ETV Bharat / state

ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ବେଢା଼ ଫଟୋ - SRIMANDIR PHOTO VIRAL

ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭାଇରାଲ କରିଛନ୍ତି ଗୌରବ କୁମାର ସାହୁ ନାମକ ଯୁବକ । ଭକ୍ତ ମହଲରେ ଅସନ୍ତୋଷ । ଶ୍ରୀମନ୍ଦିର ସୁରକ୍ଷା ଓ ପ୍ରଶାସନର କାର୍ଯ୍ୟଶୈଳୀ ନେଇ ଉଠିଲା ପ୍ରଶ୍ନ ।

ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ବେଢା଼ ଫଟୋ
ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ବେଢା଼ ଫଟୋ (Etv Bharat Odisha)
author img

By ETV Bharat Odisha Team

Published : Jan 13, 2025, 12:19 PM IST

Updated : Jan 13, 2025, 1:08 PM IST

ପୁରୀ: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ବେଢା଼ର ଫଟୋ । ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି ଜଣେ ଯୁବକ । ଗୌରବ କୁମାର ସାହୁ ନାମକ ଜଣେ ଯୁବକ ନିଜ ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ କରିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପୁଣି ପ୍ରଶ୍ନ । ତେବେ ଏହି ଘଟଣା ଜଣାପଡିବା ପରେ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତଙ୍କୁ ସଠିକ୍ ଭାବରେ ଯାଞ୍ଚ କରିବାକୁ ଦାବି ହୋଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି । ହେଲେ ପୋଲିସ୍ କିଛି ବି କାର୍ଯ୍ୟାନୁଷ୍ଠାନ ନେଇ ପାରିନାହିଁ ।

ଶ୍ରୀମନ୍ଦିର ଭିତର ବେଢା଼ ଫଟୋ ଭାଇରାଲ
ଶ୍ରୀମନ୍ଦିର ଭିତର ବେଢା଼ ଫଟୋ ଭାଇରାଲ (ETV BHARAT)
  • କ’ଣ ରହିଛି ନିୟମ ?

ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ସମ୍ପୂର୍ଣ୍ଣ ନିଷେଧ ରହିଛି । ଭକ୍ତ, ପୋଲିସ୍ କର୍ମଚାରୀ, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ଏବଂ ସେବାୟତଙ୍କ ପାଇଁ ମୋବାଇଲ ନେବା ଉପରେ ପ୍ରତିବନ୍ଧକ ରହିଛି । ହେଲେ କିଛି କ୍ଷେତ୍ରରେ ସେବାୟତ, ପୋଲିସ୍ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀମାନେ ଏହି ନିୟମ ମାନୁନଥିବା ଦେଖିବାକୁ ମିଳୁଛି । ଫଳରେ ଅନେକ ଭକ୍ତ ଏମାନଙ୍କ ସହଯୋଗରେ ମନ୍ଦିର ଭିତରକୁ ମୋବାଇଲ ନେବାର ସୁଯୋଗ ପାଉଛନ୍ତି । ଅନେକ ସମୟରେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ଼ ମଧ୍ୟ କରୁଛନ୍ତି ।

  • ଧରାପଡିଲେ କ’ଣ ଦଣ୍ଡ ?

ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପାଇଁ ମୋବାଇଲ୍‌ ନେବା ନିଷେଧ ଥିବା ବେଳେ ଧରାପଡିଲେ ଏକ ହଜାର ଟଙ୍କା ଜରିମାନା ସହ ମୋବାଇଲ ଜବତ ହେବାର ନିୟମ ରହିଛି । ହେଲେ ଭକ୍ତଙ୍କ ପାଇଁ ଏହି କଟକଣା ଥିବା ବେଳେ, ଏହି କଟକଣା ସେବାୟତ,ପୋଲିସ୍ ଓ ଶ୍ରୀମନ୍ଦିର କର୍ମଚାରୀ ମାନୁ ନାହାନ୍ତି । ଯାହା ଫଳରେ ବାରମ୍ବାର ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ୍ ହେଉଥିବା ବେଳେ ଶ୍ରୀମନ୍ଦିରର ସୁରକ୍ଷା ବିପଦକୁ ଠେଲି ହୋଇଯାଇଛି । ରାଜ୍ୟ ସରକାର ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା କଟକଣାକୁ କଡାକଡି କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବି ହୋଇଛି ।

  • ପୂର୍ବରୁ ବି ଭାଇରାଲ ହୋଇଛି ଫଟୋ

ଗତବର୍ଷ ଜୁଲାଇରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ନିଖିଲ ଗିରି ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ଼ କରିଥିଲେ । ଶ୍ରୀମନ୍ଦିର ଆନନ୍ଦ ବଜାରର ପ୍ରବେଶ ପଥରେ ଏହି ଫୋଟୋ ଉଠା ଯାଇଥିବା ବେଳେ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଦୃଶ୍ୟ ନଜରକୁ ଆସିଥିଲା ।

ଅଧିକ ପଢନ୍ତୁ:-

ଆଜି ପୌଷ ପୂର୍ଣ୍ଣିମା: ରଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

୨୦ରୁ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା, ପରିକ୍ରମା ପ୍ରକଳ୍ପର ଡିଜାଇନରେ ହେବ ପରିବର୍ତ୍ତନ

ଅଧିକ ପଢନ୍ତୁ ପୁରୀରେ ପ୍ରବାସୀଙ୍କ ଭିଡ, ମହାପ୍ରଭୁଙ୍କ ଦର୍ଶନ ସହ ନେଉଛନ୍ତି ଭ୍ରମଣ ମଜା

ସେହିବର୍ଷ ଫେବୃଆରୀ ମାସରେ ଶ୍ରୀମନ୍ଦିରର ଭିତର ବେଢ଼ା ଫଟୋ ସୋସିଆଲ ମିଡିଆରେ ପୁଣି ଭାଇରାଲ୍ ହୋଇଥିଲା । ଭାଇରାଲ ଫଟୋରେ ସତ୍ୟନାରାୟଣ ମନ୍ଦିରଠାରୁ ଭିତର ବେଢ଼ା ଏବଂ ବଟବୃକ୍ଷ ସହିତ ଅନ୍ୟ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା । ତେବେ ଏହି ଫଟୋକୁ ଜନି ଦତ୍ତ ନାମକ ଜଣେ ଯୁବକ ନିଜ ଇନ୍‌ଷ୍ଟଗ୍ରାମ୍‌ରେ ପୋଷ୍ଟ କରିଥିଲେ । ଏହାକୁ ସେବାୟତ ଓ ଭକ୍ତ ମହଲରେ ନିନ୍ଦା କରାଯାଇଥିଲା ।

ଇଟିଭି ଭାରତ, ପୁରୀ

Last Updated : Jan 13, 2025, 1:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.