ETV Bharat / sports

ଅଜବ ଫିଲ୍ଡିଂ ଦେଖି ଅମ୍ପାୟାର ଆଶ୍ଚର୍ଯ୍ୟ, ହସି ହସି ଗଡ଼ିଲେ ଦର୍ଶକ

Marnus Labuschagne Fielding Set : ଅଷ୍ଟ୍ରେଲିଆ କ୍ରିକେଟର ମାର୍ନସ ଲାବୁସାନେଙ୍କ ଫିଲ୍ଡ ସେଟ୍‌-ଅପ୍‌ ଦେଖି ଅମ୍ପାୟାର ଆଶ୍ଚର୍ଯ୍ୟ । ପେସ୍‌ ବୋଲିଂ କଲେ ସ୍ପିନର । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : 3 hours ago

Marnus Labuschagne fielding
Marnus Labuschagne fielding (AP)

ହାଇଦ୍ରାବାଦ : କ୍ରିକେଟରେ ବିଭିନ୍ନ ନିୟମ ରହିଛି । ବେଳେବେଳେ ନିୟମ ଭିତରେ ମଧ୍ୟ ବିଭିନ୍ନ ଅଜବ ଶୈଳୀରେ ବୋଲିଂ, ଫିଲ୍ଡିଂ ଓ ବ୍ୟାଟିଂ କରି କ୍ରିକେଟରମାନେ ଚର୍ଚ୍ଚାକୁ ଆସିଥାନ୍ତି । ତେବେ ଏକ ଅଜବ ଫିଲ୍ଡିଂ ସେଟ୍ କରି ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ମାର୍ନସ୍ ଲାବୁସାନେ ଏବେ ଚର୍ଚ୍ଚାରେ ଅଛନ୍ତି । ଅଷ୍ଟ୍ରେଲିଆର ଏକ ଘରୋଇ କ୍ରିକେଟ୍ ମ୍ୟାଚ୍‌ ସମୟରେ ଏଭଳି ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ଏବଂ ପ୍ରଶଂସକମାନେ ମଧ୍ୟ ଏହା ଉପରେ ଖୁବ ପ୍ରତିକ୍ରିୟା ଦେଉଛନ୍ତି ।

ଲାବୁସାନେଙ୍କ ଅଜବ ଫିଲ୍ଡିଂ ସେଟ୍‌-ଅପ୍‌ :-

ଏହି ମ୍ୟାଚ୍‌ରେ ଲାବୁସାନେ ଅମ୍ପାୟାରଙ୍କ ଠିକ୍ ପଛରେ ଏକ ଫିଲ୍ଡର ସେଟ୍ କରିଥିଲେ, ଯାହା ଦେଖି ଅମ୍ପାୟାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଏହା କିଛି ସମୟ ପାଇଁ ପଡ଼ିଆରେ ଏକ ମଜାଳିଆ ପରିବେଶ ସୃଷ୍ଟି କରିଥିଲା । କାରଣ ସାଧାରଣତଃ କ୍ରିକେଟରେ ଅମ୍ପାୟାରଙ୍କ ପଛରେ ଏମିତି ଫିଲ୍ଡର କେବେ ରୁହନ୍ତି ନାହିଁ । ଲାବୁସାନେଙ୍କ ଫିଲ୍ଡିଂ ସେଟଅପ୍‌ ଦେଖି ସମସ୍ତେ ହସିଲେ । ଏହାପରେ ଫିଲ୍ଡର ତାଙ୍କ ସ୍ଥିତିକୁ ଟିକିଏ ବଦଳାଇଲେ ଏବଂ ଲାବୁସାନେ ବୋଲିଂ ଜାରି ରଖିଥିଲେ । ଅଷ୍ଟ୍ରେଲିଆର ଘରୋଇ ଲିଗ୍ ଶେଫିଲ୍ଡ ଶିଲ୍ଡ କ୍ରିକେଟ୍ (Sheffield Shield Cricket) ଟୁର୍ଣ୍ଣାମେଣ୍ଟରେ ଏହି ଘଟଣା ଘଟିଛି ।

ଅଷ୍ଟ୍ରେଲିୟ ଘରୋଇ ଏହି ଲିଗ୍‌ ମ୍ୟାଚ୍‌ କୁଇନ୍ସଲ୍ୟାଣ୍ଡ ଓ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (Queensland Bulls vs Western Australia) ମଧ୍ୟରେ ଖେଳାଯାଇଥିଲା । କୁଇନ୍ସଲ୍ୟାଣ୍ଡ ଦଳର ପ୍ରତିନିଧିତ୍ୱ କରୁଥିବା ମାର୍ନସ୍ ଲାବୁସାନେ ଖେଳର ପ୍ରଥମ ଦିନର 66ତମ ଓଭରରେ ବଲ୍ ପକାଇଥିଲେ । ସେ ତାଙ୍କର ଜଣେ ସାଥୀ ଫ୍ଲିଡରଙ୍କୁ ଡାକି ତାଙ୍କୁ ମେନ୍‌ ଅମ୍ପାୟାରଙ୍କ ଠିକ ପଛରେ ଠିଆ କରାଇଥିଲେ । ଫିଲ୍ଡର ଜଣକ ମିଡ୍‌-ଅନ୍‌ କିମ୍ବା ମିଡ୍‌-ଅଫ୍‌ରେ ନଥିଲେ । ଅମ୍ପାୟାର ଯେତେବେଳେ ନିଜ ପଛକୁ ଚାହିଁଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ । କିଛି ସମୟ ପାଇଁ ସମସ୍ତ ଖେଳାଳିଙ୍କ ସହିତ ଉପସ୍ଥିତ ଦର୍ଶକମାନେ ମଧ୍ୟ ପଡ଼ିଆରେ ହସିବାକୁ ଲାଗିଲେ ।

ଏହି ଭିଡିଓ ଦେଖି ନେଟିଜେନ୍ସମାନେ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି ଯେ ଲାବୁସାନେ ବହୁତ ମଜାଳିଆ । 'ବୋଧହୁଏ କ୍ରିକେଟରେ ଏଭଳି ଫିଲ୍ଡିଂ ଆଉ କେହି କରିପାରିବେ ନାହିଁ' ବୋଲି ଜଣେ ୟୁଜର ଲେଖିଛନ୍ତି । ଆଉ ଜଣେ ଲେଖିଛନ୍ତି, "ଲାବୁସାନେଙ୍କୁ ଲାଗୁଛି ଏହା ଗଲି କ୍ରିକେଟ ।"

ପେସ୍‌ ବୋଲିଂ କଲେ ସ୍ପିନର :-

ଲାବୁସାନେ ସାଧାରଣତଃ ଜଣେ ଲେଗ୍‌-ବ୍ରେକ୍ (ସ୍ପିନ୍) ବୋଲର । ତେବେ ଏହି ମ୍ୟାଚ୍‌ରେ ସେ ପେସ୍‌ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା । ସେ ଲାଇନ୍ ଏବଂ ଲେନ୍ଥ ସହ ବାଉନ୍ସର ବୋଲିଂ କରି ସେ ବ୍ୟାଟରମାନଙ୍କୁ ଅସୁବିଧାରେ ପକାଉଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଦିନରେ ଲାବୁସାନେ 3 ଓଭର ପେସ୍‌ ବୋଲିଂ କରି ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.