ଓଡିଶା

odisha

By ETV Bharat Odisha Team

Published : Apr 6, 2024, 10:44 PM IST

ETV Bharat / bharat

‘ଖବର ପରି ଲାଗୁଥିବା ବିଜ୍ଞାପନ ଧର୍ମୀ ପ୍ରକାଶନ ଦିଗରେ ଅଧିକ ସତର୍କ ରୁହ’ - ECI urges newspaper editors

ECI URGES NEWSPAPER EDITORS : ଖବର ପରି ଦୃଶ୍ୟମାନ ହେଉଥିବା ବିଜ୍ଞାପନ ଧର୍ମୀ ପ୍ରକାଶନ ଉପରେ ସତର୍କ ରହିବା ପାଇଁ ସମ୍ପାଦକଙ୍କୁ ନିର୍ବାଚନ ଆୟୋଗଙ୍କ ପରାମର୍ଶ । ଅଧିକ ପଢନ୍ତୁ

‘ଖବର ପରିବର୍ତ୍ତେ ବିଜ୍ଞାପନ ପ୍ରକାଶନ ଦିଗରେ ଅଧିକ ସତର୍କ ରୁହ’
‘ଖବର ପରିବର୍ତ୍ତେ ବିଜ୍ଞାପନ ପ୍ରକାଶନ ଦିଗରେ ଅଧିକ ସତର୍କ ରୁହ’

ନୂଆଦିଲ୍ଲୀ:ଏବେ ଦେଶରେ ଜାରି ରହିଥିବା ନିର୍ବାଚନ ପ୍ରକ୍ରିୟା ପ୍ରାୟ ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି । ଏହିଧାରାରେ ଗଣମାଧ୍ୟମ ମଧ୍ୟ ଆଗରେ ରହିଛି । ରାଜନୈତିକ ଘଟଣାକ୍ରମ ଓ ନିର୍ବାଚନକୁ ପ୍ରଭାବିତ କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ଏହିକ୍ରମରେ ଖବର ପରି ଲାଗୁଥିବା ଓ ପରୋକ୍ଷରେ ବିଜ୍ଞାପନର ଗୁଣ ବହନ କରୁଥିବା ଆଇଟମ ପ୍ରକାଶ କରିବା ବେଳେ ଅଧିକ ଯତ୍ନଶୀଳ ହେବାର ଆବଶ୍ୟକତା ଥିବା କହିଛନ୍ତି ନିର୍ବାଚନ ଆୟୋଗ । ଆଜି ଆୟୋଗ ମୁଦ୍ରିତ ଗଣମାଧ୍ୟମର ସମ୍ପାଦକମାନଙ୍କୁ ଏପରି ଭାବେ ସତର୍କ କରାଇବା ସହ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଏହି ନିର୍ଦ୍ଦେଶାବଳୀକୁ ସ୍ପଷ୍ଟ କରି ଆୟୋଗ କହିଛନ୍ତି, ବିଶେଷ ଭାବେ କୌଣସି ଦଳର ବିଜୟ ସମ୍ଭାବନାକୁ ସ୍ପଷ୍ଟ କରିବା କିମ୍ବା ସେପରି ପୂର୍ବାଆକଳନ ପରି ଖବର ପରିବେଷଣ ଉପରେ ବିଶେଷ ଦୃଷ୍ଟି ରହିବା ଉଚିତ । ଆୟୋଗ ବିଜ୍ଞାପନରେ ଯାଞ୍ଚ ହୋଇନଥିବା ତଥା ଭିତ୍ତିହୀନ ଅଭିଯୋଗ ସମ୍ପର୍କିତ ଖବର ପ୍ରକାଶନ ବେଳେ ସମ୍ପାଦକମାନଙ୍କୁ ପ୍ରେସ କାଉନସିଲର ନିୟମାବଳୀକୁ ବିଚାରକୁ ନେବା ପାଇଁ କହିଛନ୍ତି । ଖବର କାଗଜରେ ପ୍ରକାଶିତ ବିଜ୍ଞାପନ ସମେତ ଏହିପରି କୌଣସି ସମସ୍ୟାଜନକ ସ୍ଥିତି ସୃଷ୍ଟି ହେଲେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ହିଁ ଏହି ସମସ୍ତ ବିଷୟ ପାଇଁ ଦାୟୀ ରହିବା ନେଇ ଏହି ନିୟମାବଳୀରେ ଉଲ୍ଲେଖ ରହିଛି । ପ୍ରି-ପୋଲ (ନିର୍ବାଚନ ପୂର୍ବଦିନ) ଦିନ ଏବଂ ଭୋଟିଂ ଦିନରେ ପ୍ରିଣ୍ଟ ମିଡିଆରେ ବିଜ୍ଞାପନ ପାଇଁ ସମ୍ପୃକ୍ତ ସଂସ୍ଥାକୁ ମନିଟରିଂ ସଂସ୍ଥା ଠାରୁ ଅନୁମତି ନେବାକୁ ହେବ ବୋଲି ମଧ୍ଯ ଆୟୋଗ ସ୍ପଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ‘କଂଗ୍ରେସର ଇସ୍ତାହାର ମୁସଲିମ ଲିଗର ବିଚାରଧାରାର ପ୍ରତିଫଳନ, ମିଛ ପ୍ରତିଶୃତିର ବଣ୍ଡଲ’ - PM Modi target Congress Manifesto

ପୂର୍ବରୁ ମଧ୍ୟ ନିର୍ବାଚନ ଆୟୋଗ ମିଥ୍ୟା ଖବର ପ୍ରସାରିତ କରିବା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାଇ ଦେଇସାରିଛନ୍ତି । ଗଣମାଧ୍ୟମ ଓ ସୋସିଆଲ ମିଡିଆରେ କୌଣସି ବିଭ୍ରାନ୍ତିକର ତଥ୍ୟ ପୋଷ୍ଟ କିମ୍ବା ପ୍ରସାରଣ କରାଗଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆୟୋଗ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛନ୍ତି । ଏହିକ୍ରମରେ ଖବର ପରି ମନେ ହେଉଥିଲେ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସୁହାଇଲା କିମ୍ବା ଲାଭ ପହଞ୍ଚାଇବା ପରି ବିଜ୍ଞାପନର ପ୍ରସାରଣ ରୋକିବା ମଧ୍ୟ ଆହ୍ବାନ ଭାବେ ସାମ୍ନାକୁ ଆସିଛି । ଯାହା ପ୍ରତି ସତର୍କତା ବଜାୟ ରଖିବା ପାଇଁ ଆୟୋଗ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details