ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍ ଜଗନ ମୋହନ ରେଡ୍ଡି । ଗତକାଲି (ଗୁରୁବାର) ଜଗନ ମୋହନ ରେଡ୍ଡି ଦିଲ୍ଲୀ ପହଞ୍ଚିଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ଏହି ଭେଟଘାଟରେ ଉଭୟଙ୍କ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ପ୍ରାୟ ୨୦ ମିନିଟ ଧରି ଉଭୟ ବାର୍ତ୍ତାଳାପ କରିଥିବା ନେଇ ଜାରି ହୋଇଥିବା ସରକାରୀ ବିବୃତିିରୁ ଜଣାପଡ଼ିଛି ।
ଜଗନ ମୋହନ ରେଡ୍ଡି ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଭେଟିଛନ୍ତି । ଏଠାରେ କହିରଖୁଛି କି ଗତ ବୁଧବାର ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ । ସେ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଚନ୍ଦ୍ରବାବୁଙ୍କ ଏହି ଗସ୍ତ ପରେ ଟିଡିପି ଓ ବିଜେପି ମଧ୍ୟରେ ଥିବା ସମ୍ପର୍କ ଘନିଷ୍ଠ ହେଉଥିବା ଚର୍ଚ୍ଚା ଧରିଥିଲା । ତେବେ ଚନ୍ଦ୍ରବାବୁଙ୍କ ଦିଲ୍ଲୀ ଗସ୍ତର ଗୋଟିଏ ପରେ ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମଧ୍ୟ ଜାତୀୟ ରାଜଧାନୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି । ଜଗନ ମୋହନଙ୍କ ଦଳ NDAରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଏହା ବି ପଢନ୍ତୁ- ପୋଲାଭରମ ପ୍ରକଳ୍ପ ଜନିତ କ୍ଷୟକ୍ଷତିର ସ୍ଥାୟୀ ପ୍ରତିକାର ଦାବି କଲେ ସାଂସଦ ରମେଶ ମାଝୀ