ETV Bharat / sports

ପ୍ରଶଂସକଙ୍କୁ ଜନ୍ମଦିନରେ ସର୍‌ପ୍ରାଇଜ୍‌ ଦେଲେ ରୋହିତ ଶର୍ମା; ଦେଖନ୍ତୁ ଭିଡିଓ

Rohit's birthday wishes to fan Girl : ରାସ୍ତାରେ କାର ଅଟକାଇ ଫ୍ୟାନଙ୍କୁ ବର୍ଥ ଡେ' ୱିଶ୍‌ କଲେ 'ହିଟ୍‌-ମ୍ୟାନ୍‌' ରୋହିତ ଶର୍ମା । ଭାଇରାଲ ହେଉଛି ଭିଡିଓ । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : 2 hours ago

Rohit Sharma
Rohit Sharma (ANI)

ମୁମ୍ବାଇ : ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦମଦାର ବିଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବେ କ୍ରିକେଟ୍‌ରୁ ବ୍ରେକ୍‌ ନେଇଛନ୍ତି । ସେ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପୁଣି ଆକ୍ସନକୁ ଫେରିବେ । ଏହା ପୂର୍ବରୁ ରୋହିତ ତାଙ୍କ ବ୍ରେକ୍‌କୁ ଉପଭୋଗ କରୁଛନ୍ତି । ଏହି ସମୟରେ ସେ ମୁମ୍ବାଇ ରାସ୍ତାରେ ନିଜର ଦାମୀ କାର ଚଳାଉଥିବା ବିଭିନ୍ନ ସମୟରେ ନଜର ଆସିଛନ୍ତି । ତେବେ ସେ ଖବରକୁ ସେତେବେଳେ ଆସିଛନ୍ତି, ଯେତେବେଳେ ରାସ୍ତାରେ ସେ ଗାଡ଼ି ଅଟକାଇ ନିଜର ଜଣେ ଯୁବତୀ-ପ୍ରଶଂସକଙ୍କୁ ବର୍ଥ ଡେ' ୱିଶ୍‌ କରିଥିଲେ ।

ଫ୍ୟାନ୍‌ଙ୍କୁ ୱିଶ୍‌ କରିବାକୁ ଗାଡ଼ି ଅଟକାଇଲେ ରୋହିତ :-

ସାମାଜିକ ଗଣମାଧ୍ୟମରେ ଏହି ସମୟର ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି ଯେ ଗାଡି ଚଳାଇବା ସମୟରେ ରୋହିତ ଶର୍ମା ଜଣେ ପ୍ରଶଂସକଙ୍କ ପାଇଁ ତାଙ୍କ କାରକୁ ରାସ୍ତା ମଝିରେ ଅଟକାଇଥିଲେ । ପ୍ରଶଂସକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । କେବଳ ଏତିକି ନୁହେଁ, ସେ ପ୍ରଶଂସକଙ୍କ ସହ ଫଟୋ ପାଇଁ ମଧ୍ୟ ପୋଜ୍ ଦେଇଥିଲେ । ଏହି କ୍ରମରେ ରୋହିତ ତାଙ୍କ ସହ ଯେତେବେଳେ ହାତ ମିଳାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ, ସେହି ଯୁବତୀଙ୍କର ଖୁସିର କୌଣସି ସୀମା ନଥିଲା ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆକ୍ସନକୁ ଫେରିବେ :-

ବର୍ତ୍ତମାନ ସମୟରେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ବାଂଲାଦେଶ ବିପକ୍ଷରେ ଟି20 ସିରିଜ୍ ଖେଳୁଛି । ଏହାପରେ ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତ ଗସ୍ତରେ ଆସିବ । କିୱି ଦଳ ଏହି ଭ୍ରମଣରେ ଏକ 3 ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବ । ଏହି ସିରିଜ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ବୋର୍ଡ ଏହାର ଦଳ ଘୋଷଣା କରିସାରିଛି । ଟମ୍ ଲାଥମଙ୍କ ନେତୃତ୍ବରେ କିୱି ଦଳ ଟିମ୍ ଇଣ୍ଡିଆ ସହିତ ମୁହାଁମୁହିଁ ହେବ ଏବଂ ସମ୍ଭବତଃ ଖୁବଶୀଘ୍ର ବିସିସିଆଇ ଭାରତୀୟ ଦଳ ଘୋଷଣା କରିଦେବ । ଏହି ସିରିଜ ଅକ୍ଟୋବର 16 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅର୍ଥାତ 'ହିଟ୍‌-ମ୍ୟାନ୍‌' ପୁଣିଥରେ ଅକ୍ଟୋବର 16ରୁ ଆକ୍ସନକୁ ଫେରିବେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.