ମୁମ୍ବାଇ:ସିଙ୍ଗଡାରୁ ବାହାରିଲା କଣ୍ଡୋମ । ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମହାରାଷ୍ଟ୍ର ପୁଣେର ଗୋଟିଏ ପ୍ରତିଷ୍ଠିତ ଅଟୋ ମୋବାଇଲ କମ୍ପାନୀର କ୍ୟାଣ୍ଟିନରେ ସିଙ୍ଗଡା ଭିତରୁ କଣ୍ଡୋମ ସହ ଗୋଡି, ଗୁଟକା ବାହାରିଛି । କମ୍ପାନୀର କର୍ମଚାରୀମାନେ କ୍ୟାଣ୍ଟିନରେ ବସି ସିଙ୍ଗଡା ଖାଇବା ବେଳେ ତା' ଭିତରୁ କଣ୍ଡୋମ ବାହାରିଥିଲା । ଏହା ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ । ଏନେଇ ଥାନାରେ ୫ ଜଣଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି ।
ଘଟଣାଟି ଗତ ମାର୍ଚ୍ଚ ୨୭ ତାରିଖର । ପୁଣେ ପିମ୍ପରି-ଚିଞ୍ଚୱାଡ ସହର ସ୍ଥିତ ଏକ ଅଟୋ ମୋବାଇଲ କମ୍ପାନୀର କର୍ମଚାରୀମାନେ କ୍ୟାଣ୍ଟିନରେ ସିଙ୍ଗଡା ଖାଉଥିବା ବେଳେ ସେଥିରେ ଆଳୁ ସହ ଏମିତି କଣ୍ଡୋମ ଓ ଗୋଡି, ଗୁଟକା ପଶିଥିବା ଦେଖିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତରୁ ଜଣାପଡିଛି ଯେ, ଉକ୍ତ ଅଟୋ ମୋବାଇଲ କମ୍ପାନୀର କ୍ୟାଣ୍ଟିନକୁ ପୂର୍ବରୁ ଖାଦ୍ୟ ସାମଗ୍ରୀ ଯୋଗାଉଥିବା ଏସଆରଏସ ଏଣ୍ଟରପ୍ରାଇଜେସ ସଂସ୍ଥା ସହ କମ୍ପାନୀ କଣ୍ଟ୍ରାକ୍ଟ ରବ୍ଦ କରିଦେଇଥିଲା ଏବଂ ଆଉ ଗୋଟିଏ ନୂଆ କଣ୍ଟ୍ରାକ୍ଟରକୁ ଖାଦ୍ୟ ଯୋଗାଇବାକୁ କଣ୍ଟ୍ରାକ୍ଟ ଦେଇଥିଲା । ଏଥିରେ ପୂର୍ବ କଣ୍ଟ୍ରାକ୍ଟର ରାଗି ଯାଇଥିଲା । ତେଣୁ ନୂଆ ଖାଦ୍ୟ ଯୋଗାଉଥିବା ସଂସ୍ଥାକୁ ବଦନାମ କରିବାକୁ ସେ ଷଡଯନ୍ତ୍ର ରଚିଥିଲା ।
ଏହା ମଧ୍ୟ ପଢନ୍ତୁ: ଓଃ କି ଖରା.. କୁକୁର ପିନ୍ଧୁଛନ୍ତି ଜୋତା - Police Dogs Gets Shoes