ଓଡିଶା

odisha

ETV Bharat / bharat

ସିକିମରେ ଶାସକ SKMର କ୍ଲିନ ସ୍ବିପ୍, ଅରୁଣାଚଳରେ ରିପିଟ୍ ଭାଜପା ସରକାର - Arunachal And Sikim Result

Arunachal And Sikim Result: ଆଜି ଅରୁଣାଚଳ ପ୍ରଦେଶ ଓ ସିକିମରେ ଭୋଟ ଗଣତି ହୋଇଛି । ସିକିମରେ ଶାସକ SKM କ୍ଲିନ ସ୍ବିପ୍ କରିଥିବାବେଳେ ଅରୁଣାଚଳରେ ପୁଣି ଆସିପାରେ ଭାଜପା ସରକାର । ପଢନ୍ତୁ ପୁରା ଖବର

By ETV Bharat Odisha Team

Published : Jun 2, 2024, 5:45 PM IST

Arunachal And Sikim Result
Arunachal And Sikim Result (ETV Bharat)

ହାଇଦ୍ରାବାଦ:ପୁଣି ଥରେ ଅରୁଣାଚଳ ପ୍ରଦେଶ ଦଖଲ କରିଛି ବିଜେପି । ଆଜି ଅରୁଣାଚଳ ପ୍ରଦେଶ ଓ ସିକିମରେ ଭୋଟ ଗଣତି ହୋଇଛି । ରାଜ୍ୟର ୬୦ ବିଧାନସଭା ଆସନରୁ ୫୦ଟି ଆସନ ପାଇଁ ନିର୍ବାଚନ ହୋଇଥିବାବେଳେ ୪୬ ସିଟରେ ବିଜେପି ବାଜିମାତ କରିଛି । ବିଜେପି ବହୁମତ ପାଇ ସରକାର ଗଠନ କରିବାକୁ ଯାଉଛି । ଭାଜପାକୁ ବହୁ ମତ ମିଳିଥିବାରୁ ସୋସିଆଲ ମିଡିଆ ହ୍ୟାଣ୍ଡେଲ (x) ରେ ସମସ୍ତ ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଦଳୀୟ କର୍ମକର୍ତ୍ତାଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଭାଜପାକୁ ବହୁମତ ଦେଇଥିବାରୁ ଧନ୍ୟବାଦ । ରାଜ୍ୟର ଉନ୍ନତି ପାଇଁ କାମ କରିବା ଦିଗରେ ଆମ ସରକାର ପ୍ରତିଶ୍ରୁତିବଦ୍ଧ।"

ଏହାସହ ସିକିମବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । NDA ମେଣ୍ଟ ଏହାସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପ୍ରଚେଷ୍ଟା ବଳରେ ଏସବୁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ପ୍ରେମ ସିଂ ତମାଙ୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କହିରଖୁଛୁ, ସିକିମ ବିଧାନସଭା ନିର୍ବାଚନରେ ଶାସକ ଦଳ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା (SKM) ବହୁ ମତ ପାଇଛି । ପୁଣି ଥରେ ପ୍ରେମ ସିଂ ତମାଙ୍ଗ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୩୨ ହୋଇଥିବାବେଳେ ଦଳ ୩୧ ହାସନ ହାତେଇବାରେ ସଫଳ ହୋଇଛି । ସିକିମରେ SKM କ୍ଲିନ ସ୍ବିପ କରିଥିବାବେଳେ ଏହା NDA ମେଣ୍ଟ ଅଧୀନରେ ଥିବାରୁ ଭାଜପା ପାଇଁ ଏହା ଏକ ବଡ଼ ସଫଳତା କହିଲେ ଭୁଲ ହେବ ନାହିଁ ।

ଏହା ବି ପଢନ୍ତୁ...ସିକ୍କିମରେ ପୁଣି ସରକାର କରିବ SKM, ଅରୁଣାଚଳରେ ବିଜେପି - ARUNACHAL SIKKIM ASSEMBLY RESULTS

ସିକ୍କିମରେ ଏସକେଏମ ବହୁମତରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କ ପ୍ରଥମ ପ୍ରତିକ୍ରିୟା ରଖି କହିଛନ୍ତି, ''ସିକ୍କିମବାସୀ ଏବଂ ଦଳର କର୍ମୀଙ୍କୁ ଧନ୍ୟବାଦ । ଆମେ ହୃଦୟ ସହିତ ଲୋକଙ୍କ ପାଇଁ କାମ କରିଛୁ । ସେଥିପାଇଁ ଆମେ ନିର୍ବାଚନରେ ବିଜୟୀ ହୋଇଛୁ । '' ଏପ୍ରିଲ 19 ତାରିଖରେ ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ମତଦାନ ହୋଇଥିଲା । ଆଜି ହୋଇଛି ଭୋଟ୍ ଗଣତି । ଅନ୍ୟ ରାଜ୍ୟମାନଙ୍କରେ ହୋଇଥିବା ନିର୍ବାଚନର ଫଳାଫଳ ଆସନ୍ତା ୪ ତାରିଖରେ ପ୍ରକାଶ ପାଇବ ।

ABOUT THE AUTHOR

...view details