ଓଡିଶା

odisha

CPIM ମହାସଚିବ ସୀତାରାମ ୟେଚୁରୀ ଗୁରୁତର, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା - Sitaram Yechury In AIIMS Ventilator

By ETV Bharat Odisha Team

Published : Sep 6, 2024, 11:11 AM IST

CPIM Leader Sitaram Yechury in Delhi AIIMS Ventilator: ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPIM) ନେତା ସୀତାରାମ ୟେଚୁରୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ଭେଣ୍ଟିଲେଟରରେ ଚାଲିଛି ସୀତାରାମଙ୍କ ଚିକିତ୍ସା । ଗତ ୧୯ ଅଗଷ୍ଟରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପଢନ୍ତୁ ପୂରା ଖବର ।

CPIM Leader Sitaram Yechury in Delhi AIIMS Ventilator
CPIM Leader Sitaram Yechury in Delhi AIIMS Ventilator (X)

ହାଇଦ୍ରାବାଦ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI-M) ନେତା ସୀତାରାମ ୟେଚୁରୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ଭେଣ୍ଟିଲେଟରରେ ରଖାଯାଇ ସୀତାରାମଙ୍କ ଚିକିତ୍ସା କରାଯାଉଛି । ଦୀର୍ଘ ଦିନ ହେବ ସେ ଫୁସଫୁସ ଜନିତ ରୋଗରେ ପୀଡିତ ଅଛନ୍ତି । ପ୍ରଥମେ ଏମରଜେନ୍ସି ବିଭାଗରେ ଭର୍ତ୍ତି କରାଯାଇଥିବାବେଳେ ପରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଆଇସିୟୁକୁ ଅଣାଯାଇଥିଲା । ସେହିଦିନରୁ ସୀତାରାମ ଚିକିତ୍ସାଧୀନ ଅଛନ୍ତି ।

ସୀତାରାମ ୟେଚୁରୀ କିଏ?

ଜଣେ ମାର୍କ୍ସବାଦୀ ନେତା ଭାବେ ବେଶ ଜଣାଶୁଣା ସୀତାରାମ ୟେଚୁରୀ । ସେ ୧୯୫୨ ମସିହା ଅଗଷ୍ଟ ୧୨ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ସୀତାରାମ । ୧୯୬୯ରେ ତେଲେଙ୍ଗାନାରେ ହୋଇଥିବା ଆନ୍ଦୋଳନ ପରେ ସେ ଦିଲ୍ଲୀ ଚାଲି ଆସିଥିଲେ । ଦିଲ୍ଲୀ ସ୍ଥିତ ଷ୍ଟିଫେନ କଲେଜରେ ଅର୍ଥଶାସ୍ତ୍ରରେ BA କରିବା ପରେ MA ଓ ପରେ ପିଏଚଡି ଅଧ୍ୟୟନ କରୁଥିଲେ ।

CPIM Leader Sitaram Yechury in Delhi AIIMS Ventilator (X)

ଏହା ବି ପଢନ୍ତୁ...ଜେଲରୁ ବାହାରିଲେ କମ୍ୟୁନିଷ୍ଟ ନେତା ଏନ.ନାରାୟଣ ରେଡ୍ଡୀ - N Narayan Reddy Bail

ଏହା ବି ପଢନ୍ତୁ...ଡେଙ୍ଗୁରେ ଆକ୍ରାନ୍ତ ପରେ ପୁଣି ଅସୁସ୍ଥ ହେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ; ଦିଲ୍ଲୀ AIIMSରେ ଭର୍ତ୍ତି, ସ୍ବାସ୍ଥ୍ୟବସ୍ଥା ସ୍ଥିର - Jual Oram admitted to Delhi AIIMS

ସୀତାରାମଙ୍କ ରାଜନୈତିକ କ୍ୟାରିୟର:

୧୯୭୪ରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆରେ ସାମିଲ ହୋଇ ଛାତ୍ର ରାଜନୀତିରେ ପଦାର୍ପଣ କରିଥିଲେ । ୧୯୭୭ରେ ଏମରଜେନ୍ସି ଘୋଷଣା ସମୟରେ ଗିରଫ ହେବା ପରେ ସେ JNU ରୁ ପିଏଚଡି ପାଠ୍ୟକ୍ରମ ଶେଷ କରିବାରେ ସଫଳ ହୋଇପାରିନଥିଲେ । ଜେଏନୟୁକୁ ବାମପନ୍ଥୀଙ୍କ ଗଡ଼ ଭାବେ ଉଭା କରିବାରେ ସୀତାରାମ ୟେଚୁରୀଙ୍କ ଅବଦାନ ଅନେକ ଥିଲା । ୨୦୦୫ରୁ ୨୦୧୭ ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଥିଲେ ସୀତାରାମ । ୨୦୧୬ ମସିହାରେ ଶ୍ରେଷ୍ଠ ସାଂସଦ ଭାବେ ପୁରଷ୍କୃତ ହୋଇଥିଲେ ସୀତାରାମ ୟେଚୁରୀ ।

ସୀତାରାମଙ୍କ ସ୍ବାସ୍ଥ୍ୟବସ୍ଥା:

CPIM(ମାର୍କ୍ସବାଦୀ) ମହାସଚିବ ସୀତାରାମ ୟେଚୁରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ଗତ ୧୯ ଅଗଷ୍ଟରେ ସେ ନିମୋନିଆରେ ପୀଡିତ ଥିବାବେଳେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଏମରଜେନ୍ସି ବିଭାଗରେ ଭର୍ତ୍ତି କରାଯାଇଥିବାବେଳେ ପରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଆଇସିୟୁ ସିଫ୍ଟ କରାଯାଇଥିଲା । ସେହିଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଜାରି ରହିଛି ।

CPIM Leader Sitaram Yechury in Delhi AIIMS Ventilator (X)

ଏହା ବି ପଢନ୍ତୁ...ଗଣମାଧ୍ୟମ ସମ୍ମୁଖରେ ଅସୁସ୍ଥ ହୋଇପଡ଼ିଲେ ଏଚଡି କୁମାରସ୍ବାମୀ.

ଏହା ବି ପଢନ୍ତୁ...Aswini Guru Passes Away: ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକ, ଜାନକୀ ସରକାରରେ ତୁଲାଇଥିଲେ ଗୁରୁଦାୟିତ୍ବ - Former MLA Aswini Guru Passes Away

ଏହା ବି ପଢନ୍ତୁ...ବହୁଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ; ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ମୃତ୍ୟୁ - Bitihotra Mohanty Dies

ABOUT THE AUTHOR

...view details