ETV Bharat / bharat

ହରିୟାଣା ଜନାଦେଶ: ମୈଦାନରେ ସମ୍ପର୍କ ଲଢେଇ, ଜିତିଲେ ଶ୍ବଶୁର, ହାରିଲା ନାତୁଣି

ହରିୟାଣାରେ ବିଜେପି ସରକାର । ମୈଦାନରେ ସମ୍ପର୍କ ପରୀକ୍ଷା । କିଏ ମାରିଲା ବାଜି । କିଏ ଚାଖିଲା ପରାଜୟ ।

author img

By ETV Bharat Odisha Team

Published : 2 hours ago

HARYANA ELECTION RESULT
HARYANA ELECTION RESULT (ETV Bharat Odisha)

ଚଣ୍ଡିଗଡ: ଆସିସାରିଛି ହରିୟାଣା ଜନାଦେଶ । ବୁଥ ବାହୁଡା ମତର ସବୁ ଆକଳନକୁ ଫେଲ କରିଛି ଫଳାଫଳ । ହରିୟାଣାର ୯୦ ବିଧାନସଭା ଆସନରୁ ୪୮ ଆସନରେ ବାଜିମାତ କରିଛି ପଦ୍ମ ଦଳ । ସେହିପରି କଂଗ୍ରେସକୁ ୩୭ ଆସନ ମିଳିଥିବା ବେଳେ ଭାରତୀୟ ଜାତୀୟ ଲୋକଦଳକୁ ୨ ଓ ସ୍ବାଧୀନ ଖାତାକୁ ୩ ଆସନ ଯାଇଛି । ଲଗାତର ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ଥିଲା କଂଗ୍ରେସ । ପରେ ପଲଟିଯାଇଥିଲା ବାଜି । ଏଥର ହରିୟାଣା ନିର୍ବାଚନରେ କେଉଁଠି ଜେଜେ-ନାତୁଣି ତ କେଉଁଠି ଭାଇ-ଭାଇ ପୁଣି ଶ୍ବଶୁର-ବୋହୂ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । ରାଜନୀତି ରଙ୍ଗରେ ରଙ୍ଗେଇ ହୋଇଥିଲା ପରିବାର ସମ୍ପର୍କ ।

ବିଧାନସଭା ସିଟପ୍ରାର୍ଥୀଙ୍କ ମଧ୍ୟରେ ସମ୍ପର୍କପ୍ରାର୍ଥୀଙ୍କ ନାଁବିଜୟୀ
ତୋଶାମଭାଇ-ଭଉଣୀଶ୍ରୁତି ଚୌଧୁରୀ-ଅନିରୁଦ୍ଧ ଚୌଧୁରୀଶ୍ରୁତି ଚୌଧୁରୀ
ବାହାଦୁରଗଡଦାଦା-ପୁତୁରାରାଜେନ୍ଦ୍ର ଜୁନ-ରାଜେଶ ଜୁନରାଜେନ୍ଦ୍ର ଜୁନ
ବଲ୍ଲଭଗଡଜେଜେ-ନାତୁଣିମୁଲଚନ୍ଦ ଶର୍ମା-ପରାଗ ଶର୍ମାମୁଲଚନ୍ଦ ଶର୍ମା
ରାନିୟାଜେଜେ-ନାତିରଣଜିତ ଚୌଟଲା-ଅର୍ଜୁନ ଟୌଟଲାଅର୍ଜୁନ ଟୌଟଲା
ଡବ୍ବାଲିଭାଇ-ଭାଇ-ଜେଜେଆଦିତ୍ୟ ଚୌଟଲା-ଦିଗବିଜୟ ଚୌଟଲା-ଅମିତ ସିହାଗଆଦିତ୍ୟ ଚୌଟଲା
ପୁହ୍ନାନାଭାଇ-ଭାଇଏଜାଜ ଖାନ- ମହମ୍ମଦ ଇଲିୟାସମହମ୍ମଦ ଇଲିୟାସ
ଅଟେଲିଶ୍ବଶୁର-ବୋହୂଠାକୁର ଉତରଲାଲ-ସାଧନାବିଜେପି ପ୍ରାର୍ଥୀ

ମଇଦାନରେ ଶ୍ବଶୁର-ବୋହୂ:

ଅଟେଲି ବିଧାନସଭା ସିଟରେ ଶ୍ବଶୁର ବୋହୂ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । ଏଠାରୁ ଶ୍ବଶୁର ଇନେଲୋ-ବସପା ମେଣ୍ଟରୁ ଠାକୁର ଉତରଲାଲ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ବୋହୂ ସାଧନା ସ୍ବାଧୀନ ଭାବେ ନିର୍ବାଚନ ଲଢିଥିଲେ । ଶ୍ବଶୁର ବନାମ ବୋହୂ ଲଢେଇରେ ବିଜେପି ପ୍ରାର୍ଥୀ ଜିତିଥିଲେ ।

ଭାଇ-ଭଭଣୀ ଲଢେଇ:

ତୋଶାମ ଆସନରୁ ଭାଇ-ଭଉଣୀ ଲଢେଇ ଦେଖିବାକୁ ମିଳିଥିଲା । ଏଠାରେ କଂଗ୍ରେସ ଟିକଟକୁ ପ୍ରଶାସକକୁ ନେତା ପାଲଟିଥିବା ଅନିରୁଦ୍ଧ ଚୌଧରୀ ତାଙ୍କ ଭଉଣୀ ତଥା ବିଜେପି ପ୍ରାର୍ଥୀ ଶ୍ରୁତି ଚୌଧରୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରିଥିଲେ । ହେଲେ ଏଥିରେ ଭଉଣୀ ଶ୍ରୁତି ଚୌଧରୀ ବାଜିମାତ କରିଛନ୍ତି ।

ଦାଦା-ପୁତୁରା ଲଢେଇ:

ବାହଦୁରଗଡ ଆସନରେ ଦାଦା ବନାମ ପୁତୁରା ଲଢେଇ ଦେଖିବାକୁ ମିଳିଥିଲା । ଦାଦା ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ପୁତୁରା । ଦାଦା କଂଗ୍ରେସ ଟିକଟରୁ ମଇଦାନକୁ ଓହ୍ଲାଇଥିବା ବେଳେ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଥିଲେ ପୁତୁରା । ଦାଦା ରାଜେନ୍ଦ୍ର ଜୁନ ନିର୍ବାଚନ ଜିତିଛନ୍ତି ।

ଭାଇ ବନାମ ଭାଇ:

ପୁହ୍ନାନା ଆସନରୁ ଏଜାଜ ଖାନ ବିଜେପିରୁ ଲଢୁଥିବା ବେଳେ ତାଙ୍କ ଭାଇ ଏଲିୟାସ କଂଗ୍ରେସ ଟିକଟରୁ ଲଢୁଥିଲେ । ଏଜାଜ ଓ ଏଲିୟାସ ଦୁଇ ଜଣ ସମ୍ପକୀୟ ଭାଇ । ହେଲେ ଏଥର ନିର୍ବାଚନରେ ଏଲିୟାସ ବିଜୟ ଲାଭ କରିଛନ୍ତି ।

ଜେଜେ-ନାତୁଣି ଲଢେଇ:

ଫରିଦାବାଦର ବଲ୍ଲଭଗଡ ଆସନରେ ଜେଜେ ଓ ନାତୁଣି ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । ଏହି ଆସନରୁ ବିଜେପି ପ୍ରାର୍ଥୀ ମୁଲଚନ୍ଦ ଶର୍ମା ଓ ସମ୍ପର୍କୀୟ ନାତୁଣି ପରାଗ ଶର୍ମା କଂଗ୍ରେସ ଟିକଟରୁ ନିର୍ବାଚନ ଲଢିଥିଲେ । ଏଥିରେ ଜେଜେ ମୁଲଚନ୍ଦ ଶର୍ମା ନିର୍ବାଚନରେ ବାଜିମାତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ହରିୟାଣାରେ ପୁଣି ବିଜେପି ସରକାର, ଜମ୍ମୁ-କାଶ୍ମୀରରେ କମାଲ କଲା ଏନସି-କଂଗ୍ରେସ ମେଣ୍ଟ

ସମ୍ପତ୍ତି ୨୯ ହଜାର, ମୁଣ୍ଡ ଉପରେ ୨ ଲକ୍ଷ ଋଣ: ଡୋଡାରୁ ବିଜୟୀ, କିଏ ଏହି ଆପ ପ୍ରାର୍ଥୀ ?

ଜମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ବଡ଼ ଅପଡେଟ, ଆସିଲା ମୁଖ୍ୟମନ୍ତ୍ରୀଙ୍କ ନାଁ

ହରିୟାଣାରେ ସାଇନିଂ କଲେ ସିଏମ ସୈନୀ, ପୁଣି ହତାଶ ହାତ

ଜେଜେ-ନାତି ଲଢେଇ:

ସିରସାର ଦେବିଲାଲ ପରିବାର ୨ଟି ସିଟରେ ଜେଜେ-ନାତି ଲଢେଇ ଦେଖିବାକୁ ମିଳିଛି । ରାନିୟା ସିଟରେ ଜେଜେ ରଣଜିତ ଚୌଟଲାଙ୍କ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ତଥା ନାତି ଅର୍ଜୁନ ଚୌଟଲା ବିପକ୍ଷରେ ଲଢିଥିଲେ । ଏଥିରେ ଜେଜେ ରଣଜିତ ଚୌଟଲାଙ୍କ ଜିତାପଟ ହୋଇଛି ।

ଏଠି ୩ ଜଣଙ୍କ ଭିତରେ ଲଢେଇ:

ଡବ୍ବାଲି ଆସନରେ ପରିବାର ୩ ସଦସ୍ୟ ମୈଦାନକୁ ଓହ୍ଲାଇଥିଲେ । ଆଦିତ୍ୟ ଚୌଟଲା, ଦିଗବିଜୟ ଚୌଟଲା ଓ ଅମିତ ସିହାଗ ମଧ୍ୟରେ ଲଢେଇ ହୋଇଥିଲା ।ଏଥିରେ ଆଦିତ୍ୟ ଚୌଟଲା ବାଜିମାତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.