦା ବଢିବ । କାର୍ଯ୍ୟରେ ଆପଣଙ୍କ ଉତ୍ସାହ ବଢିପାରେ । ଆପଣଙ୍କର ବରିଷ୍ଠ କର୍ମଚାରୀମାନେ ଆପଣଙ୍କର କର୍ମରେ ସନ୍ତୋଷ ପ୍ରକାଶ କରିପାରନ୍ତି । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା:ଆପଣଙ୍କ ପରିବାରର ପରିବେଶ ସାରାଦିନ ଅନୁକୂଳମୟ ରହିବ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଶକ୍ତି ସମ୍ପନ୍ନ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ । ଆପଣ ଆପଣ ସହକର୍ମୀମାନଙ୍କଠାରୁ ସାହାଯ୍ୟ ପାଇବାରେ ସକ୍ଷମ ହେବେ । ଆଉ ମଧ୍ୟ ଆର୍ଥିକ ଲାଭ ହୋଇପାରେ । ଆପଣ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନେ ଟିକିଏ ଯନ୍ତ୍ରଣାରୁ ଉପଶମ ପାଇପାରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଗ୍ରହଗୁଡିକ ଆପଣଙ୍କ ସପକ୍ଷରେ ନାହାନ୍ତି । ଫଳରେ ଆପଣ ମାନସିକ ଚିନ୍ତା ଲାଗିରହିବ । ହଜମ ସଂକ୍ରାନ୍ତୀୟ ଅସୁସ୍ଥତା ପାଇଁ ଆପଣ ଗ୍ରହଣ କରୁଥିବା ଜିନିଷ ଉପରେ ନଜର ରଖନ୍ତୁ । ବିଗତ ଦୁଇଦିନ ହେଲା ଆପଣ ନେଉଥିବା ଚିନ୍ତା ହେତୁ ଏସିଡିଟି ହେବାର ସମ୍ଭାବନା ଅଛି । ବ୍ୟବହାରରେ ଆପଣ ସ୍ୱଳ୍ପସମୟ ପାଇଁ କିଛି ତୃଟି ଲକ୍ଷ୍ୟ କରିପାରନ୍ତି, ଏହା ଆପଣଙ୍କୁ ଉତ୍ତେଜିତ କରିପାରେ । ତେଣୁ ଆପଣଙ୍କ ସହକର୍ମୀ କିମ୍ୱା ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ନିଜର ଆର୍ଥିକ ସମାସ୍ୟାକୁ ଆଖି ଆଗରେ ରଖି ଖର୍ଚ୍ଚକୁ ସୀମିତ କରନ୍ତୁ । କୌଣସି ଜରୁରୀ ସିଦ୍ଧାନ୍ତ ନେବା ପାଇଁ ଆଜି ଶୁଭ ଦିନ ନୁହେଁ । ଆପଣ କିଛି ରାଜନୈତିକ ଘଟଣାରେ ସଂପୃକ୍ତ ହୋଇପାରନ୍ତି । ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ଦିନଟି ଆପଣଙ୍କ ପାଇଁ ସବୁଦିଗରୁ ଶୁଭଙ୍କର ହେବ । ସଫଳତା, ଭୌତିକ ଲାଭ, ଏବଂ ଆର୍ଥିକ ସ୍ଥିତି ଓ ବ୍ୟବସାୟରେ ଉନ୍ନତି ହେବ । ଆପଣଙ୍କର ଆୟ ବୃଦ୍ଧି ଘଟିବା ସହିତ ଆପଣ ଯେମିତି ଚାହିଁବେ ସେମିତି ଖର୍ଚ୍ଚ କରିବେ । ବ୍ୟବସାୟରେ ଆପଣ ବିଭିନ୍ନ ସଂସ୍ଥାମାନଙ୍କର ବିଶ୍ୱାସଭାଜନ ହେବେ । ଆପଣ ଲଟେରୀ ମଧ୍ୟ ଜିତିପାରିବେ, ତେବେ ଏହା ଆପଣଙ୍କ ପାଇଁ ଅସ୍ୱାଭାବିକ ହୋଇପାରେ । କୌଣସି କାର୍ଯ୍ୟ ପାଇଁ ଚୁକ୍ତି ପତ୍ର ସ୍ୱାକ୍ଷରିତ ହେଲେ କିମ୍ବା କମିଶନ ଭାବରେ ବିପୁଳ ପରିମାଣର ଅର୍ଥ ଲାଭ ହେଲେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ମଉଜ ମଜଲିସରେ ଦିନ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣ ଆଜି ନିଜ କାର୍ଯ୍ୟରେ ସଫଳତା ପାଇବା ସଙ୍ଗେ ସଙ୍ଗେ ନିଜର ପ୍ରତିଷ୍ଠା ଲାଭ କରିବେ । ଆପଣ ଅତ୍ୟନ୍ତ ଅଭିମାନୀ ହେଲେ ମଧ୍ୟ ଆପଣଙ୍କ ମାନସିକ ସ୍ଥିତି ସ୍ଥିର ରହିବ । ଆପଣ ନିଜର କାର୍ଯ୍ୟର ଚରମ ସଫଳତା ଲାଭ କରିବା ପାଇଁ ସହକର୍ମୀ ବନ୍ଧୁଙ୍କ ସହାଚର୍ଯ୍ୟ ଲୋଡିପାରନ୍ତି । ଏଥିପାଇଁ ଆପଣଙ୍କ ମନ ଉତଫୁଲିତ ହୋଇପାରେ । ଆପଣଙ୍କ ସମ୍ମାନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପ୍ରଶଂସିତ ହେବେ । ବନ୍ଧୁ ଓ ପରିବାର ସହ ମଉଜ ମଜଲିସ କରିବେ । ଏହା ଆପଣଙ୍କ ଶରୀର ଓ ମନକୁ ସୁସ୍ଥ ଓ ସତେଜ ରଖିପାରେ । କୌଣସି କାରଣରୁ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ଆଜିର ଦିନଟି ଆପଣଙ୍କ ପାଇଁ ଭଲ ଫଳପ୍ରଦ ହେବ ନାହିଁ ।ଅନିଶ୍ଚିତତା ଏବଂ ଦ୍ଵନ୍ଦ୍ୱ ଭିତରେ ସାରାଦିନ ବୁଡ଼ି ରହିବେ । ସମସ୍ୟାପାଇଁ ସ୍ଥାୟୀ ପ୍ରତିକାର ପାଇବେ ନାହିଁ । କଳହଠାରୁ ଦୂରେଇବାକୁ ଚେଷ୍ଟା କରନ୍ତୁ ଏବଂ ନିଜ କାର୍ଯ୍ୟକୁ ସୁଚାରୁରୂପେ କରନ୍ତୁ । ଆପଣଙ୍କର ତିକ୍ତ ଭାବ ପ୍ରଦର୍ଶନ ଏବଂ ବାକ୍ୟାଳାପରେ ଅସଞ୍ଜମତା ଆପଣଙ୍କୁ ଅସୁବିଧାରେ ପକାଇବ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

Last Updated : Jul 1, 2024, 9:06 AM IST

ABOUT THE AUTHOR

...view details