ଓଡିଶା

odisha

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର, ଏମିତି ଟିକେଟ ବୁକିଂ କଲେ ମିଳିବ ଲୋୟର ବର୍ଥ - Lower Berth For Senior Citizens

By ETV Bharat Odisha Team

Published : 4 hours ago

Updated : 1 hours ago

Lower Berth For Senior Citizen: ବରିଷ୍ଠ ନାଗିରକଙ୍କ ପାଇଁ ଟ୍ରେନ ଯାତ୍ରାରେ ସ୍ବତନ୍ତ୍ର ସୁବିଧା । ଏମିତି ଟିକେଟ ବୁକିଂ କଲେ ବରିଷ୍ଠ ନାଗରିକଙ୍କୁ ମିଳିବ କନଫର୍ମ ଲୋୟର ବର୍ଥ ସିଟ୍ ।

SENIOR CITIZENS LOWER BERTH
SENIOR CITIZENS LOWER BERTH (RTV BHARAT ODISHA)

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ସରିଛି ଗଣେଶ ପୂଜା,ଆଗକୁ ଆସୁଛି ଦୁର୍ଗା ପୂଜା ଏବଂ ଦୀପାବଳି । ଘର ଛାଡି ଦୂରରେ ରହିଥିବା ଲୋକେ ପାର୍ବଣରେ ଘରକୁ ଫେରିବା ପାଇଁ ଯୋଜନା କରୁଛନ୍ତି । ଏଥିପାଇଁ ବେଶ କିଛି ଦିନ ଆଗରୁ ଟିକେଟ ବୁକିଂ କରି ସାରିଛନ୍ତି । ପାର୍ବଣରେ ଟ୍ରେନରେ ଯାତ୍ରା ପାଇଁ ଷ୍ଟେସନରେ ଯାତ୍ରୀଙ୍କ ଟିକେଟ ପାଇଁ ଭିଡ ମଧ୍ୟ ଜମୁଛି । କିଏ ସପରିବାର ସହ ଟ୍ରେନ ଯାତ୍ରା ପାଇଁ ଯୋଜନା କରିଛି ତ ପୁଣି କିଏ ଏକୁଟିଆ ।

କେମିତି ପାଇବେ ଲୋୟର ବର୍ଥ ?

ଅନେକ ସମୟରେ ଟ୍ରେନ ଯାତ୍ରା ସମୟରେ 60 ବର୍ଷରୁ ଅଧିକ ବୟସ୍କଙ୍କୁ ଲୋୟର ବର୍ଥ ମିଳିନଥାଏ । ଯାହା ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସେମାନଙ୍କ ପାଇଁ ମିଡିଲ କିମ୍ବା ଅପର ବର୍ଥ ଉପରକୁ ଚଢ଼ିବା କଷ୍ଟକର ହୋଇଥାଏ । ଏପରିକି ପଡ଼ିଯିବାର ଆଶଙ୍କା ମଧ୍ୟ ଥାଏ । ତେଣୁ କେମିତି ଟିକେଟ ବୁକିଂ କଲେ ସିନିୟର ସିଟିଜେନ ବା ବରିଷ୍ଠ ନାଗରିକଙ୍କୁ ଲୋୟର ବର୍ଥ ସିଟ ମିଳିପାରିବ, ଆସନ୍ତୁ ଜାଣିବା...

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର, ଏମିତି ଟିକେଟ ବୁକିଂ କଲେ ମିଳିବ ଲୋୟର ବର୍ଥ (IRCTC)

ଯାତ୍ରୀଙ୍କ ପ୍ରଥମ ପସନ୍ଦ ଲୋୟର ବର୍ଥ:

ଟ୍ରେନରେ ଯାତ୍ରା ପାଇଁ ଲୋୟର ବର୍ଥ ଯାତ୍ରୀଙ୍କ ପ୍ରଥମ ପସନ୍ଦ । କିନ୍ତୁ ବିଳମ୍ବରେ ଟିକେଟ ବୁକିଂ କଲେ ଏହା ମିଳିବା ଅସମ୍ଭବ । ବିଶେଷ ଭାବେ ଲୋୟର ବର୍ଥରେ 60 ବର୍ଷରୁ ଅଧିକ ବୟସ ବର୍ଗ ଲୋକଙ୍କ ପାଇଁ ରିଜର୍ଭ ରହିଥାଏ । କିନ୍ତୁ ଅନେକ ସମୟରେ ଏହା ସେମାନଙ୍କୁ ମୁଳୁନଥିବା ଅଭିଯୋଗ ସାମ୍ନାକୁ ଆସିଥାଏ । ଅଧିକାଂଶ ବରିଷ୍ଠ ନାଗରିକ ଅଭିଯୋଗ କରିଛନ୍ତି ଯେ, ସିଟ୍ ଖାଲି ହେବା ପରେ ମଧ୍ୟ ଆଇଆରସିଟିସି (IRCTC) ସେମାନଙ୍କୁ ଲୋୟର ବର୍ଥ ପ୍ରଦାନ କରୁନାହିଁ ।

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର, ଏମିତି ଟିକେଟ ବୁକିଂ କଲେ ମିଳିବ ଲୋୟର ବର୍ଥ (ETV Bharat)

ଏହା ମଧ୍ୟ ପଢନ୍ତୁ-10ଟି ବନ୍ଦେ ଭାରତ ଭେଟି ଦେବେ ପ୍ରଧାନମନ୍ତ୍ରୀ: ଓଡିଶାକୁ ତିନି, ବ୍ରହ୍ମପୁରରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - New Vande Bharat

ଏହା ମଧ୍ଯ ପଢନ୍ତୁ-ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଏମିତି କରନ୍ତୁ ଟିକେଟ ବୁକିଂ, ମିଳିବ ଲୋୟର ବର୍ଥ:

ଟ୍ରେନ ଟିକେଟ ବୁକିଂ ସମୟରେ କିଛି ନିର୍ଦ୍ଧିଷ୍ଟ ନିୟମ ଅନୁସରଣ କଲେ ସହଜରେ ବରିଷ୍ଠ ନାଗରିକଙ୍କୁ ଲୋୟର ବର୍ଥ ସିଟ୍‌ ମିଳିପାରିବ । ଟିକେଟ ବୁକିଂ କରିବା ବେଳେ ଆପଣଙ୍କୁ ଏକ ରିଜର୍ଭେସନ ଚଏସ ବୁକିଂ ଓନଲି ଇଫ ଲୋୟର ବର୍ଥ ଇଜ ଆଲଟେଡ(Reservation only If Lower Berth Is Alerted) ଅପସନର କ୍ଲିକ କରିବାକୁ ପଡିବ । ଯଦି ଆପଣ ଏହାକୁ ଚଏସ କରୁନାହାନ୍ତି ତେବେ ଆପଣଙ୍କୁ ମିଡିଲ କିମ୍ବା ଅପର ବର୍ଥ ମିଳିପାରେ । ଏହାପରେ ଟ୍ରେନ ଯାତ୍ରା ସମୟରେ ଟିଟିଇ(TTE)ଙ୍କୁ କହି ନିମ୍ନ ବର୍ଥ ପାଇଁ ନିବେଦନ କରିପାରିବେ । ନିମ୍ନ ବର୍ଥ ଖାଲି ହେଲେ TTE ଆପଣଙ୍କୁ ସେହି ସିଟ୍‌ରେ ବସିବାକୁ କନଫର୍ମ କରାଇଦେବେ ।

SENIOR CITIZENS LOWER BERTH (RTV BHARAT ODISHA)
  • ଟିକେଟ ବୁକିଂ ବେଳେ ରିଜର୍ଭେସନ ଚଏସ ବୁକିଂ କ୍ଲିକ୍ କରିବାକୁ ପଡ଼ିବ
  • ରିଜର୍ଭେସନ ଓନଲି ଇଫ ଲୋୟର ବର୍ଥ ଇଜ ଆଲଟେଡ
  • ଯଦି ଏହାକୁ ଚଏସ କରୁନାହାନ୍ତି ଆପଣଙ୍କୁ ମିଡିଲ କିମ୍ବା ଅପର ବର୍ଥ ମିଳିପାରେ
  • ଟ୍ରେନ ଯାତ୍ରା ସମୟରେ ଟିଟିଇ (TTE)ଙ୍କୁ କହି ଲୋୟର ବର୍ଥ ପାଇଁ ନିବେଦନ କରିପାରିବେ
  • ଲୋୟର ବର୍ଥ ଖାଲି ହେଲେ TTE ଆପଣଙ୍କୁ ସେହି ସିଟ୍‌ରେ ବସିବାକୁ କନଫର୍ମ କରାଇ ଦେବେ

ଏହା ମଧ୍ୟ ପଢନ୍ତୁ-ଗଡିଲା ଆଉ ଏକ ‘ଭାରତ ଗୌରବ’ ଟ୍ରେନ, ଏବେ ବିଦେଶକୁ ତୀର୍ଥଯାତ୍ରା ହେଲା ସୁବିଧା - BHARAT GAURAV TRAIN

ଏହା ମଧ୍ୟ ପଢନ୍ତୁ-ଏଣିକି ଟ୍ରେନରେ ବସି ଖାଆନ୍ତୁ ମନ ପସନ୍ଦର ଖାଦ୍ୟ; IRCTC ସହ ପାର୍ଟନରସିପ କଲା Zomato - Zomato IRCTC Partnership

ଟ୍ରେନରେ ବରିଷ୍ଠ ନାଗରିକଙ୍କ ପାଇଁ କଣ ନିୟମ ରହିଛି ?

SENIOR CITIZENS LOWER BERTH (RTV BHARAT ODISHA)

ବରିଷ୍ଠ ନାଗରିକମାନଙ୍କ ପାଇଁ ଲୋୟର ବର୍ଥ ସଂରକ୍ଷଣ ନେଇ ଭାରତୀୟ ରେଳବାଇର କିଛି ନିୟମ ରହିଛି । ଏହା ଅଧୀନରେ, ସ୍ଲିପର ଏବଂ ଏସି ବଗି ଗୁଡିକରେ ବରିଷ୍ଠ ନାଗରିକଙ୍କ ପାଇଁ ସିଟ ରିଜର୍ଭ ରଖାଯାଇଛି । ସ୍ଲିପର କ୍ଲାସରେ ପ୍ରତି କୋଚରେ 6ଟି ଲୋୟର ସିଟ୍, ଥାର୍ଡ ଏସି ଓ ସେକେଣ୍ଡ ଏସିରେ 3ଟି ଲୋୟର ବର୍ଥ ରିଜର୍ଭ ରହିଛି । ତେଣୁ ଲୋୟର ବର୍ଥ ପାଇବାକୁ ଯାତ୍ରା ତାରିଖ ପୂର୍ବରୁ ଭଲ ଭାବେ ଟିକେଟ ବୁକ୍ କରିବାକୁ ପଡିବ । ଏହା ସହିତ, ଲୋୟର ବର୍ଥଗୁଡିକ ମଧ୍ୟ ଭିନ୍ନକ୍ଷମମାନଙ୍କ ପାଇଁ ସଂରକ୍ଷିତ । ଯଦି ଏହା ଖାଲି ହୋଇଯାଏ ତେବେ ଏହି ସିଟ୍ ବରିଷ୍ଠ ନାଗରିକ ବୁକ କରିପାରିବେ ।

Last Updated : 1 hours ago

ABOUT THE AUTHOR

...view details