ହାଇଦ୍ରାବାଦ: ହରିୟାଣା ହିସାର ବିଧାୟିକା ହେବେ ସାବିତ୍ରୀ ଜିନ୍ଦଲ। ହିସାର ଆସନରୁ ନିର୍ବାଚନ ଜିତି ପ୍ରମୁଖ ଦଳ ବିଜେପି ଓ କଂଗ୍ରେସକୁ ମାତ୍ ଦେଇଛନ୍ତି ସାବିତ୍ରୀ । ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ରାମ ନିୱାସଙ୍କୁ ସାବିତ୍ରୀ ପରାସ୍ତ କରିଛନ୍ତି। ସାବିତ୍ରୀଙ୍କୁ ମିଳିଛି ମୋଟ୍ 49 ହଜାର 231 ଖଣ୍ଡ ଭୋଟ । ସେ ଦେଶର ସବୁଠୁ ଧନୀ ମହିଳା ଭାବେ ବେଶ ଜଣାଶୁଣା ।
ସାବିତ୍ରୀ ଜିନ୍ଦଲ କିଏ?
କୁରୁକ୍ଷେତ୍ରର ଭାରତୀୟ ଜନତା ପାର୍ଟି ସାସଂଦ ନବୀନ ଜିନ୍ଦଲଙ୍କ ମାଆ ହେଉଛନ୍ତି ସାବିତ୍ରୀ ଜିନ୍ଦଲ । ତାଙ୍କୁ ବର୍ତ୍ତମାନ 75ବର୍ଷ ବୟସ ହୋଇଥିବାବେଳେ ଚଳିତ ବର୍ଷ ଦେଶର ସବୁଠୁ ଧନୀ ମହିଳା ଭାବେ ଫୋର୍ବସ ମାଗାଜିନରେ ସ୍ଥାନ ପାଇଛନ୍ତି । ବିଶିଷ୍ଟ ଶିଳ୍ପପତି ତଥା ଜିନ୍ଦଲ ଗ୍ରୁପ ପ୍ରତିଷ୍ଠାତା ଓପି ଜିନ୍ଦଲଙ୍କ ପତ୍ନୀ ହେଉଛନ୍ତି ସାବିତ୍ରୀ । 2005ରେ ଓମ ପ୍ରକାଶ ଜିନ୍ଦଲଙ୍କ ବିୟୋଗ ପରେ ଜିନ୍ଦଲ ଗ୍ରୁପ ସମ୍ଭାଳି ଆସୁଛନ୍ତି ସାବିତ୍ରୀ। ବର୍ତ୍ତମାନ ସେ ଦେଶର ଧନୀ ମହିଳା ତାଲିକାରେ ଶୀର୍ଷରେ ରହିଛନ୍ତି। ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ 34.4ଆରବ ଡଲାର(ପାଖାପାଖି 2.88ଲକ୍ଷ କୋଟି ଟଙ୍କା) ରହିଛି। ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ 9.68ଆରବ ଡଲାର ଅଭିବୃଦ୍ଧି ହୋଇଛି ।
आभार हिसार परिवार 🙏 pic.twitter.com/92mr7GtDxJ
— Savitri Jindal (@SavitriJindal) October 8, 2024
ସାବିତ୍ରୀଙ୍କ ରାଜନୈତିକ କ୍ୟାରିୟର:
ସ୍ବାମୀଙ୍କ ବିୟୋଗ ପରେ ରାଜନୀତିରେ ଏଣ୍ଟ୍ରି କରିଥିଲେ ସାବିତ୍ରୀ। 2005 ନିର୍ବାଚନରେ ହରିୟାଣା ହିସାର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ଜିତିବାରେ ସଫଳ ହୋଇଥିଲେ ସେ। ଏହାପରେ 2013 ପର୍ଯ୍ୟନ୍ତ ଏହି ଆସନ ସେ ଜିତି ଆସୁଥିଲେ। ତେଣୁ ଏହି ହିସାର ଆସନକୁ ଜିନ୍ଦଲ ପରିବାରର ଗଡ଼ ବୋଲି ମଧ୍ୟ କୁହାଯାଏ। ବର୍ତ୍ତମାନ ପୁଣି ଏହି ଆସନ ଜିନ୍ଦଲ ପରିବାର କବଜାକୁ ଆସିଛି।
प्रिय हिसार परिवार,
— Savitri Jindal (@SavitriJindal) October 5, 2024
मैं आप सभी का हार्दिक धन्यवाद करती हूँ कि आपने लोकतंत्र के इस पावन पर्व में भाग लेकर हमारे लोकतंत्र को मजबूत किया। आपकी भागीदारी ने इस चुनाव को सफल और ऐतिहासिक बना दिया है। सभी मतदाताओं के साथ ही, मैं चुनाव आयोग और प्रशासन के सभी अधिकारियों और कर्मचारियों का… pic.twitter.com/hKyYvlM3o7
ଏହା ବି ପଢନ୍ତୁ...ହରିୟାଣା ଜନାଦେଶ: ମୈଦାନରେ ସମ୍ପର୍କ ଲଢେଇ, ଜିତିଲେ ଶ୍ବଶୁର, ହାରିଲା ନାତୁଣି ଏହା ବି ପଢନ୍ତୁ...ସମ୍ପତ୍ତି ୨୯ ହଜାର, ମୁଣ୍ଡ ଉପରେ ୨ ଲକ୍ଷ ଋଣ: ଡୋଡାରୁ ବିଜୟୀ, କିଏ ଏହି ଆପ ପ୍ରାର୍ଥୀ ? |
କାହିଁକି ସ୍ବାଧୀନ ପ୍ରାର୍ଥୀ ହେଲେ ସାବିତ୍ରୀ?
ସୂଚନା ଅନୁସାରେ, ହିସାର ଆସନରୁ ବିଜେପି ଟିକେଟ୍ ଆଶାୟୀ ଥିଲେ ସାବିତ୍ରୀ। ହେଲେ ତାଙ୍କୁ ଟିକେଟ୍ ମିଳିନଥିଲା। ତେଣୁ ଶେଷରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ଆଉ 49ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ବାଜିମାତ କରିଛନ୍ତି ସାବିତ୍ରୀ।
ଏହା ବି ପଢନ୍ତୁ...ହରିୟାଣାରେ ପୁଣି ବିଜେପି ସରକାର, ଜମ୍ମୁ-କାଶ୍ମୀରରେ କମାଲ କଲା ଏନସି-କଂଗ୍ରେସ ମେଣ୍ଟ ଏହା ବି ପଢନ୍ତୁ...ହରିୟାଣାରେ ସାଇନିଂ କଲେ ସିଏମ ସୈନୀ, ପୁଣି ହତାଶ ହାତ |