ସିମଲା:ହିମାଚଳ ପ୍ରଦେଶ କାଙ୍ଗଡା ଟନେଲ ନିକଟରେ ଓଲଟିଲା ତୀର୍ଥଯାତ୍ରୀ ବସ୍ । ଏଥିରେ 52 ଜଣ ଶ୍ରଦ୍ଧାଳୁ ଯାତ୍ରା କରୁଥିବା ବେଳେ 21 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଟାଣ୍ଡା ରୋଡ ନିକଟରେ ଥିବା ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ତୀର୍ଥଯାତ୍ରୀ ବିପଦ ମୁକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ତଦନ୍ତ ଚଳାଇଛି ।
ଏନେଇ ପୋଲିସ କହିଛି, "ଦୁର୍ଘଟଣାଗ୍ରସ୍ତ ବସରେ ଯାନ୍ତ୍ରିକ ତ୍ରୁଟି ଥିଲା କି ନାହିଁ ସେ ନେଇ ଯାଞ୍ଚ କରାଯାଉଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।" ସୂଚନା ଅନୁସାରେ ଏଥିରେ 50ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଶ୍ରଦ୍ଧାଳୁଙ୍କ ଦ୍ବାରା ଭର୍ତ୍ତି UP82T7752 ନମ୍ବର ବସଟି କାଙ୍ଗଡା ଜିଲ୍ଲାରେ ଥିବା ଜ୍ବାଲାଜି ମନ୍ଦିରକୁ ଯାଉଥିଲା । କାଙ୍ଗଡା ସମେଲା ନିକଟରେ ସନ୍ତୁଳନ ହରାଇ ବସଟି ରାସ୍ତା ସେପଟକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣା ଯୋଗୁଁ ହାଇୱେରେ ପ୍ରବଳ ଟ୍ରାଫିକ ସମସ୍ୟା ଉପୁଜିଥିଲା ।
ଏହା ବି ପଢନ୍ତୁ- ଜଣାପଡିଲା ହରିୟାଣା ସ୍କୁଲ ଦୁର୍ଘଟଣାର କାରଣ, ପ୍ରିନ୍ସିପାଲ ସମେତ ୩ ଗିରଫ