ETV Bharat / bharat

ପଦ୍ମମୟ ହରିୟାଣା, ମୋଦି କହିଲେ ‘ଗୀତାର ଭୂମିରେ ସତ୍ୟ ଓ ବିକାଶର ବିଜୟ’ - PM MODI ON BJP BIG WIN

ଗୀତାର ଭୂମିରେ ସତ୍ୟ ଓ ବିକାଶର ବିଜୟ ହୋଇଛି । ହରିୟାଣା କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଲେ ମୋଦି । କଂଗ୍ରେସକୁ କଲେ ଟାର୍ଗେଟ ।

PM Modi
PM Modi (X)
author img

By ETV Bharat Odisha Team

Published : Oct 8, 2024, 10:13 PM IST

ନୂଆଦିଲ୍ଲୀ: ହରିୟାଣା ଓ ଜମ୍ମୁ-କାଶ୍ମୀର ଜନାଦେଶ ପରେ ଏବେ ଦୁଇ ରାଜ୍ୟରେ ଚାଲିଛି ଜୋରଦାର ସେଲିବ୍ରେଶନ । ସବୁ ଏକଜିଟ ପୋଲ ଆକଳନକୁ ଭୁଲ ପ୍ରମାଣିତ କରି ହରିୟାଣାରେ ବାଜି ପଲଟାଇ ଦେଇଛି ବିଜେପି । ଦୁଇ ରାଜ୍ୟର ଫଳାଫଳ ଆସିବା ପରେ ଆଜି(ମଙ୍ଗଳବାର) ସନ୍ଧ୍ୟାରେ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ନେତା କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି କହିଛନ୍ତି, ହରିୟାଣାରେ ବିଜେପି ମିଳିଲା ବିଜୟ । ଗୀତାର ଭୂମିରେ ସତ୍ୟ ଓ ବିକାଶର ବିଜୟ ହୋଇଛି ।

ହରିୟାଣାରେ ଫୁଟିଲା ପଦ୍ମ:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି, ଆଜି ମା’ କାତ୍ୟାୟନୀଙ୍କ ଆରାଧନାର ଦିନ । ମା’ ହାତରେ କମଳ(ପଦ୍ମ)ଫୁଲ ଧାରଣ କରିଛନ୍ତି । ଆଜି ଭଳି ଦିନରେ ହରିୟାଣାରେ ପଦ୍ମ ଫୁଟିଛି । ଗୀତାର ଧରତ୍ରୀରେ ସତ୍ୟ, ବିକାଶ ଓ ସୁଶାସନର ବିଜୟ ହୋଇଛି । ମୋଦି ଆହୁରି କହିଛନ୍ତି, ଜମ୍ମୁ-କାଶ୍ମୀରରେ ୧୦ ବର୍ଷର ଅପେକ୍ଷା ପରେ ଶାନ୍ତିପୂର୍ବକ ନିର୍ବାଚନ ହୋଇଛି । ଫଳାଫଳ ଆସିଛି । ସେଠାରେ କଂଗ୍ରେସ ଓ ଏନସିକୁ ବହୁମତ ମିଳିଛି । ସେମାନଙ୍କୁ ବିଜୟର ଶୁଭକାମନା ଜଣାଉଛି ।

ବିଜେପି ବଡ ଦଳ ଭାବେ ଉଭା ହୋଇଛି:

ମୋଦି କହିଛନ୍ତି, ଜମ୍ମୁ-କାଶ୍ମୀରରେ ହୁଏତ ଜନତା କଂଗ୍ରେସ-ଏନସିକୁ ବହୁମତ ଦେଇଛନ୍ତି । କିନ୍ତୁ ଭୋଟ ସେୟାରିଂ ହିସାବରେ ବିଜେପି ସେଠାରେ ସବୁଠୁ ବଡ ଦଳ ଭାବେ ଉଭା ହୋଇଛି । ଜନତା ବିଜେପିକୁ ଏକ ନମ୍ବର ପାର୍ଟି କରିଛନ୍ତି । ଏଥିପାଇଁ ହରିୟାଣା ଓ ଜମ୍ମୁ-କାଶ୍ମୀର ଜନତାଙ୍କୁ ଅନେକ ଅନେକ ଧନ୍ୟବାଦ ।

କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ମୋଦି:

ମୋଦି ଆହୁରି କହିଛନ୍ତି, ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ତପ ଓ ତପସ୍ୟାକୁ ପ୍ରଣାମ ଜଣାଉଛି । ହରିୟାଣାରେ ଜିତାପଟ, କାର୍ଯ୍ୟକର୍ତ୍ତାଙ୍କ ପ୍ରୟାସ ଓ ହରିୟାଣା ବିଜେପି ଟିମ ଓ ବିନମ୍ର ମୁଖ୍ୟମନ୍ତ୍ରୀ ଓ ଜେପି ନଡ୍ଡାଙ୍କ ନେତୃତ୍ବ ଯୋଗୁଁ ମିଳିପାରିଛି ।

କମାଲ କରିଦେଲେ ହରିୟାଣାବାସୀ:

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ହରିୟାଣାବାସୀ କମାଲ କରିଦେଲେ । ସବୁ ଜାଗାରେ ପଦ୍ମ ଫୁଟାଇଦେଲେ । ସବୁ ବର୍ଗ ସବୁ ଜାତିର ଲୋକେ ଭୋଟ ଦେଇଛନ୍ତି । ହରିୟାଣାରେ ମିଛ ଉପରେ ବିକାଶ ଭାରି ପଡିଗଲା । ହରିୟାଣାରେ ବର୍ତ୍ତମାନ ସୁଦ୍ଧା ୧୩ଟି ନିର୍ବାଚନ ହୋଇଛି । ଯେଉଁଥିରେ ୧୦ ନିର୍ବାଚନରେ ପ୍ରତି ୫ ବର୍ଷରେ ସରକାର ବଦଳିଛି । ପ୍ରଥମ ଥର ଏପରି ହୋଇଛି କି ଦୁଇ ଥର କ୍ଷମତା ପାଇଥିବା ସରକାରକୁ ପୁଣି ଥରେ ସୁଯୋଗ ଦେଇଛନ୍ତି । ଏହି ଜନାଦେଶ ଦୂର ଦୂର ପର୍ଯ୍ୟନ୍ତ ଜାଣିବେ ଲୋକେ ।’

ଏହା ମଧ୍ୟ ପଢନ୍ତୁ:

ହରିୟାଣା ଜନାଦେଶ: ମୈଦାନରେ ସମ୍ପର୍କ ଲଢେଇ, ଜିତିଲେ ଶ୍ବଶୁର, ହାରିଲା ନାତୁଣି

‘ହରିୟାଣା ଫଳାଫଳ ସୂଚାଉଛି ଆଗାମୀ ଦିନରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ମଧ୍ୟ ବିଜେପିର ହେବ’

ହିସାର ହାତେଇଲେ ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ, ବିଧାୟିକା ହେବେ ଦେଶର ସବୁଠୁ ଧନୀ ମହିଳା

ସମ୍ପତ୍ତି ୨୯ ହଜାର, ମୁଣ୍ଡ ଉପରେ ୨ ଲକ୍ଷ ଋଣ: ଡୋଡାରୁ ବିଜୟୀ, କିଏ ଏହି ଆପ ପ୍ରାର୍ଥୀ ?

ଗୁଜୁରାଟ-ମଧ୍ୟପ୍ରଦେଶରେ ବି ବିଜେପିକୁ ସୁଯୋଗ:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ‘ଗୁଜୁରାଟ ଓ ମଧ୍ୟ ପ୍ରଦେଶରେ ୧୦ ବର୍ଷ ଧରି ବିଜେପିକୁ ସୁଯୋଗ ଦେଇଛନ୍ତି । ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳାକୁ ନେଇ ପୁଣି ଥରେ ସୁଯୋଗ ଦେଇଛନ୍ତି ଜନତା । ଆଜି କଂଗ୍ରେସରେ ଅବସ୍ଥା କିପରି, କଂଗ୍ରେସକୁ କଣ ପୁଣି ଥରେ ସୁଯୋଗ ଦେଲେ କି ? କଂଗ୍ରେସ ଦଳିତ ଓ ପଛୁଆ ସମ୍ପ୍ରଦାୟର ସଂରକ୍ଷଣକୁ ବନ୍ଦ କରିବାକୁ ଚାହୁଁଛି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.