ଓଡିଶା

odisha

ETV Bharat / bharat

ସିଦ୍ଧରମୈୟାଙ୍କୁ ବଡ ଝଟକା, ରାଜ୍ୟପାଳଙ୍କ ‘ମୁଣ୍ଡା’ ଘୋଟାଲା ତଦନ୍ତ ନିର୍ଦ୍ଦେଶକୁ ଠିକ ଦର୍ଶାଇଲେ ହାଇକୋର୍ଟ - Setback For Siddaramaiah - SETBACK FOR SIDDARAMAIAH

Big Setback For Siddaramaiah: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହାଇକୋର୍ଟରୁ ବଡ ଝଟକା । ‘ମୁଣ୍ଡା’ ଘୋଟାଲା ମାମଲାରେ ରାଜ୍ୟପାଳଙ୍କ ତଦନ୍ତ ନିର୍ଦ୍ଦେଶକୁ ସଠିକ କହିଲେ ହାଇକୋର୍ଟ । ଆରମ୍ଭ ହୋଇପାରେ ତଦନ୍ତ । ଅଧିକ ପଢନ୍ତୁ

ସିଦ୍ଧରମୈୟାଙ୍କୁ ବଡ ଝଟକା, ରାଜ୍ୟପାଳଙ୍କ ‘ମୁଣ୍ଡା’ ଘୋଟାଲା ତଦନ୍ତ ନିର୍ଦ୍ଦେଶକୁ ଠିକ ଦର୍ଶାଇଲେ ହାଇକୋର୍ଟ
ସିଦ୍ଧରମୈୟାଙ୍କୁ ବଡ ଝଟକା, ରାଜ୍ୟପାଳଙ୍କ ‘ମୁଣ୍ଡା’ ଘୋଟାଲା ତଦନ୍ତ ନିର୍ଦ୍ଦେଶକୁ ଠିକ ଦର୍ଶାଇଲେ ହାଇକୋର୍ଟ (ETV Bharat Odisha)

By ETV Bharat Odisha Team

Published : Sep 24, 2024, 2:35 PM IST

ବେଙ୍ଗାଲୁରୁ:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହାଇକୋର୍ଟରୁ ବଡ ଝଟକା ଲାଗିଛି । ମହୀଶୂର ସହରାଞ୍ଚଳ ବିକାଶ ପ୍ରାଧିକରଣ (MUDA) ଜମି ଦୁର୍ନୀତି ମାମଲାରେ ରାଜ୍ୟପାଳ ତାଙ୍କ ବିରୋଧରେ ଦେଇଥିବା ତଦନ୍ତ ନିର୍ଦ୍ଦେଶକୁ କୋର୍ଟ ବୈଧ ବୋଲି ଦର୍ଶାଇଛନ୍ତି । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ସଠିକ ଦର୍ଶାଇ କୋର୍ଟ ଆଜି ଶୁଣାଣିରେ କହିଛନ୍ତି ଯେ ଆବେଦନରେ ଦର୍ଶାଯାଇଥିବା ତଥ୍ୟର ଅଧିକ ତଦନ୍ତର କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ କରିଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ ଏହି ପ୍ରସଙ୍ଗରେ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟପାଳ ଜଣେ ଅଧିକୃତ ବ୍ୟକ୍ତି ବୋଲି ଦର୍ଶାଇଛନ୍ତି ।

  • ଅଗଷ୍ଟରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ଥାବର ଚନ୍ଦ୍ର ଗେହେଲଟ୍‌

ସୂଚନା ଅନୁସାରେ, 2023 ମସିହାରେ ଏହି ଘୋଟାଲା ହୋଇଥିବା ଆବେଦନରେ ଦର୍ଶାଯାଇଥିଲା । ଚଳିତବର୍ଷ ଅଗଷ୍ଟ ମାସରେ, ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (MUDA) ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ରାଜ୍ୟପାଳ ଥାବର ଚନ୍ଦ୍ର ଗେହେଲଟ୍‌ ଅନୁମୋଦନ ଦେଇଥିଲେ । ପ୍ରଦୀପ କୁମାର, ଟି.ଜେ ଆବ୍ରହାମ ଏବଂ ସ୍ନେହମୟୀ କ୍ରିଷ୍ଣା ନାମକ ତିନିଜଣ ସାମାଜିକ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଥିଲେ । ଏହି ଘୋଟାଲା ମାମଲାରେ ନିଜେ ମୁଖ୍ୟମନ୍ତ୍ରୀ ଏହି ଘୋଟାଲାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ରାଜଭବନର ଦ୍ବାରସ୍ଥ ହୋଇଥିଲେ । ‘1988-ଦୁର୍ନୀତି ନିବାରଣ ଅଧିନିୟମ’ ଓ ଭାରତୀୟ ନ୍ୟାୟ ସଂହିତାର ଧାରା ‘ବିଏନଏସ-218’ ଅନୁସାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା କରିବାକୁ ରାଜ୍ୟପାଳ ସେତେବେଳେ ନିର୍ଦ୍ଦେଶ ଦେଇଥିଲେ ।

ସିଦ୍ଧରମୈୟାଙ୍କୁ ବଡ ଝଟକା, ରାଜ୍ୟପାଳଙ୍କ ‘ମୁଣ୍ଡା’ ଘୋଟାଲା ତଦନ୍ତ ନିର୍ଦ୍ଦେଶକୁ ଠିକ ଦର୍ଶାଇଲେ ହାଇକୋର୍ଟ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- Governor sanctioned prosecution against CM: ବଢିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସିଦ୍ଧରମୈୟାଙ୍କ ଅଡୁଆ । ମହୀଶୂର ପ୍ରାଧୀକରଣ ଜମି ଘୋଟାଲା ମାମଲାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ । ଅଧିକ ପଢନ୍ତୁ

ଏହା ମଧ୍ୟ ପଢନ୍ତୁ :- ଆତଙ୍କବାଦ ବିଶ୍ବ ପାଇଁ ବଡ଼ ବିପଦ: ପ୍ରଧାନମନ୍ତ୍ରୀ ମୋଦି - Summit of The Future

ପୁଅ ଓ ପତ୍ନୀଙ୍କ ସହ ଅଭିଯୁକ୍ତ ତାଲିକାରେ ସିଦ୍ଧରମୈୟା :-

ଏହି ବହୁଚର୍ଚ୍ଚିତ ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ତାଙ୍କ ପତ୍ନୀ ଓ ପୁଅ ଜତୀନ୍ଦ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି । ରାଜ୍ୟପାଳଙ୍କ ଏହି ତଦନ୍ତ ନିର୍ଦ୍ଦେଶକୁ ସିଦ୍ଧରମୈୟା ଅସାମ୍ବିଧାନିକ ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ହାଇକୋର୍ଟରୁ ସିଦ୍ଧରମୈୟାଙ୍କୁ ବଡ ଝଟକା ଲାଗିବା ସହ ମାମଲା ଅଧିକ ଗମ୍ଭୀର ହେବାକୁ ଯାଉଛି । ଏବେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇପାରେ । ସିଦ୍ଧରମେୟା ମଧ୍ୟ ସର୍ବୋଚ୍ଚ କୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details