ଓଡିଶା

odisha

ETV Bharat / bharat

ଲୋକସଭା ନିର୍ବାଚନ ପୂର୍ବରୁ ECIଙ୍କ ବଡ଼ ଅଦଳବଦଳ: ହଟିଲେ ପଶ୍ଚିମବଙ୍ଗ DGP, ବଦଳିଲେ 6 ରାଜ୍ୟର ଗୃହସଚିବ - Big Reshuffle by ECI

Big Reshuffle by EC: ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ 6 ରାଜ୍ୟର ଗୃହସଚିବଙ୍କୁ ଦାୟିତ୍ବରୁ ଅପସାରଣ କଲେ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

ଅଧିକାରୀ ସ୍ତରରେ ନିର୍ବାଚନ ଆୟୋଗଙ୍କ ବଡ ଅଦଳବଦଳ: ପଦରୁ ହଟିଲେ ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ 6ରାଜ୍ୟର ଗୃହସଚିବ
ଅଧିକାରୀ ସ୍ତରରେ ନିର୍ବାଚନ ଆୟୋଗଙ୍କ ବଡ ଅଦଳବଦଳ: ପଦରୁ ହଟିଲେ ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ 6ରାଜ୍ୟର ଗୃହସଚିବ

By ETV Bharat Odisha Team

Published : Mar 18, 2024, 3:33 PM IST

Updated : Mar 18, 2024, 4:44 PM IST

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଘୋଷଣା ସହ ସାରା ଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ କରାଯାଇଛି । ଆଜି ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟରେ ବରିଷ୍ଠ ଅଧିକାରୀ ସ୍ତରରେ ଏକ ବଡ ପରିବର୍ତ୍ତନ କରିଛନ୍ତି । ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ 6 ରାଜ୍ୟର ଗୃହ ସଚିବଙ୍କୁ ଦାୟିତ୍ବରୁ ହଟାଇଛନ୍ତି ଆୟୋଗ । ପଶ୍ଚିମବଙ୍ଗ ପୋଲିସ ଡିଜି ରାଜୀବ କୁମାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବେଶ ନିକଟତର ଅଧିକାରୀ ଭାବେ ଜଣାଶୁଣା । ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି । ସେହିପରି ଗୁଜୁରାଟ, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଗୃହସଚିବଙ୍କୁ ମଧ୍ୟ ଦାୟିତ୍ବରୁ ଅପସାରଣ କରାଯାଇଛି । ଏହି ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନା ଓ ଏ ସମ୍ପର୍କିତ ପ୍ରକ୍ରିୟା ସହ ସିଧାସଳଖ ଦାୟିତ୍ବରେ ନରଖିବା ପାଇଁ ନିର୍ବାଚନ ଆୟୋଗ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଏହା ସହ ଆୟୋଗ ମିଜୋରାମ ଓ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ମଧ୍ୟ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମୁମ୍ବାଇ ମହାନଗର ନିଗମର କମିଶନର ଇକବାଲ ସିଂ ଚହଲଙ୍କ ସମେତ ଅତିରିକ୍ତ କମିଶନର ଓ ଉପ-ଆୟୁକ୍ତଙ୍କୁ ମଧ୍ୟ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ମିଳିସାରିଛି । ଯେଉଁ ସରକାରୀ ଅଧିକାରୀମାନେ ଗୋଟିଏ ପଦବୀରେ ଗତ 3 ବର୍ଷ ଧରି କାର୍ଯ୍ୟରତ ଅଛନ୍ତି, କିମ୍ବା ନିଜ ଗୃହଜିଲ୍ଲାରେ କୌଣସି ଦାୟିତ୍ବରେ ଅବସ୍ଥାପିତ ରହିଛନ୍ତି, ସେମାନଙ୍କୁ ତୁରନ୍ତ ଅନ୍ୟତ୍ର କିମ୍ବା ଅନ୍ୟ ପଦବୀକୁ ବଦଳି କରିବା ପାଇଁ ଆୟୋଗ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ବଡ଼ ବୟାନ, 'ମେଣ୍ଟ ନେଇ ଦ୍ବନ୍ଦ୍ବ ନାହିଁ '

ଶନିବାର ନିର୍ବାଚନ କମିଶନ, ସାଧାରଣ ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହା ସହ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । 7ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଶେଷ ହେବାକୁ ଥିବା ବେଳେ ପର୍ଯ୍ୟାୟକ୍ରମିକ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ । ସରକାରୀ କଳ ଓ ମାନବ ସମ୍ବଳକୁ ରାଜନୈତିକ ବ୍ୟବହାରଠାରୁ ଦୂରରେ ରଖିବା ପାଇଁ ଆଚରଣ ବିଧିରେ ଏକାଧିକ ନିୟମ ରହଛି । ଏହାର ଉଲ୍ଲଂଘନ କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରିବେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 18, 2024, 4:44 PM IST

ABOUT THE AUTHOR

...view details