ମେଷ: ମାଆ ମହାଲକ୍ଷ୍ମୀଙ୍କ କରୁଣାରୁ ଆର୍ଥିକ ଅବସ୍ଥା ଏବଂ ସୌଭାଗ୍ୟପୂର୍ଣ୍ଣ ହେବେ । କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ବ୍ୟବସାୟିକ ପ୍ରଚାର ଓ ପ୍ରସାର ବୃଦ୍ଧି ହେବ । ସମସ୍ତ କାର୍ଯ୍ୟରେ ସୁଫଳ ପ୍ରାପ୍ତି ହେବ । କମ୍ପ୍ୟୁଟର ତଥା ନେଟ ଦ୍ୱାରା ବାର୍ତ୍ତା ବିନିମୟ ମଜାଦାର ହେବ । ଛୋଟ ଯାତ୍ରା କରିପାରନ୍ତି । ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ ।
ବୃଷ: ନିଜର ଅକପଟ ଚରିତ୍ର ଏବଂ ମିଠା କଥାରେ ସମସ୍ତଙ୍କ ମନ ମୋହିନେବେ । ଏହି ଗୁଣ ଯୋଗୁଁ ପାଖ ପଡୋଶୀ ତଥା ନିଜର ଲୋକଙ୍କ ସଙ୍ଗେ ମଧୁର ସମ୍ପର୍କ ସ୍ଥାପିତ ହେବ । ସମୁହ ଆଲୋଚନା ତଥା ସଭାସମିତିରେ ସମ୍ମାନ ମିଳିବ । ଆପଣ ନିଜ କର୍ମରେ ଆଶାତିତ ଭାବେ ସୁଫଳ ନ ପାଇଲେ ମଧ୍ୟ କାମ କିଛି ବାଟ ଆଗେଇ ଯିବେ । ନିଜର ପେଟଜନିତ ଯନ୍ତ୍ରଣା ଭୋଗି ପାରନ୍ତି । ଆପଣ ବାହାର ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କର କାର୍ଯ୍ୟ କରିବାକୁ ସ୍ପୃହା ବଢିବ ଓ ଶରୀର ସୁସ୍ଥ ରହିବ ।
ମିଥୁନ: ଦିନଟି ଅବ୍ୟବସ୍ଥା ଓ ଅନିଶ୍ଚିତତା ଭିତରେ କଟିବ । ଆପଣଙ୍କ ମାନସିକ ଉତ୍ତେଜନା ପ୍ରକାଶ ପାଇପାରେ । ଆପଣ ନିଜର ମାଆଙ୍କ ପାଇଁ ଅଧିକ ଭାବପ୍ରବଣ ହୋଇପଡିବେ । କିଛି ଆଲୋଚନାରେ ଅଂଶ ଗ୍ରହଣ କରିବେ । ମାତ୍ର ମାନସିକ ଶାନ୍ତି ପାଇବାକୁ ହେଲେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନିଜ ଘର କିମ୍ୱା ସ୍ଥାବର ସମ୍ପତ୍ତି ବିଷୟରେ କୌଣସି ଆଲୋଚନା ଆଜି କରନ୍ତୁ ନାହିଁ । ପ୍ରିୟଜନଙ୍କ ସହ ସାଧାରଣ ତର୍କବିତର୍କ ଲାଗିପାରେ । ଯାତ୍ରା ପାଇଁ ଶୁଭଦିନ ନୁହେଁ ।
କର୍କଟ: ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁ ବାନ୍ଧବଙ୍କ ସହିତ ଆଲୋଚନା କରିବେ । ସୌନ୍ଦର୍ଯ୍ୟ ସ୍ଥଳକୁ ବୁଲି ଯିବେ । ଆର୍ଥିକ ଅବସ୍ଥା ସୁଧୁରିବ । ଶାରୀରିକ ସ୍ତରରେ ସୁସ୍ଥତା ରହିବେ । ପରିବାର ଲୋକଙ୍କ ସହ ସମ୍ପର୍କ ସୁଦୃଢ ହେବ। ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ ।
ସିଂହ: କାର୍ଯ୍ୟ ଅନୁପାତରେ ଫଳ ବିଳମ୍ୱରେ ପାଇବେ । ଆଜି କିଛି ସମୟ ନିଜ ପରିବାର ବର୍ଗଙ୍କୁ ଦିଅନ୍ତୁ ଏବଂ ଖୁସି ରୁହନ୍ତୁ । ଦୂର ବନ୍ଧୁ ନିଜର ହେବେ ଓ ଏହାର ଉପକାର ମିଳିବ । ଅର୍ଥ ସଞ୍ଚୟ କରନ୍ତୁ । ଭଗବାନଙ୍କ ଦର୍ଶନ କରି ଦିନ ଆରମ୍ଭ କରନ୍ତୁ ।
କନ୍ୟା: ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ଅଟେ । ପରିବାର ସହ ସମୟ ଅତିବାହିତ କରନ୍ତୁ । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ମାଆ ଲକ୍ଷ୍ମୀଙ୍କ କରୁଣାରୁ ଧନ ରତ୍ନ ଐଶ୍ବର୍ଯ୍ୟ ପୂର୍ଣ୍ଣ ହେବ । ଦୂର ଯାତ୍ରା ମଙ୍ଗଳ ଦାୟକ ହେବ । ଦିନଟିକୁ ଉପଭୋଗ କରିବେ । କାର୍ଯ୍ୟସ୍ଥଳରେ ପ୍ରଶଂସାର ପାତ୍ର ହେବ ।
ତୁଳା: କଚେରୀ କାମରେ ସାବଧାନତା ଅବଲମ୍ବନ କରନ୍ତୁ । ଅନ୍ୟକୁ ଆହତ କରି ଦୁଃଖ ପାଇବେ । ଗଣ୍ଡଗୋଳ ଉପୁଜି ପାରେ ଅଥବା ଏଥି ପାଇଁ ଧନ ମଧ୍ୟ ଦେବାକୁ ପଡିପାରେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କାହାକୁ ମର୍ମାହତ କରନ୍ତୁ ନାହିଁ । ଆଖିରେ ପୀଡା ଅନୁଭବ କରିବେ । ଭଲ ସମୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ।
ବିଛା: ନୂତନ କାର୍ଯ୍ୟରେ ଲିପ୍ତ ରହିବେ । ଭଲ ସମୟ ଏବଂ ଭାଗ୍ୟକୁ ଉପଭୋଗ କରନ୍ତୁ । ମଧୁର କାମକୁ ଉପଭୋଗ କରନ୍ତୁ । ଅବିବାହିତମାନେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ତାରକା ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରିବେ । କାର୍ଯ୍ୟ ଓ ବ୍ୟବସାୟ ପାଇଁ ସମୟ ବହୁତ ଭଲ ରହିବ । ମାଲିକମାନେ ସହାୟ ହେବେ । ସାଙ୍ଗଙ୍କ ସହ ପରିଦର୍ଶନ ସ୍ଥଳକୁ ଯାତ୍ରା କରିବେ ।
SCORPIO (Daily Horoscope) ଧନୁ:ଆଜି ଦିନଟି ମଉଜ ମଜଲିସରେ କାଟିପାରନ୍ତି । ପିତାଙ୍କ ପକ୍ଷରୁ ସହଯୋଗ ମିଳିପାରେ । ନିଜ କାର୍ଯ୍ୟରେ ଉପରିସ୍ଥ ହାକିମ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟ ସଂକ୍ରାନ୍ତୀୟ ସାକ୍ଷାତକାର ଜଣେ ସଫଳ ପ୍ରତିପତ୍ତିଶାଳୀ କିମ୍ବା ବ୍ୟବସାୟୀଙ୍କ ସଙ୍ଗେ ହୋଇପାରେ ଏବଂ ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଜନା କରି ଅର୍ଥ ବିନିଯୋଗ କରିପାରନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ କରି ଆପଣ ଅନ୍ୟମାନଙ୍କ ଦ୍ୱାରା ଆଦୃତ ହେବେ । ଆପଣ ନିଜର କାମକୁ ସଫଳତାର ସହ ସାରିବା ପରେ ଆମୋଦ ପ୍ରମୋଦରେ ସମୟ କାଟିବାକୁ ଯଥେଷ୍ଟ ସମୟ ପାଇବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଆପଣଙ୍କର ମନୋବଳ ଦୃଢ ହେବ ।
SAGITTARIUS (Daily Horoscope) ମକର: ଗ୍ରହଙ୍କ ପ୍ରଭାବରୁ ଲେଖିକା, ସୃଜନକ୍ଷମ ଏବଂ ସାହିତ୍ୟ ଅନ୍ୱେଷଣ କରିବେ । ଆପଣ ଏପରି କାର୍ଯ୍ୟର ଆୟୋଜନ ଯଦି କରୁଥାନ୍ତି, ତେବେ ଗୋଟିଏ ସୃଜନକ୍ଷମ ଲେଖିକା କର୍ମଶାଳା କିମ୍ୱା ଗୋଷ୍ଠୀ ଉତ୍ସବର ଆୟୋଜନ କଲେ ବହୁ ସଫଳତା ମିଳିପାରେ । ମାନସିକ ଅଶାନ୍ତି ଭୋଗୁଥିଲେ ଆପଣ ନିଜେ କ୍ଳାନ୍ତ ଓ ଦୁର୍ବଳ ହୋଇପଡିବେ । ତେଣୁ ସଂପୂର୍ଣ୍ଣ ଭାବରେ କିଛି ସମୟ ପାଇଁ ବିଶ୍ରାମ ନିଅନ୍ତୁ । ଆଶ୍ୱସ୍ଥ ହେବେ । ଧର୍ଯ୍ୟର ସହ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।
CAPRICORN (Daily Horoscope) କୁମ୍ଭ:ଆଜି ଆପଣ ଅତ୍ୟଧିକ ଚିନ୍ତା ମୁଣ୍ଡରେ ଭର୍ତ୍ତି କରିବାରୁ ନିଜକୁ ଦୁର୍ବଳ ଓ ଅସହାୟ ମନେ କରିବେ । ତେଣୁ ମନକୁ ଶାନ୍ତ ରଖନ୍ତୁ, ଚିନ୍ତା ମୁକ୍ତ ରୁହନ୍ତୁ, ନଚେତ୍ ଏହା ଆପଣଙ୍କୁ ଉତ୍ତେଜିତ କରିବ ଏବଂ ମନରେ ହତାଶ ଭାବ ସୃଷ୍ଟି କରିବ । ଏପରି ହେବ ଯେ, ଆପଣ ଟିକିଏ ଟିକିଏ କଥାରେ ବା ତ୍ରୁଟିରେ ରାଗିଯିବେ କିମ୍ୱା ଏପରି କିଛି କାର୍ଯ୍ୟ କରିବେ ଯାହା ପାଇଁ ଆପଣ ଅନୁତାପ କରିବେ । ଅନୈତିକ ବିଦ୍ରୋହାତ୍ମକ କାର୍ଯ୍ୟକଳାପ କିମ୍ୱା ଚିନ୍ତା ଠାରୁ ଦୂରେଇ ରୁହନ୍ତୁ । ଗୃହରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇପାରେ । ମାତ୍ର ଆପଣଙ୍କର ମନ ଭଲ ନ ଥିବାରୁ ମୌଜ କରିପାରିବେ ନାହିଁ । ଧ୍ୟାନ ଓ ପ୍ରାର୍ଥନା ଆପଣଙ୍କୁ ଶାନ୍ତି ପ୍ରଦାନ କରିପାରେ ।
AQUARIUS (Daily Horoscope) ମୀନ: ଆପଣଙ୍କ ନିକଟରେ କେହି ପହଞ୍ଚିପାରିବେ ନାହିଁ, କିନ୍ତୁ ଆପଣ ଯେହେତୁ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କୁ ସେମାନଙ୍କ କାମରେ ସଠିକତା ଆଣିବାରେ ସାହାଯ୍ୟ କରୁଛନ୍ତି ସେଥିପାଇଁ ସେମାନଙ୍କର କୌଣସି ଅଭିଯୋଗ ରହିବ ନାହିଁ । ଅନ୍ୟକୁ କାର୍ଯ୍ୟରେ ସାହାଯ୍ୟ କରିବେ । ସଫଳତାର ଶିଖର ଛୁଉଁବେ ।