ପ୍ରୟାଗରାଜ: ମହାକୁମ୍ଭ ମହାଅଘଟଣରେ କେତେ ଲୋକେ ପ୍ରାଣ ହରାଇଛନ୍ତି ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ସୂଚନା ଆସିପାରିନାହିଁ । ରିପୋର୍ଟ କହୁଛି ବର୍ତ୍ତମାନ ସୁଦ୍ଧା 17 ଜଣ ପ୍ରାଣ ହରାଇଛନ୍ତି । 50ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ପାଖାପାଖି ସବୁ ଦଳର ନେତା ଦୁଃଖ ପ୍ରକାଶ କରିଛନ୍ତି । କିନ୍ତୁ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ବର୍ତ୍ତମାନ ସୁଦ୍ଧା ତ୍ରିବେଣୀ ସଙ୍ଗମରେ 3.61 କୋଟି ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି । ସେହିପରି ଗତ କାଲି ଅର୍ଥାତ ଜାନୁଆରୀ 28ରେ 19.94 କୋଟି ଲୋକେ କୁମ୍ଭମେଳାରେ ବୁଡ ପକାଇଥିବା ଉତ୍ତର ପ୍ରଦେଶ ସରକାର କହିଛନ୍ତି ।
- ଭିଆଇପି ବ୍ୟବସ୍ଥା ଦାୟୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହାକୁମ୍ଭ ମେଳାରେ ଭିଆଇପି ବ୍ୟବସ୍ଥାକୁ ଦାୟୀ କରିଛନ୍ତି । ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମରେ ରାହୁଲ ଲେଖିଛନ୍ତି ‘‘ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା କାରଣରୁ ଅଧିକାଂଶଙ୍କ ମୃତ୍ୟୁ ଓ ଆହତ ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକାକୂଳ ପରିବାର ପାଇଁ ମୋର ସମବେଦନା ପ୍ରକାଶ କରୁଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏହି ଦୁଃଖଦ ଘଟଣା ପାଇଁ ଅବ୍ୟବସ୍ଥା, ପରିଚାଳନା ଅଭାବ ଓ ସାଧାରଣ ଭକ୍ତଙ୍କ ସ୍ଥାନରେ ଭିଆଇପି ବ୍ୟବସ୍ଥା ଉପରେ ପ୍ରଶାସନର ଧ୍ୟାନ କେନ୍ଦ୍ରିତ ହେବା ଦାୟୀ ଅଟେ । ମହାକୁମ୍ଭର ଆହୁରି ଅନେକ ଦିନ ବାକି ଅଛି । ଆହୁରି ଅନେକ ମହାସ୍ନାନ ଏପର୍ଯ୍ୟନ୍ତ ହୋଇନାହିଁ । ଆଜି ଭଳି ଆଗକୁ ଏପରି ଦୁଃଖଦ ଘଟଣା ଯେପରି ନ ଘଟୁ ଏଥିପାଇଁ ସରକାର ବ୍ୟବସ୍ତାରେ ସୁଧାର ଆଣିବା ଜରୁରୀ । ଭିଆଇପି ସଂସ୍କୃତି ଉପରେ ଲଗାମ ଲାଗୁ ହେବା ଉଚିତ୍ । ସାଧାରଣ ଭକ୍ତଙ୍କ ପାଇଁ ସରକାରଙ୍କୁ ଭଲ ବନ୍ଦୋବସ୍ତ କରିବା ଆବଶ୍ୟକ ରହିଛି । କଂଗ୍ରେସ କର୍ମୀ ଓ ନେତାଙ୍କୁ ପିଡିତଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ନିବେଦନ କରୁଛି’’ ।
प्रयागराज महाकुंभ में भगदड़ के कारण कई लोगों के मौत और कईयों के घायल होने की ख़बर अत्यंत दुखद है।
— Rahul Gandhi (@RahulGandhi) January 29, 2025
शोकाकुल परिवारों के प्रति अपनी गहरी संवेदनाएं व्यक्त करता हूं और घायलों के शीघ्र स्वस्थ होने की आशा करता हूं।
इस दुखद घटना के लिए कुप्रबंधन, बदइंतजामी और आम श्रद्धालुओं की जगह VIP…
- ଆୟୋଜନ ଠୁ ଅଧିକ ସ୍ବପ୍ରଚାର
ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଦୁର୍ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ‘‘ମହାକୁମ୍ଭ ମେଳା ତୀର୍ଥସ୍ଥଳୀ ସଙ୍ଗମରେ ହୋଇଥିବା ଦଳାଚକଟାରେ ଅନେକ ଲୋକଙ୍କ ଜୀବନ ଯାଇଛି । ଅଧିକାଂଶ ଆହତ ହେବା ଖବର ବି ହୃଦୟ ବିଦାରକ ଘଟଣା । ଶ୍ରଦ୍ଧାଳୁଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ । ଅଧା ଅଧୁରା ବ୍ୟବସ୍ଥା, ଭିଆଇପିଙ୍କ ପାଇଁ ବ୍ୟବସ୍ଥା, ଆୟୋଜନ ଠୁ ଅଧିକ ନିଜର ପ୍ରଚାରରେ ଧ୍ୟାନ ଦେବା ଓ ଅବ୍ୟବସ୍ଥା ଏଥିପାଇଁ ଦାୟୀ ହୋଇଥାଏ । ହଜାର କୋଟି ଟଙ୍କା ଖର୍ଚ୍ଚ ପରେ ଏପରି ବ୍ୟବସ୍ଥା ନିନ୍ଦନୀୟ ଅଟେ । ଏବେବି ଆହୁରି ମହତ୍ତ୍ବପୂର୍ଣ୍ଣ ସାହି ସ୍ନାନ ରହିଛି ଯେଉଁଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସଚେତନ ରହି ବ୍ୟବସ୍ଥାକୁ ସୁଧାରିଦେବା ଉଚିତ । ଯେଉଁଥିପାଇଁ ଆଗକୁ ଏଭଳି ଅପ୍ରିୟ ଘଟଣା ଘଟିବ ନାହିଁ । ଶ୍ରଦ୍ଧାଳୁଙ୍କ ରହିବା, ଖାଇବା, ପ୍ରାଥମିକ ଚିକିତ୍ସା ପାଇଁ ବ୍ୟବସ୍ଥା ବିସ୍ତାର କରିବା ସହ ଭିଆଇପି ମୁମେଣ୍ଟରେ ଲଗାମ ଲଗାଯିବା ଉଚିତ । ଏହା ଆମ ସାଧୁ ସନ୍ଥ ବି ଚାହୁଁଛନ୍ତି । କଂଗ୍ରେସର କାର୍ଯ୍ୟକତ୍ତାକୁ ଅନୁରୋଧ ଯେ ସେମାନେ ପିଡିତଙ୍କୁ ଯଥା ସମ୍ଭବ ସାହାଯ୍ୟ କରନ୍ତୁ’’ ।
महाकुंभ के दौरान, तीर्थराज संगम के तट पर हुई भगदड़ से कई लोगों की जान गई है और अनेकों लोगों के घायल होने का समाचार बेहद हृदयविदारक है।
— Mallikarjun Kharge (@kharge) January 29, 2025
श्रद्धालुओं के परिजनों के प्रति हमारी गहरी संवेदनाएँ और घायलों की शीघ्रातिशीघ्र स्वास्थ्य लाभ की हम कामना करते हैं।
आधी अधूरी व्यवस्था,…
- ଯୋଗୀ ସରକାରଙ୍କୁ ଖେଡାଙ୍କ ଟାର୍ଗେଟ୍
କଂଗ୍ରେସ ନେତା ପୱନ ଖେଡା ଘଟଣାକୁ ଦୁଃଖଦ କହିଛନ୍ତି । ସେ କହିଛନ୍ତି ଯେ ‘‘ପ୍ରୟାଗରାଜରେ କୁମ୍ଭ ସ୍ନାନ ବେଳେ ଦଳାଚକଟା ଅତ୍ୟନ୍ତ ଦୁଃଖଦ ଘଟମା । ଯେଉଁଭଳି ଭାବେ ଭିଡ ଓ ଅଧା ଅଧୁରା ବ୍ୟବସ୍ଥା ରହିଛି ଏଠାରେ ଏଭଳି ଦୁର୍ଘଟଣାର ଆଶଙ୍କା ରହିଥିଲା । ଏବେବି ଅନେକ ମହାସ୍ନାନ ବାକି ଅଛି । ଏଭଳି କ୍ଷେତ୍ରରେ ସେଠାକୁ ଅତିରିକ୍ତ ସୁରକ୍ଷା ବଳ ପଠାଇବା ଆବଶ୍ୟକ ରହିଛି । ଯୋଗୀ ଆଦିତ୍ୟନାଥଙ୍କ ପରିବର୍ତ୍ତେ ମେଳା ସଂଚାଳିତ କରିବା ଦାୟିତ୍ବ କୌଣସି ଭଲ ପ୍ରଶାସକଙ୍କୁ ଦେଇ ଭିଭିଆଇପି କଲଚରକୁ ବନ୍ଦ କରିବା ଆବଶ୍ୟକ । ମୃତକଙ୍କ ପାଖରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ଭଗବାନ ତାଙ୍କୁ ନିଜ ଶରଣରେ ସ୍ଥାନ ଦିଅନ୍ତୁ’’ ।
प्रयागराज में कुंभ स्नान के दौरान मची भगदड़ में कई श्रद्धालुओं की मौत बेहद दुखदाई है। जिस तरह की भीड़ और आधी अधूरी व्यवस्था थी उससे इस तरह की दुर्घटना की आशंका बनी हुई थी।
— Pawan Khera 🇮🇳 (@Pawankhera) January 29, 2025
अभी कई महास्नान बचे हुए हैं ऐसे में आवश्यक है कि वहां पर अतिरिक्त सुरक्षा बल भेजे जाएं और योगी आदित्यनाथ… pic.twitter.com/4asR5RQ3e5
- ଦୁଃଖ ପ୍ରକାଶ କଲେ ଅଖିଳେଶ
ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ‘‘ମହାକୁମ୍ଭରେ ଅବ୍ୟବସ୍ଥା ପାଇଁ ଶ୍ରଦ୍ଧାଳୁଙ୍କ ମୃତାହତ ସମାଚାର ବହୁତ ଦୁଃଖଦ ଅଟେ । ଶ୍ରଦ୍ଧାଞ୍ଜଳି ! ସରକାରଙ୍କୁ ଅପିଲ୍ କରିବି ଯେ ଗୁରୁତର ଆହତଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ନିକଟତର ସର୍ବଶ୍ରେଷ୍ଠ ହସ୍ପିଟାଲରେ ପହଞ୍ଚାଇ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଉ । ମୃତକଙ୍କ ଶବକୁ ଚିହ୍ନଟ କରି ତାଙ୍କ ପରିବାର ପାଖକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉ। ଯେଉଁ ଲୋକେ ହଜି ଯାଇଛନ୍ତି ତାଙ୍କୁ ମିଶାଇବା ପାଇଁ ତ୍ବରିତ ପଦକ୍ଷେପ ନିଆଯାଉ । ହେଲିକପ୍ଟରର ସଦୁପଯୋଗ କରି ଅଧିକ ତଦାରଖ କରାଯାଉ । ସତ୍ୟଯୁଗରୁ ଚାଲିଆସୁଥିବା ସାହି ସ୍ନାନ ଭଳି ଅଖଣ୍ଡ ଅମୃତ ପରମ୍ପରାକୁ ନିରନ୍ତର ରଖିବା ସହ ଉଦ୍ଧାର କାର୍ଯ୍ୟ ସମାନ୍ତରାଳ ଭାବେ କରାଯାଉ । ମୌନୀ ଅମାବାସ୍ୟାରେ ସାହି ସ୍ନାନକୁ ସମ୍ପର୍ନ୍ନ କରିବା ପାଇଁ ବ୍ୟବସ୍ଥା କରାଯାଉ । ଶ୍ରଦ୍ଧାଳୁଙ୍କୁ ବି ଅନୁରୋଧ କରିବୁ ଯେ ଏଭଳି ଜଟିଳ ସମୟରେ ଧୈର୍ଯ୍ୟର ସହ ଶାନ୍ତିପୂର୍ବକ ନିଜ ତୀର୍ଯଯାତ୍ରା ସମ୍ପର୍ନ୍ନ କରନ୍ତୁ । ଆଜିର ଘଟଣାରୁ କିଛି ଶିଖି ସରକାର ଶ୍ରଦ୍ଧାଳୁଙ୍କ ରହିବା, ଖାଇବା ପିଇବା ଓ ଅନ୍ୟ ସୁବିଧାର ଅତିରିକ୍ତ ପ୍ରବନ୍ଧ କରନ୍ତୁ । ଦୁର୍ଘଟଣାରେ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବି’’ ।
महाकुंभ में अव्यवस्थाजन्य हादसे में श्रद्धालुओं के हताहत होने का समाचार बेहद दुखद है। श्रद्धांजलि!
— Akhilesh Yadav (@yadavakhilesh) January 29, 2025
हमारी सरकार से अपील है कि:
- गंभीर रूप से घायलों को एअर एंबुलेंस की मदद से निकटतम सर्वश्रेष्ठ हॉस्पिटलों तक पहुंचाकर तुरंत चिकित्सा व्यवस्था की जाए।
- मृतकों के शवों को चिन्हित… pic.twitter.com/xZcaU940cO
- ସମବେଦନା ଜଣାଇଲେ ମାୟାବତୀ
ଦଳାଚକଟାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସମବେଦନା ପ୍ରକାଶ କଲେ ବସପା ସୁପ୍ରିମୋ ମାୟାବତୀ। ସେ କହିଛନ୍ତି ‘‘ପ୍ରୟାଗରାଜର ସଙ୍ଗମ ସ୍ଥଳୀ, ମହାକୁମ୍ଭ ଦଳାଚକଟାରେ ଯେଉଁ ଶ୍ରଦ୍ଧାଳୁ ନିଜ ଜୀବନ ହାରିଲେ ବା ଆହତ ହେଲେ ସେହି ଘଟଣା ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ । ଏଭଳି ସମୟରେ ପ୍ରକୃତି ପିଡିତାଙ୍କୁ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ । ପାର୍ଟି ଏହା କାମନା କରୁଛି’’ ।
प्रयागराज की संगम स्थली पर, महाकुम्भ में हुई भगदड़ में, जिन भी श्रद्धालुओं ने अपनी जान गवाई है व घायल हुये है। यह घटना अति-दुःखद व चिन्तनीय। ऐसे समय में कुदरत पीडि़तों कोे इस दुःख को सहन करने की शक्ति दे, पार्टी की यही कामना।
— Mayawati (@Mayawati) January 29, 2025
- କ୍ଷତିପୂରଣ ଦାବି କଲେ ଅଜୟ ରାୟ
ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟ ମହାକୁମ୍ଭରେ ହୋଇଥିବା ଅବ୍ୟବସ୍ଥାକୁ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଆହତଙ୍କ ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ । କଂଗ୍ରେସ ପାର୍ଟି ଲଗାତାର ପ୍ରଶାସନକୁ ସଚେତନ କରିବା ପାଇଁ ପ୍ରୟାସ ଜାରି ରଖିଛି । କିନ୍ତୁ ଶାସନ କି ପ୍ରଶାସନ କେହି ଏଥିପ୍ରତି ଧ୍ୟାନ ଦେଲେ ନାହିଁ । ପିଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବା ସହ ଆହତଙ୍କ ମାଗଣା ଚିକିତ୍ସା ପାଇଁ ଅଜୟ ରାୟ ଦାବି କରିଛନ୍ତି ।
उत्तर प्रदेश कांग्रेस अध्यक्ष अजय राय ने महाकुंभ में हुई अव्यवस्था को लेकर गहरी चिंता जताई। उन्होंने कहा कि इस दुर्घटना में कई लोगों की मौत और कई अन्य के घायल होने की खबर अत्यंत पीड़ादायक है।
— भारत समाचार | Bharat Samachar (@bstvlive) January 29, 2025
अजय राय ने बताया कि कांग्रेस पार्टी लगातार प्रशासन को सचेत करने की कोशिश कर रही थी,… pic.twitter.com/ZIyWRscSLu