ଓଡିଶା

odisha

ଅଗଷ୍ଟ ୩ ଶନିବାର ରାଶିଫଳ: ଦୂରଯାତ୍ରା କରିବା ସହ ଖୁସି ଖବର ପାଇବେ ଏହି ରାଶି, ସତର୍କ ରୁହନ୍ତୁ ମିଥୁନ-ମୀନ ରାଶି - DAILY ODIA HOROSCOPE OF 3 AUGUST

By ETV Bharat Odisha Team

Published : Aug 3, 2024, 12:00 AM IST

Today Rashifala 3 August: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (Getty)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ:ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କିମ୍ୱା ଏକ ନୂଆ ପ୍ରକଳ୍ପ ହାତକୁ ନେବା ପାଇଁ ଏହା ଏକ ଭଲ ଦିନ । ତଥାପି, ନ ଭାବି ନଚିନ୍ତି କୌଣସି ସିଦ୍ଧାନ୍ତ ନେଇ ଆପଣଙ୍କ ଚିନ୍ତାଧାରାକୁ ଜଟିଳ କରନ୍ତୁ ନାହିଁ; ମୌଳିକକୁ ହିଁ ଅନୁସରଣ କରନ୍ତୁ ଏବଂ ସହଜ ରଖନ୍ତୁ । ସାବଧାନତାରେ ଲୋକଙ୍କ ସହ ମିଶନ୍ତୁ । ବାକ ସଂଯମତା ନିୟନ୍ତ୍ରଣରେ ରଖନ୍ତୁ । ଭ୍ରମଣ ଏବଂ ଯାତ୍ରାର ସମ୍ଭାବନା ରହିଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆଜି ନକ୍ଷତ୍ର ଆପଣଙ୍କ ସପକ୍ଷରେ ନାହାନ୍ତି । ଆପଣ ସିଦ୍ଧାନ୍ତ ହୁଏତ ଭଲ ନହୋଇପାରେ । ଫଳରେ ଉପଯୋଗୀ ସୁଯୋଗରୁ ଆପଣ ଦୂରେଇ ଯିବାର ସମ୍ଭାବନା ରହିଛି । ଅବଶ୍ୟ, ନିଶ୍ଚିତ କରିବା ଯେ ଆପଣ ଏହି ସୁଯୋଗ ହରାଇବେ ନାହିଁ, ଆପଣ ନିଜର ପ୍ରକ୍ରିୟାରେ ଅପରିବର୍ତ୍ତିତ ଭାବରେ ଧ୍ୟାନ କେନ୍ଦ୍ରିଭୂତ କରନ୍ତୁ । ଆଜି କୌଣସି ନୂଆ କିମ୍ୱା ଗୁରୁତ୍ୱପୁର୍ଣ୍ନ କାର୍ଯ୍ୟ କିମ୍ବା ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ । ଖାଦ୍ୟ ପ୍ରତି ନଜର ଦିଅନ୍ତୁ । ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ । ଆର୍ଥିକ ଲାଭ ପଛରେ ନ ଗୋଡାଇ ଆଜି ଧ୍ୟାନ ଏବଂ ଆଧ୍ୟାତ୍ମିକ ଆଡକୁ ଗତି କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହିତ ମିଶିବା ଏବଂ ମଜା କୌତୁକ କରିବା ପାଇଁ ଏହା ହେଉଛି ଏକ ଭଲ ଦିନ । ତେଣୁ ଆୟୋଜନ କରନ୍ତୁ ଏବଂ ଆପଣଙ୍କ ବନ୍ଧୁମାନଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରନ୍ତୁ କିମ୍ବା ତାଙ୍କ ସହ ବାହାରକୁ ଯାଆନ୍ତୁ । ଆର୍ଥିକ ଦୃଷ୍ଟିକୋଣରୁ, ଆପଣ ବହୁତ ଲାଭ ପାଇବେ । ଅବଶ୍ୟ, ସେଥିପାଇଁ ଆପଣ ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ; ଆପଣଙ୍କ ଖର୍ଚ୍ଚକୁ ସୀମା ଭିତରେ ରଖନ୍ତୁ ଏବଂ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ, କିନ୍ତୁ ନିଜର ରାଗ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ:ଆଜି ଦିନରେ ଆପଣ ଦ୍ୱନ୍ଦ୍ୱ ଭିତରେ ରହିପାରନ୍ତି । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କରିବେ । ଆପଣ ଏବଂ ଆପଣଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ହେବାର ଦେଖାଦେଇପାରେ । ଖର୍ଚ୍ଚ ଅଧିକ ହୋଇପାରେ । ଘରୋଇ ବିଷୟ ପାଇଁ ଆପଣ ଆପଣଙ୍କ ବଜେଟ୍‌ ବଢାଇପାରନ୍ତି । ଆପଣ ତୁଣ୍ଡରେ ଲଗାମ ରଖନ୍ତୁ ଏବଂ ଅବୁଝାମଣାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ପ୍ରତିଯୋଗୀଙ୍କ ଅପେକ୍ଷା କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ ଏବଂ ସହଜରେ ସେମାନଙ୍କୁ ଜିତିପାରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ:ଆପଣଙ୍କ ପାଇଁ ପରିସ୍ଥିତି ଆଜି ଅତ୍ୟନ୍ତ ଅନୁକୂଳ ଅଟେ, କିନ୍ତୁ ଆପଣ ଏହାର ଉତ୍ତମ ବ୍ୟବହାର କରିବାରେ ଆପଣ ବିଫଳ ହୋଇପାରନ୍ତି ଯଦି ଆପଣ ମନର-ସତର୍କତା କରାଇ ବସନ୍ତି କିମ୍ବା ଭୁଲ୍‌ ବ୍ୟକ୍ତିଙ୍କୁ ଗାଳି ଦିଅନ୍ତି; ଧ୍ୟାନ କେନ୍ଦ୍ରୀଭୂତ କରିବା ଆପଣଙ୍କ ମୂଳଲକ୍ଷ୍ୟ ହେବା ଉଚିତ । ନୂଆ ପ୍ରକଳ୍ପ କିମ୍ୱା ନୂଆ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ; ଆଜି ଦିନ ସେଥିପାଇଁ ଅନୁକୂଳ ନୁହେଁ । ସାବଧାନତାର ସହ ସରକାରୀ ତଥା ସମ୍ପତ୍ତି ଜନିତ କାଗଜରେ ହସ୍ତାକ୍ଷର କରିବେ । କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଯଦି ଆପଣ ନୂଆ ପ୍ରକଳ୍ପ ହାତକୁ ନେବାପାଇଁ ଯୋଜନା କରୁଛନ୍ତି, ତେବେ ତାହା ଆପଣ ବିଳମ୍ବ ନକରି ହାତକୁ ନେବା ଉଚିତ । କାରଣ ଏହିଦିନ ଆପଣଙ୍କ ପେଶାଦାର ଜୀବନ ପାଇଁ ଶୁଭ ଅଟେ ଏବଂ ଆଉ ଅଧିକ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖନ୍ତୁ । ଆପଣ ନିଶ୍ଚିତ ଭାବରେ ପଦନ୍ନୋତି ପାଇବା ଆଶା କରିବେ ଏବଂ ଅଫିସରେ ପ୍ରଶଂସାର ପାତ୍ର ହେବେ । ଆର୍ଥିକ ଅବସ୍ଥା ସୁଧୁରିବ ଏବଂ ଅର୍ଥ ଲାଭ ହେବ । ସମାଜରେ ପ୍ରତିଷ୍ଠା ମିଳିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ବୁଦ୍ଧିମତ୍ତା କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରିବାର ପ୍ରବଳ ଇଚ୍ଛା ଆପଣଙ୍କୁ ଲେଖା ଏବଂ ଡ୍ରଇଂ ଭଳି ସୁକ୍ଷ୍ମ କଳା ଆଡକୁ ଟାଣିନେବ । ନୂଆ କାର୍ଯ୍ୟ ହାତକୁ ନେବା ପାଇଁ; ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆଜି ହେଉଛି ସବୁଠାରୁ ଉତ୍ତମ ଦିନ । ପେଶାଦାର ଦୃଷ୍ଟିକୋଣରୁ ଆପଣ ନିପୁଣ ହେବେ ଏବଂ ସହକର୍ମୀ, ବରିଷ୍ଟ ମାନଙ୍କଠାରୁ ପ୍ରୋତ୍ସାହନ ଏବଂ ସାହାଯ୍ୟ ପ୍ରାପ୍ତ କରି ଆପଣଙ୍କ କାର୍ଯ୍ୟ ଦକ୍ଷତା ଆହୁରି ବୃଦ୍ଧି ପାଇବ । ବିଦେଶରୁ କିଛି ଭଲ ଖବର ଆସିବାର ଅଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା:ଏହି ଦିନ ଭଲ ହେବା ପାଇଁ ଆଶା କରନ୍ତୁ ନାହିଁ । ଅନୈତିକ କିମ୍ବା ଆଇନ୍ ବିରୁଦ୍ଧ କାର୍ଯ୍ୟକଳାପରୁ ନିବୃତ ରହନ୍ତୁ । ଆଜି ପାଇଁ, ଅଜଣା ବ୍ୟକ୍ତିଙ୍କ ସହିତ ମିଳାମିଶା କରିବା କିମ୍ୱା ନୂଆ ସଂପର୍କ ବଢାଇବା ଏକ ଭଲ ଚିନ୍ତାଧାରା ପ୍ରମାଣିତ ହୋଇ ନପାରେ । ବୈକଳ୍ପିକ ଭାବରେ, ଆପଣ ବନ୍ଦ କରନ୍ତୁ, ଅଟକନ୍ତୁ, ଭାବନ୍ତୁ ଏବଂ ତାପରେ ଲୋକଙ୍କ ସହିତ ବନ୍ଧୁତ୍ୱ କରନ୍ତୁ । ଆଜି ପାଇଁ ସବୁଠାରୁ ଉତ୍ତମ କାର୍ଯ୍ୟ ହେଉଛି ଯୋଗ କିମ୍ୱା ଧ୍ୟାନ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ:ଆଜିର ଦିନ ଆପଣଙ୍କ ପାଇଁ ଖୁସିରେ କଟିବ । ଅନେକ ଆମୋଦ ପ୍ରମୋଦ ଏବଂ ହସମଜା ହେବାର ଅଛି । ସାମାଜିକ ଏକତ୍ରିକରଣ ଏବଂ ଘଟଣାରେ ଆପଣ ବିଭିନ୍ନ ସାଂସ୍କୃତିତ ଲୋକଙ୍କ ସହିତ ମିଶିବା ସୁଯୋଗ ପାଇବେ । ବନ୍ଧୁ ଏବଂ ପ୍ରୀୟଜନଙ୍କ ସହିତ ଆମୋଦ ଭ୍ରମଣରେ ଯିବା ପାଇଁ ଯୋଜନା କରିବା ଏକ ଭଲ ଚିନ୍ତାଧାରା ହେବ । ଏକ ଛୋଟ ମନୋରଞ୍ଜନ ଯାତ୍ରା ମଧ୍ୟ ହୋଇପାରେ, ପ୍ରିୟଜନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି । ଏକ ଶୁଭ ଏବଂ ଖୁସୀ ଆୟୋଜନ ପାଇଁ ଆପଣଙ୍କୁ ନିମନ୍ତ୍ରଣ ପାଇବାର ସମ୍ଭାବନା ରହିଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ବ୍ୟବସାୟରେ ବିସ୍ତାରଣ ଆଜି ପାଇଁ ଅତ୍ୟନ୍ତ ଲାଭଜନକ ପ୍ରମାଣିତ ହେବ । ପ୍ରତ୍ୟେକ ଜିନିଷ ଯୋଜନା ମୁତାବକ ହେବାର ଆଶା କରାଯାଏ । ଆର୍ଥିକ କାରବାର ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ବିନା ଦ୍ୱିଧାରେ ଆଗକୁ ବଢିବ । ପାର୍ଟନର୍‌ ଏବଂ ସହକର୍ମୀମାନେ ବନ୍ଧୁତ୍ୱପୂର୍ଣ୍ଣ ରହିବେ । ଉତ୍ତମ ଶରୀର ସୁନିଶ୍ଚିତ । ଶାନ୍ତି ଏବଂ ମୈତ୍ରୀ ଆପଣଙ୍କ ଦ୍ୱାରସ୍ଥ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ:ଆଜି ଦିନରେ ଆପଣଙ୍କର ଭାବିବା ଏବଂ କହିବା ଭିତରେ ଫରକ୍‌ ଆସିବ । ଆପଣ ଏକ ଜ୍ଞାନଭିତ୍ତିକ ଆଲୋଚନା ଏବଂ ଭାଷଣରେ ଭାଗ ନେଇପାରନ୍ତି । ଅଚାନକ ଖର୍ଚ୍ଚ ବଢିଯିବାର ମଧ୍ୟ ସମ୍ଭାବନା ଅଛି । ଆପଣ ବଦହଜମୀ ଉପରେ ପୀଡିତ ହୋଇପାରନ୍ତି ଏବଂ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବେ । ସ୍ତ୍ରୀ ପିଲାଙ୍କ ଠାରୁ ସୁସମ୍ୱାଦ ମିଳିବ । ବିବାହ ଆଦି କାର୍ଯ୍ୟ ସମ୍ପର୍ଣ୍ଣ ହେବ । ସୁନ୍ଦର ଯାତ୍ରାର ସୁଯୋଗ ଅଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ଆଜି ଆପଣଙ୍କଠାରେ ଆଗ୍ରହ ଏବଂ ଶକ୍ତିର ଅଭାବ ଦେଖାଦେବ । ଶାନ୍ତ ମନରେ ଦିନଟି ଆରମ୍ଭ ହେବ । ପଛରେ ଦୁର୍ବଳତା ଅନୁଭବ କରିବେ । ଆପଣଙ୍କ ପରିବାର ସଦସ୍ୟ ସହ ଦ୍ୱନ୍ଦ୍ୱ ବିବାଦର ଆଶା କରାଯାଇପାରିବ, ଆପଣ କଳହ ଏବଂ ଯୁକ୍ତିତର୍କ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ଏବଂ ଶକ୍ତିହୀନ ଅନୁଭବ କରିବେ । ଖର୍ଚ୍ଚ ବଢିବ । ପେଟ ଗୋଳମାଳ ରହିବ । ଆପଣଙ୍କ ଭାଗ୍ୟ ଖରାପ ବୋଲି ଚିନ୍ତା କରିପାରନ୍ତି ।

ABOUT THE AUTHOR

...view details