ଓଡିଶା

odisha

ETV Bharat / bharat

କବିତାଙ୍କୁ 7 ଦିନିଆ ରିମାଣ୍ଡରେ ନେଲା ED, ଗତକାଲି ହାଇଦ୍ରାବାଦରୁ ହୋଇଥିଲେ ଗିରଫ - Enforcement Directorate

BRS's K Kavitha Sent To Enforcement Directorate Custody Till March 23: ଗିରଫ ପରେ କେନ୍ଦ୍ରୀୟ ସଂସ୍ଥାର ରିମାଣ୍ଡରେ କବିତା । 7 ଦିନ ଜେରା କରିବ ଇଡି । ଅଧିକ ପଢନ୍ତୁ

କବିତାଙ୍କୁ 7 ଦିନିଆ ରିମାଣ୍ଡରେ ନେଲା ED, ଗତକାଲି ହାଇଦ୍ରାବାଦରୁ ହୋଇଥିଲେ ଗିରଫ
କବିତାଙ୍କୁ 7 ଦିନିଆ ରିମାଣ୍ଡରେ ନେଲା ED, ଗତକାଲି ହାଇଦ୍ରାବାଦରୁ ହୋଇଥିଲେ ଗିରଫ

By ETV Bharat Odisha Team

Published : Mar 16, 2024, 9:45 PM IST

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗତକାଲି କେନ୍ଦ୍ରୀୟ ସଂସ୍ଥା ‘ଇଡି’ ଦ୍ବାରା ଗିରଫ ହୋଇଥିବା ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କୁ 7 ଦିନିଆ ରିମାଣ୍ଡରେ ନେଲା ଇଡି । ଗତକାଲି ଅପରାହ୍ନରେ ତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା । ଆଜି ଅପରାହ୍ନରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଅଧିକ ତଦନ୍ତର ଆବଶ୍ୟକତା ଦର୍ଶାଇ ଜେରା ପାଇଁ ତଦନ୍ତକାରୀ ସଂସ୍ଥା ରିମାଣ୍ଡ ଆବେଦନ କରିଥିଲା । କୋର୍ଟ 7ଦିନ ଅର୍ଥାତ 23 ତାରିଖ ପର୍ଯ୍ୟନ୍ତ କବିତାଙ୍କୁ ରିମାଣ୍ଡରେ ପଠାଇଛନ୍ତି ।

ଗତକାଲି ତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯିବା ପରେ ଆଜି ଦିଲ୍ଲୀ ଆଣିଥିଲା କେନ୍ଦ୍ରୀୟ ସଂସ୍ଥା । ଆଜି ପୂର୍ବାହ୍ନରେ ତାଙ୍କୁ ଜେରା କରିବା ପରେ ଅପରାହ୍ନରେ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ସ୍ବତନ୍ତ୍ର ଜଜ ନାଗପାଲ ଏହି ମାମଲାର ଶୁଣାଣି କରିଥିଲେ । ଏହି ଗିରଫଦାରୀକୁ କବିତାଙ୍କ ଓକିଲ ବିରୋଧ କରିବା ସହଏହାକୁ ବେଆଇନ ବୋଲି ଦର୍ଶାଇଥିଲେ । ମାମଲାକୁ ଅତି ଗମ୍ଭୀର ଦର୍ଶାଇ କେନ୍ଦ୍ରୀୟ ସଂସ୍ଥା ଅଧିକ ଜେରା ପାଇଁ ରିମାଣ୍ଡ ଆବେଦନ କରିଥିଲା । କୋର୍ଟ 7 ଦିନିଆ ରିମାଣ୍ଡରେ କବିତାଙ୍କୁ ପଠାଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ବନ୍ଧା ହେଲେ ବିଆରଏସ ନେତ୍ରୀ କବିତା

ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାର କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଅଭିଯୋଗ ଆଣିଥିଲେ । ସେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଏହାପରେ ଏହି ଅନିୟମିତତା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ସମେତ ଦିଲ୍ଲୀ ଓ ହାଇଦ୍ରାବାଦ ଭିତ୍ତିକ ଅନେକ ବଡବଡ ମଦ ବ୍ୟବସାୟୀଙ୍କ ନାଁ ଉଠିଥିଲା । ଗତବର୍ଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ପରେ ଏହି ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏବେ ଏହି ମାମଲାରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ରହିଛନ୍ତି । ଆଜି ତାଙ୍କୁ ଏହି ମାମଲା ସମ୍ପର୍କିତ କେନ୍ଦ୍ରୀୟ ସଂସ୍ଥାର ସମନ ଏଡାଇବା ମାମଲାରେ କୋର୍ଟ ବେଲ ପ୍ରଦାନ କରିଛନ୍ତି । ଆଜି ରାଉଜ ଆଭିନ୍ୟୁ କୋର୍ଟରେ କେଜ୍ରିଓ୍ବାଲ ହାଜର ହୋଇ ପକ୍ଷ ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details