ଓଡିଶା

odisha

ETV Bharat / bharat

ନିର୍ବାଚନ ଲଢିବାକୁ ମନା କଲେ ପବନ ସିଂ, କାଲି ଆସାନସୋଲରୁ ଟିକେଟ ଦେଇଥିଲା ବିଜେପି - ପୱନ ସିଂ

BJP LS Candidate Pawan Singh: ନିର୍ବାଚନ ଲଢିବାକୁ ମନା କଲେ ବିଜେପି ପ୍ରାର୍ଥୀ ପବନ ସିଂ । କାଲି ଟିକେଟ ଦେଇଥିଲା ଦଳ । ଅଧିକ ପଢନ୍ତୁ

ନିର୍ବାଚନ ଲଢିବାକୁ ମନା କଲେ ବିଜେପି ପ୍ରାର୍ଥୀ ପବନ ସିଂ, କାଲି ଟିକେଟ ଦେଇଥିଲା ଦଳ
ନିର୍ବାଚନ ଲଢିବାକୁ ମନା କଲେ ବିଜେପି ପ୍ରାର୍ଥୀ ପବନ ସିଂ, କାଲି ଟିକେଟ ଦେଇଥିଲା ଦଳ

By ETV Bharat Odisha Team

Published : Mar 3, 2024, 3:55 PM IST

ନୂଆଦିଲ୍ଲୀ/କୋଲକାତା:ପଶ୍ଚିମବଙ୍ଗ ଆସାନସୋଲ ଆସନରୁ ବିଜେପି ଟିକେଟ ପାଇଥିବା ଭୋଜପୁରୀ ଅଭିନେତା ପବନ ସିଂ ନିର୍ବାଚନ ନ ଲଢିବାକୁ ଘୋଷଣା କରିଛନ୍ତି । ଗତକାଲି ଭାରତୀୟ ଜନତା ପାର୍ଟି ଘୋଷଣା କରିଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଆସାନସୋଲ ଲୋକସଭା ଆସନ ପାଇଁ ପବନଙ୍କୁ ଟିକେଟ ମିଳିଥିଲା । ଆଜି ସେ ନିର୍ବାଚନ ଲଢିବେ ନାହିଁ ବୋଲି ଟ୍ବିଟ କରିଛନ୍ତି । ପାର୍ଟି ମୁଖ୍ୟ ଜେପି ନଡ୍ଡାଙ୍କୁ ଟ୍ୟାଗ କରି ପବନ ଲେଖିଛନ୍ତି, ଟିକେଟ ଦେଇଥିବାରୁ ଦଳକୁ ଧନ୍ୟବାଦ । ମାତ୍ର କିଛି କାରଣବଶତଃ ସେ ଚଳିତ ନିର୍ବାଚନ ଲଢିପାରିବେ ନାହିଁ । ତେବେ ସେ କେଉଁ କାରଣ ପାଇଁ ନିର୍ବାଚନ ଲଢିବେ ନାହିଁ, ସେ ନେଇ କୌଣସି କାରଣ ଦର୍ଶାଇନାହାନ୍ତି । ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଟିଏମସିର ରାଜ୍ୟସଭା ସାଂସଦ ସାଗରିକା ଘୋଷ ପବନଙ୍କୁ ମହିଳା ବିରୋଧୀ ପୋଷ୍ଟର ମାମଲାରେ ସମାଲୋଚନା କରିଥିଲେ ।

ପଶ୍ଚିମବଙ୍ଗ ଅନ୍ୟତମ ପ୍ରମୁଖ ଆସନ ହେଉଛି ଆସାନସୋଲ । ଏବେ ଏହି ଆସନରେ ତୃଣମୂଳ କଂଗ୍ରେସରୁ ଶତ୍ରୁଘ୍ନ ସିହ୍ନା ସାଂସଦ ରହିଛନ୍ତି । ଏହି ଆସନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଦଖଲରେ ଥିଲା । ବାବୁଲ ସୁପ୍ରିୟୋ ଏହି ଆସନରୁ ବିଜେପି ଟିକେଟରେ ଜିତି କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ପରେ ରାଜ୍ୟ ବିଧାନସଭା ନିର୍ବାଚନ ପରେ ସେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଥିଲେ । ଏହି ଆସନରେ ଉପନିର୍ବାଚନ ହୋଇଥିଲା । ରାଜ୍ୟରେ ଶାସନରେ ଥିବା ତୃଣମୂଳ କଂଗ୍ରେସ ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଲଢାଇଥିଲା । ସିହ୍ନା ବିଜୟୀ ମଧ୍ୟ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଛତିଶଗଡରେ ମାଓବାଦୀ ଓ ଯବାନ ମଧ୍ୟରେ ଏନକାଉଣ୍ଟର, କନଷ୍ଟେବଳ ଶହୀଦ

ଏବେ ଚଳିତ ନିର୍ବାଚନରେ ବିଜେପି ଏହି ଆସନରେ ସ୍ଥାନୀୟ ଲୋକପ୍ରିୟ ଅଭିନେତା ପବନଙ୍କୁ ଟିକେଟ ଦେଇଥିଲା । ଟିଏମସି ପୁଣି ଥରେ ଶତ୍ରୁଘ୍ନଙ୍କୁ ପାର୍ଥୀ କରିଥିଲେ ଦୁଇ କଳାକାରଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥାନ୍ତା । ହେଲେ ଏହାପୂର୍ବରୁ ଗତକାଲି ଟିକେଟ ପାଇଥିବା ପବନ ଆଜି ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି । ତାଙ୍କ ନିଷ୍ପତ୍ତି ସମ୍ପର୍କରେ ବିଜେପି କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ତାଙ୍କୁ ଦିଲ୍ଲୀ ଡକରା ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ଗତକାଲି ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି 18 ରାଜ୍ୟରୁ ମୋଟ 195 ପ୍ରାର୍ଥୀଙ୍କ ନାମଘୋଷଣା କରିଥିଲା । ଅଣବିଜେପି ଶାସିତ ତଥା ମମତା ବାନାର୍ଜୀଙ୍କ ସହ କଡା ମୁକାବିଲା ଥିବା ପଶ୍ଚିମବଙ୍ଗରେ ବିଜେପି 20 ଆସନ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details