କୋଲକାତା:"ମୁଁ ବଡ ହେଲେ ମୁର୍ଖ ହେବାକୁ ଚାହେଁ, କାରଣ ଜଣେ ମୁର୍ଖ ଲୋକ କାହାରିକୁ ଧୋକା ଦେଇ ପାରିବ ନାହିଁ ।" ଏଭଳି କିଛି କଥା ଏକ ଛୋଟ ପିଲାଟିଏ କହୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ସାମ୍ପ୍ରତିକ ପରିସ୍ଥିତିରେ ମଣିଷର ସାମାଜିକ ବିଧି ବ୍ୟବସ୍ଥା ଓ ମୂଲ୍ୟବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏଭଳି ବିଚିତ୍ର ଘଟଣା ଘଟିଛି ପଶ୍ଚିମବଙ୍ଗର ବୀରଭୂମିରେ ।
ସୂଚନା ଅନୁଯାୟୀ ଭାଇରାଲ ହୋଇଥିବା ବାଳକର ନାଁ ରିକ୍ ବାଗଡି ହୋଇଥିବା ବେଳେ ରିକ୍ ବୀରଭୂମି ସ୍ଥିତ ଲବପୁରର ଶୀତଳଗ୍ରାମ ପାଇମେରୀ ସ୍କୁଲରେ ପଢୁଛି । ରିକର ପିତା ଅଭିଜିତ ବାଗଡି ଜଣେ ଦିନମଜୁରିଆ ହୋଇଥିବା ବେଳେ ମାଆ ଗୃହିଣୀ ଅଟନ୍ତି । ସେ ପଢୁଥିବା ବିଦ୍ୟାଳୟର ଶ୍ରେଣୀ ଗୃହରେ ଶ୍ରେଣୀ ଶିକ୍ଷକ ଜଣକ ପିଲାମାନଙ୍କୁ ସେମାନଙ୍କ ଜୀବନର ଲକ୍ଷ୍ୟ ବିଷୟରେ ପଚାରିଥିଲେ । ଯାହାର ସେ ଭିଡିଓ ଉତ୍ତୋଳନ ମଧ୍ୟ କରିଥିଲେ । ପିଲାମାନେ ବଡ ହେଲେ କିଏ ଡାକ୍ତର ତ କିଏ ଇଞ୍ଜିନିୟର ହେବେ ବୋଲି କହୁଥିବା ବେଳେ ଆଉ କିଛି ପିଲା ପୋଲିସ ଓ ସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
ଏହା ମଧ୍ୟ ପଢନ୍ତୁ...ଦୁଃଖରେ ମିଳେଇଗଲା ଜନ୍ମଦିନ ଖୁସି, କେକ୍ ଖାଇ ନାବାଳିକାର ମୃତ୍ୟୁ - Girl Dies On Birthday