ETV Bharat / state

ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ 'ଘୁମୁରା' - KALAHANDI UTSAV CONCLUDED

ଉଦଯାପନୀ ସଂଧ୍ୟାରେ ଝୁମିଲେ ଦର୍ଶକ । ମୁଖ୍ୟଅତିଥି ଭାବେ ଯୋଗଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ।

KALAHANDI UTSAV CONCLUDED
KALAHANDI UTSAV CONCLUDED (ETV Bharat Odisha)
author img

By ETV Bharat Odisha Team

Published : Jan 18, 2025, 10:05 PM IST

ଭବାନୀପଟଣା: ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ 'ଘୁମୁରା-୨୦୨୫' । ପାରମ୍ପରିକ ଲୋକବାଦ୍ୟ ଓ ଲୋକନୃତ୍ୟର ମହାକୁମ୍ଭ ଭାବେ ପରିଚିତ କଳାହାଣ୍ଡି ଉତ୍ସବ 'ଘୁମୁରା-୨୦୨୫' ଦୀର୍ଘ ଚାରିଦିନ ଧରି ଆୟୋଜିତ ହେବା ପରେ ଗତକାଲି ଉଦଯାପିତ ହୋଇଯାଇଛି । ଶେଷ ସଂଧ୍ୟାରେ ଦର୍ଶକମାନେ ବିଭିନ୍ନ ଷ୍ଟଲ ବୁଲିବା ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ଯାଦୁରେ ଝୁମିଥିଲେ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍, ସମ୍ମାନୀତ ଅତିଥି ଭାବେ ରାଜ୍ଯସଭା ସାଂସଦ ସୁଜିତ୍ କୁମାର, ସାଂସଦ ମାଳବିକା ଦେବୀ ଏବଂ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।

  • 'ଘୁମୁରା-୨୦୨୫'

ରେଣ୍ଡୋ ମାଝୀ ମଞ୍ଚରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବୀରବାଦ୍ୟ ଘୁମୁରା ଘୁମୁ ଘୁମୁ ନାଦରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା । ସମ୍ବଲପୁରୀ, ଆସାମର ବିହୁ, ଝାଡଖଣ୍ଡର ପାଇକିଆ ନୃତ୍ୟ, ମହାରାଷ୍ଟ୍ରର ଲାବନ୍ୟା ନୃତ୍ୟ, ହରିଆଣାର ଫାକ ନୃତ୍ୟ, ରାଜସ୍ଥାନର ମାନିହାର ଓ କାଲବେରିଆ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ସେପଟେ ଧର୍ମଗଡରେ ମଧ୍ୟ ଉପଖଣ୍ଡସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଛି । ଏହା ଗତ ୧୫ ତାରିଖଠୁ ଏହା ଆରମ୍ଭ ହୋଇଛି ।

kalahandi utsav ghumura 2025 concluded (ETV Bharat Odisha)
  • କଳାହାଣ୍ଡି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ :

ସଭ୍ୟତାର ବିକାଶକ୍ରମେ ମଣିଷ ସାରାଦିନର ପରିଶ୍ରମ ଲାଘବ ପାଇଁ ମନୋରଞ୍ଜନକୁ ମାଧ୍ୟମ କରିଛି । ସମୟ କ୍ରମେ ସେହି ମନୋରଞ୍ଜନ କାର୍ଯ୍ୟକ୍ରମରେ ଗୀତ ବାଦ୍ୟ ଆଦି ଯୋଡ଼ି ହୋଇଯାଇଛି । ଯାହା ଅଧିକ ଜନାଦୃତ ମଧ୍ୟ ହୋଇଛି । ପରବର୍ତ୍ତୀ ସମୟରେ ତାହା ଲୋକକଳା ରୂପେ ଖ୍ୟାତି ଲାଭ କରିଛି । କାଳକ୍ରମେ ମନୁଷ୍ୟର ଚଳଣି ବଦଳିଲା । ତା’ ସହ ସାମାଜିକ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଲା । ସମୟରେ ତାଳରେ ମଣିଷ ଧିରେ ଧିରେ ସେ ସୃଷ୍ଟି କରିଥିବା ଲୋକକଳାକୁ ଭୁଲିବାକୁ ଲାଗିଲା । ସେହି ଭୁଲିଯାଉଥିବା ଲୋକକଳାକୁ ପୁଣି ଥରେ ମାନସପଟ୍ଟରେ ଉଜ୍ଜୀବିତ ରଖିବା ପାଇଁ ହିଁ ଏହି କଳାହାଣ୍ଡି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ ।

KALAHANDI UTSAV CONCLUDED
KALAHANDI UTSAV CONCLUDED (ETV Bharat Odisha)
KALAHANDI UTSAV CONCLUDED
KALAHANDI UTSAV CONCLUDED (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...କାହିଁକି ପାଳନ ହୁଏ ଟୁସୁ ପର୍ବ, ଜାଣନ୍ତି କି ? - TUSU FESTIVAL 2025

ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡି ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣ ସାଜିଲେ କଟପ୍ପା - KALAHANDI UTSAV GHUMURA

ଏହା ମଧ୍ୟ ପଢନ୍ତୁ...ବଡ଼ବିଲ ‘ମିନି ଭାରତ’, ଭାଇଚାରା ସଂସ୍କୃତି ଓ ପରମ୍ପରା ଅନନ୍ୟ: ମୁଖ୍ୟମନ୍ତ୍ରୀ - BARBIL MOHATSAV 2025

ଏମିତି କହିଲେ ଦର୍ଶକ, କଳାକାର ଏବଂ ଜିଲ୍ଲାପାଳ :

କଳାହାଣ୍ଡି ବାସିନ୍ଦା ନମିତା ମିଶ୍ର କହିଛନ୍ତି," ଚାରି ଦିନ ଧରି କଳାହାଣ୍ଡି ମହୋତ୍ସବରେ ଆମେ ବହୁତ୍ ମଜା କରିଛୁ । ବିଭିନ୍ନ ଜିଲ୍ଲା ଓ ରାଜ୍ୟରୁ ଅନେକ ବ୍ୟବସାୟୀକମାନେ ଆସିଛନ୍ତି । ଅନେକ ଘର କରଣା ସାମଗ୍ରୀ କିଣିଛୁ । ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଲୁ । ଦୁଃଖ ଲାଗୁଛି ଯେ ଏହି ଉତ୍ସବ ସରି ଯାଉଛି । ଅପେକ୍ଷା ପୁଣି ଆସନ୍ତା ବର୍ଷକୁ । "

ସେହିପରି ରାଜସ୍ଥାନରୁ ଆସିଥିବା କଳକାର ସବିର ଖାଁ କହିଛନ୍ତି," ଚାରି ଦିନ ଧରି ଆମେ ଏଠାକୁ ଆସି ଆମର କଲା ପ୍ରଦର୍ଶନ କରିଛୁ । ବହୁତ୍ ଖୁସି ଲାଗିଲା ଦର୍ଶକମାନେ ମାଧ୍ୟ ଆମକୁ ବହୁତ୍ ଉତ୍ସାହିତ କରିଛନ୍ତି ।" କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଛନ୍ତି," ବେଶ ଶାନ୍ତି ଶୃଙ୍ଖଳାର ସହିତ କଳାହାଣ୍ଡି ମହୋତ୍ସବ ଶେଷ ହୋଇଛି । ବିଭିନ୍ନ ଜିଲ୍ଲା ସମେତ ଅନେକ ରାଜ୍ୟରୁ କଳାକାରମାନେ ଆସି ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । "

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.