ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏନେଇ ଦୁଇ ଜାତୀୟ ଦଳ ତଥା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେପି ଓ କଂଗ୍ରେସ ଏକାଧିକ ପର୍ଯ୍ୟାୟରେ କିଛି ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ଏହାରି ଭିତରେ ଆଜି ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ଚଳିତ ଥର କଂଗ୍ରେସର ଏହି ଇସ୍ତାହାର 5 ନ୍ୟାୟ ଓ 25 ଗ୍ୟାରେଣ୍ଟି ଉପରେ ଆଧାରିତ ହୋଇଛି । କଂଗ୍ରେସ ମୁଖ୍ୟାଳୟରେ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇସ୍ତାହାର ଘୋଷଣା କରିଛନ୍ତି ।
କଂଗ୍ରେସର ଇସ୍ତାହାର:ପ୍ରାର୍ଥୀକୁ ଖୁସି କରିବା ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବମ୍ପର ଇସ୍ତାହାର ଘୋଷଣା କରିଛି କଂଗ୍ରେସ । କେନ୍ଦ୍ରରେ 30 ଲକ୍ଷ ଚାକିରି, ଗରିବ ପରିବାରର ମହିଳାଙ୍କୁ ବାର୍ଷିକ 1 ଲକ୍ଷ ଟଙ୍କା, ଜାତି ଜନଗଣନା, MSP ବୃଦ୍ଧି, MNREGA ମଜୁରୀ 400 ଟଙ୍କା, ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ବନ୍ଦ କରିବାକୁ PMLA ଆଇନରେ ପରିବର୍ତ୍ତନ ନେଇ ଇସ୍ତାହାର ଘୋଷଣା କରାଯାଇଛି । ଏହାସହିତ ସଚ୍ଚର କମିଟିର ସୁପାରିଶକୁ ଲାଗୁ କରିବା ନେଇ ଘୋଷଣା କରାଯାଇଛି ।
କଂଗ୍ରେସର 5 ନ୍ୟାୟ:
ଭୋଟରଙ୍କ ପାଇଁ କଂଗ୍ରେସ ଘୋଷଣା କରିଛି ପାଞ୍ଚଟି ନ୍ୟାୟ । ସେଗୁଡ଼ିକ ହେଲା ନାରୀ ନ୍ୟାୟ, କିଷାନ ନ୍ୟାୟ, ଶ୍ରମିକ ନ୍ୟାୟ, ହିସେଦାରୀ ବା ଭାଗିଦାରୀ ନ୍ୟାୟ ଏବଂ ଯୁବକ ଯୁବତୀ ନ୍ୟାୟ । ଯୁବକ ଯୁବତୀଙ୍କୁ ନ୍ୟାୟ ଅଧିନରେ କଂଗ୍ରେସ 5ଟି ଗ୍ୟାରେଣ୍ଟି ବିଷୟରେ କହିଛି । 30 ଲକ୍ଷ ସରକାରୀ ଚାକିରି ଏବଂ ଏକ ବର୍ଷ ପାଇଁ ଆପ୍ରେଣ୍ଟିସିପ୍ କାର୍ଯ୍ୟକ୍ରମ ଅଧିନରେ ଯୁବକମାନଙ୍କୁ 1 ଲକ୍ଷ ଟଙ୍କା ପ୍ରଦାନ କରିବାର ପ୍ରତିଶ୍ରୁତି କରିଛି ।
1-ନାରୀ ନ୍ୟାୟ
2-କିଷାନ ନ୍ୟାୟ