ହାଇଦ୍ରାବାଦ: ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ Honda Motorcycle & Scooter India ଭାରତରେ ନୂଆବର୍ଷରେ ଅନେକ ପ୍ରଡକ୍ଟକୁ ଅପଡେଟ କରିବାରେ ଲାଗିଛି । ଏବେ କମ୍ପାନୀ ଏହାର ନୂଆ ସ୍କୁଟର ହୋଣ୍ଡା ଡିଓ (2025 Honda Dio)କୁ ଅପଡେଟ୍ କରି ଲଞ୍ଚ କରିଛି । ଯାହାକୁ OBD2B ନିୟମ ଅନୁଯାୟୀ ଅପଡେଟ୍ କରାଯାଇଛି । ଯେଉଁଥିରେ ଆପଣଙ୍କୁ ଅନେକ ଅପଡେଟ୍ ସହିତ ନୂଆ କଲର ମଧ୍ୟ ମିଳିବ । ତେବେ କମ୍ପାନୀ ଏହାର ଦାମ କେତେ ରଖିଛି ଜାଣିବା ।
କମ୍ପାନୀ ହୋଣ୍ଡା ଡିଓ ସ୍କୁଟିରେ ଅତ୍ୟାଧୁନିକ ଟେକନିକ୍ ସହ ନୂଆ କଲର ଅପସନ ପ୍ରଦାନ କରିଛି । ଯାହାକି ବିଶେଷ ଭାବରେ ଯୁବବର୍ଗର ରାଇଡର୍ମାନଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କ ରାଇଡିଂ ଆବଶ୍ୟକତାକୁ ପୂରଣ କରିବ । ଏହି ସ୍କୁଟରର ତିନୋଟି ମଡେଲ ଥିବା ବେଳେ ଭୁବନେଶ୍ବରରେ କମ୍ପାନୀ ଏହାର ଦାମ କେଉଁ ମଡେଲ ପାଇଁ କେତେ ରଖିଛି ନିମ୍ନରେ ଜାଣିବା ।
2025 Honda Dioରେ କଣ ନୂଆ ଫିଚର ?
- ଏଥିରେ ନୂଆ 4.2 ଇଞ୍ଚର TFT ଡିଜିଟାଲ ଡିସପ୍ଲେ ପ୍ରଦାନ କରାଯାଇଛି, ଯାହାକି ମାଇଲେଜ୍ ଇଣ୍ଡିକେଟର୍, ଟ୍ରିପ ମିଟର, ଇକୋ ଇଣ୍ଡିକେଟର୍ ଓ ଡିଷ୍ଟାନ୍ସ-ଟୁ-ଏମ୍ପଟି ଭଳି ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଥାଏ ।
- ସ୍କୁଟି ଚଲାଇବା ସମୟରେ ମୋବାଇଲକୁ ଚାର୍ଜ କରିବା ଲାଗି USB ଟାଇପ-ସି ଚାର୍ଜିଂ ପୋର୍ଟ ରହିଛି ।
- ଉନ୍ନତ ଇନ୍ଧନ ଇକୋନୋମି ଲାଗି ଆଇଡଲିଂ ଷ୍ଟପ୍ ସିଷ୍ଟମ ରହିଛି ।
- ଷ୍ଟାଇଲିସ୍ ଲୁକ୍ ଓ ଉନ୍ନତ କାର୍ଯ୍ୟଦକ୍ଷତା ଲାଗି ଟପ୍-ସ୍ପେକ୍ DLX ଭାରିଏଣ୍ଟରେ ଆଲଏ ହ୍ବିଲ୍ ଦିଆଯାଇଛି ।
2025 Honda Dioର ଆକାର
ହୋଣ୍ଡି ଡିଓ ସ୍କୁଟିରେ ବିଶେଷ ଭାବେ ସ୍ପୋର୍ଟି ଡିଜାଇନ ଉପରେ ଗୁରୁତ୍ବ ଦିଆଯାଇଛି । ଏହାର ଆକାର ସମ୍ପର୍କରେ ଆଲୋଚନା କଲେ ଏହାର ଲମ୍ବ 1808 ମିମି, ଚଉଡ଼ା 724ମିମି, ଉଚ୍ଚତା 1150ମିମି ରହିଛି । ଏହାର ହ୍ବିଲବେସ୍ 1260ମିମି ଥିବା ବେଳେ ଗ୍ରାଉଣ୍ଡ କ୍ଲିୟରାନ୍ସ 160ମିମି ରହିଛି । ଏହାର ଓଜନ 103 କିଲୋଗ୍ରାମ ଥିବା ବେଳେ ଇନ୍ଧନ ଟାଙ୍କିର କ୍ଷମତା 5.3 ଲିଟର ଅଛି ।
2025 Honda Dioର କଲର ଅପସନ
କମ୍ପାନୀ ଅପଡେଟେଡ୍ Dioରେ ନୂଆ ଗ୍ରାଫିକ୍ସ ଓ କଲର ଅପସନ ପ୍ରଦାନ କରିଛି । ଏହି ସ୍କୁଟରଟି Imperial Red Metallic, Pearl Igneous Black, Pearl Igneous Black + Pearl Deep Ground Gray, Matte Marvel Blue ଓ Matte Axis Gray Metallic ସହିତ ଆସିଛି । ଏହାବ୍ୟତୀତ ସ୍କୁଟରର ଆଗରେ 12 ଇଞ୍ଚ ଓ ପଛରେ 10 ଇଞ୍ଚର ଆଲଏ ହ୍ବିଲ୍ ଲଗାଯାଇଛି ।
ଅପଡେଟେଡ୍ Dioର ଇଞ୍ଜିନ କିପରି ?
ଏହାର ଇଞ୍ଜିନ ସମ୍ପର୍କରେ କହିଲେ, ଏଥିରେ 109.51cc ସିଙ୍ଗଲ ସିଲିଣ୍ଡର, PGM-FI ଇଞ୍ଜିନ ଲଗାଯାଇଛି । ଏହି ଇଞ୍ଜିନ 8,000 rpmରେ 7.8bhp ପାୱାର ଓ 5,250 rpmରେ 9.03 Nmରୁ ଅଧିକ ଟର୍କ ପ୍ରଦାନ କରିଥାଏ । ଏହି ସ୍କୁଟର ଇଞ୍ଜିନ ଆଇଡଲିଂ ଷ୍ଟପ ସିଷ୍ଟମ ସହିତ ଆସିଛି, ଯାହାକି ଫ୍ୟୁଲ ଏଫିସିଏନ୍ସିରେ ସୁଧାର ଆଣିବା ଲାଗି ଡିଜାଇନ କରାଯାଇଛି । ଯାହାଦ୍ବାରା ଏହି ସ୍କୁଟରଟି ବିଶେଷ କରି ସହରୀ ପରିବେଶ ଲାଗି ପରିବେଶ ଅନୁକୂଳ ସ୍କୁଟର ହୋଇପାରିଛି ।
କେଉଁ ଭାରିଏଣ୍ଟର କେତେ ଦାମ ?
Honda Dioର ମୋଟ 3ଟି ଭାରିଏଣ୍ଟ STD, DLX ଓ H-Smart ରହିଛି । କିନ୍ତୁ ଅପଡେଟେଡ୍ 2025 Honda Dio ସ୍କୁଟର ସହିତ ମାତ୍ର ଦୁଇଟି ଭାରିଏଣ୍ଟ STD ଓ DLXକୁ ଅଣାଯାଇଛି । ତେବେ ଦିଲ୍ଲୀ ବଜାରରେ ଅପଡେଟେଡ୍ Dio STDର ମୂଲ୍ୟ 74,930 (ଏକ୍ସ-ଶୋ'ରୁମ) ରଖାୟାଇଥିବା ବେଳେ Dio DLXର ମୂଲ୍ୟ 85,648 ଟଙ୍କା (ଏକ୍ସ-ଶୋ'ରୁମ) ରଖାଯାଇଛି । ଅପଡେଟେଡ୍ Dioର ମୂଲ୍ୟକୁ କମ୍ପାନୀ ପୁରୁଣା ମଡେଲଠାରୁ ବୃଦ୍ଧି କରିଛି । କମ୍ପାନୀ ସାରା ଦେଶରେ Honda ଡିଲରସିପ୍ଙ୍କ ନିକଟରେ ଏହାକୁ ଉପଲବ୍ଧ କରାଇଛି ।