ETV Bharat / state

ରାତି 12ଟା ପରେ ବି ବାଜିବ ବାଜା, ଦ୍ବନ୍ଦ୍ବ ଦୂର କଲେ ଡିସିପି - CUTTACK DURGA PUJA

ରାତି 12ଟା ପରେ ବି ବାଜିବ ପାରମ୍ପରିକ ବାଦ୍ୟ । ଦ୍ବନ୍ଦ୍ବରେ ପୂର୍ଣ୍ଣଚ୍ଛେଦ ଟାଣିଲେ କଟକ ଡିସିପି । ଏଥର ପୂଜାକୁ ଜଗିବେ 65 ପ୍ଲାଟୁନ ଫୋର୍ସ ।

CUTTACK DURGA PUJA
CUTTACK DURGA PUJA (ETV Bharat Odisha)
author img

By ETV Bharat Odisha Team

Published : Oct 9, 2024, 6:07 PM IST

କଟକ: ରାତି 12ଟା ପରେ ବି କଟକରେ ବାଜିବ ପାରମ୍ପାରିକ ବାଦ୍ୟ । ବାଜା ବଜାକୁ ନେଇ କଟକ ସହରରେ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କଟକ ଡିସିପି । ବିଶେଷକରି ରାତି ୧୨ଟା ପରେ ପାରମ୍ପରିକ ବାଦ୍ୟକୁ ନେଇ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମନରେ ଯେଉଁ ଅସନ୍ତୋଷ ଦେଖାଦେଇଥିଲା ତାହା ଉପରେ ଆଜି କଟକ ଡିସିପି ପ୍ରତିକ୍ରିୟା ଦେଇଛନ୍ତି । ଡିସିପି ସ୍ପଷ୍ଟ କରିଛନ୍ତି ଯେ ଭସାଣ ଦିନ ରାତି ୧୨ଟା ପରେ ସାଉଣ୍ଡ ବନ୍ଦ ହେବା ପରେ ପାରମ୍ପାରିକ ବାଦ୍ୟ ବଜାଇ ପାରିବେ । ସେପଟେ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୂଜା ପାଇଁ କଟକ ସହରରେ ମୋଟ 65 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

12ଟା ପରେ ବି ବାଜିବ ବାଜା:

CUTTACK DURGA PUJA (ETV Bharat Odisha)

ମାତ୍ର ଅଧିକ ଶବ୍ଦ ବିଶିଷ୍ଟ ପାରମ୍ପରିକ ବାଦ୍ୟ ଯନ୍ତ୍ର ନ ବଜାଇବାକୁ ସେ କଟକବାସୀଙ୍କୁ ଅନୁରୋଧ କରିଛନ୍ତି । କଟକ ଡିସିପି ଜଗମୋହନ ମିନା ସ୍ପଷ୍ଟ କରିଛନ୍ତି ଯେ, ଭସାଣ ଶୋଭାଯାତ୍ରାରେ ରାତି ୧୨ ଟା ପରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ଶୋଭାଯାତ୍ରାରେ ମେଢ଼ ଗୁଡିକ ଯାଇପାରିବ । ତେବେ ରାତି ୧୨ ଟା ପରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବାଜିବା ଉପରେ କଟକଣାକୁ ନେଇ ପୂଜା କମିଟି ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଯାଉଥିଲା ।

ପୂଜାକୁ ଜଗିବେ 65 ପ୍ଲାଟୁନ ଫୋର୍ସ:

କଟକ ସହରରେ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୂଜା ପାଇଁ କଟକ ସହରରେ ମୋଟ 65 ପ୍ଲାଟୁନ ପୋଲିସ ଫୋର୍ସ ସହ 31 ଟି ଏଡ଼ ପୋଷ୍ଟ, 2 କମ୍ପାନୀ CRPF, 2 ପ୍ଲାଟୁନ QRT ମୁତୟନ ହେବେ । ପୂଜା ସମୟରେ ମୁତୟନ ହେବାକୁ ଥିବା ପୋଲିସ କର୍ମୀଙ୍କୁ ନେଇ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ପୋଲିସ କମିଶନର ଓ ଡିସିପି ।

Cuttack Durga Puja
Cuttack Durga Puja (ETV Bharat Odisha)

ସୁନା-ଚାନ୍ଦି ଲାଗୁଥିବା ମଣ୍ଡପରେ ମୁତୟନ ହେବେ ସଶସ୍ତ୍ର ପୋଲିସ:

କଟକ ଡିସିପି ଜଗମୋହନ ମିନା କହିଛନ୍ତି, ‘ସୁନା ଓ ଚାନ୍ଦି ଲାଗୁ ଥିବା ପୂଜା ମଣ୍ଡପରେ ସଶସ୍ତ୍ର ପୋଲିସ ମୁତୟନ କରାଯିବ। ଏହା ବ୍ୟତୀତ ପୂଜା ସମୟରେ ସହରରେ ପୋଲିସ ପାଟ୍ରୋଲିଂକୁ କଡାକଡି କରାଯିବା ସହ ଟ୍ରାଫିକ ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ବିଶେଷ କରି ଭସାଣି ସମୟରେ 65 ଡେସିବିଲରୁ ଅଧିକ ଶବ୍ଦ ଉପରେ କଟକଣା ବଳବତ୍ତର ରହିବ ।’

ଏହା ମଧ୍ୟ ପଢନ୍ତୁ:

ଚାଉଳିଆଗଞ୍ଜରେ ମାଆ ଦୁର୍ଗାଙ୍କ ମହକ,ଏଲଇଡି ଲାଇଟରେ ଝଲସୁଛି ଚାନ୍ଦିମେଢ଼

ଦୂର୍ଗାପୂଜାରେ ଝଲସିବ ଝାରସୁଗୁଡ଼ା, ଶୋଭା ପାଇବ ଆଖି ଲାଖିଯିବା ପରି ତୋରଣ

ମନ୍ତ୍ରଧ୍ବନିରେ ପ୍ରକମ୍ପିତ କାକଟପୁର ମଙ୍ଗଳା ପୀଠ, ମା’ଙ୍କ ଆବିର୍ଭାବକୁ ନେଇ ରହିଛି ଏମିତି କିମ୍ବଦନ୍ତୀ

ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା, ଗୋଷାଣୀ ରୂପେ ପୂଜା ପାଆନ୍ତି ମା' ଦୁର୍ଗା

କମିଶନରେଟ ପୋଲିସର ପୂଜା ପ୍ରସ୍ତୁତି:

ଦୁର୍ଗା ପୂଜାକୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଭାବେ କରିବାକୁ କଟକ ଶାରଳା ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଧ୍ୟ ହୋଇଥିଲା । ଏଥର ପୂଜାରେ ଫାୟାର ଗନ କିମ୍ବା ଲେଜର ଲାଇଟକୁ ବାରଣ କରାଯାଇଥିଲା। ଯେଉଁଟି ବି ଏହି ଲାଇଟ କିମ୍ବା ଗନ ବ୍ୟବହାର ହେବ ସଙ୍ଗେସଙ୍ଗେ ଆକ୍ସନ ନେବ ପ୍ରଶାସନ। ଏପରିକି ବିକ୍ରି ସ୍ଥଳ ଉପରେ ନଜର ରଖିବ ପୋଲିସ ବୋଲି ସ୍ପଷ୍ଟ କରିଥିଲେ ଜିଲ୍ଲାପାଳ ।

Cuttack Durga Puja
Cuttack Durga Puja (ETV Bharat Odisha)

ବୈଠକରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ କଟକ ସାଂସଦ, ବିଧାୟକ, ମେୟର ଏବଂ ବିଭିନ୍ନ ପୂଜା କମିଟିମାନଙ୍କ ଉପସ୍ଥିତିରେ ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷକରି କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟକୁ ନେଇ ବିଭିନ୍ନ ପୂଜା କମିଟିମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ତୁରନ୍ତ ରାସ୍ତାଘାଟ ମରାମତି ସହ ପରିମଳ, ଆଲୋକୀକରଣ ଏବଂ ସଫେଇ ଉପରେ ଗୁରୁତ୍ବ ଦିଆଯାଇଥିଲା । ଏହା ସହ ଅଗ୍ନିଶମ ବିଭାଗ ପକ୍ଷରୁ କିଛି ସ୍ଥାନରେ ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲାଯିବା ସହ ଫାୟାର ସେଫ୍ଟି ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ଆଜିଠୁ 14 ତାରିଖ ପର୍ଯ୍ୟନ୍ତ କଟକରେ ପାଳିତ ହେବ ଦୁର୍ଗା ପୂଜା।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.