ଓଡିଶା

odisha

By ETV Bharat Odisha Team

Published : Feb 6, 2024, 9:06 PM IST

ETV Bharat / bharat

ସୁରଜକୁଣ୍ଡ ହସ୍ତଶିଳ୍ପ ମେଳାରେ ବଢୁଛି ସିଲ୍କ ଶାଢୀର ଚାହିଦା; ଗ୍ରାହକଙ୍କ ମଧ୍ୟରେ ରାଷ୍ଟ୍ରପତି

Faridabad Surajkund Fair 2024: ହରିୟାଣାର ଫରିଦାବାଦରେ ଆୟୋଜିତ ସୁରଜକୁଣ୍ଡ ଆନ୍ତର୍ଜାତୀୟ ହସ୍ତଶିଳ୍ପ ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ବନାରସୀ ସିଲକ ଶାଢ଼ୀ ଷ୍ଟଲ । ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଆରମ୍ଭ କରି ନୀତି ଅମ୍ବାନୀ ସାମିଲ ଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ସୁରଜକୁଣ୍ଡ ଆନ୍ତର୍ଜାତୀୟ ହସ୍ତଶିଳ୍ପ ମେଳା ; ଲୋକଙ୍କ ମଧ୍ୟରେ ଆକର୍ଷଣୀୟ ବନାରସୀ ଶାଢ଼ୀର କ୍ରେଜ
ସୁରଜକୁଣ୍ଡ ଆନ୍ତର୍ଜାତୀୟ ହସ୍ତଶିଳ୍ପ ମେଳା ; ଲୋକଙ୍କ ମଧ୍ୟରେ ଆକର୍ଷଣୀୟ ବନାରସୀ ଶାଢ଼ୀର କ୍ରେଜ

ଚଣ୍ଡୀଗଡ଼:ବର୍ତ୍ତମାନ ହରିୟାଣାର ଫରିଦାବାଦରେ ଆୟୋଜିତ ସୁରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତଶିଳ୍ପ ମେଳା ବେଶ ଚର୍ଚ୍ଚାରେ ରହିଛି । ଏହି ମେଳାରେ ଦେଶ ବିଦେଶର ନାନା କଳାକାର ମାନେ ଆସି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ବେଳେ ଏହି ମେଳାକୁ ଆସୁଥିବା ବହୁବିଧ କାରିଗରୀ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଏହି ମେଳାରେ ଲୋକମାନଙ୍କୁ ଉଚ୍ଚମାନର ସାମଗ୍ରୀ ବେଶ କମ୍ ଦାମରେ ମିଳିଯାଏ । ତେବେ ଏହି ବିଶ୍ୱପ୍ରସିଦ୍ଧ ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବନାରସୀ ସିଲ୍କ ଶାଢ଼ୀର ଷ୍ଟଲ । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଏହି ଶାଢୀର ସାଜିଛନ୍ତି ଗ୍ରାହକ ।

ଏହି ଅନ୍ତର୍ଜାତୀୟ ମେଳାକୁ ବନାରସରୁ ଆସିଥିବା କାରିଗରମାନେ ନିଜ ହାତରେ ସୁନ୍ଦର ବନାରସୀ ସିଲ୍କ ଶାଢ଼ୀ ବୁଣିଥାନ୍ତି । ଏଥି ପାଇଁ ବୁଣାକାରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥାଏ । ହାରୁନ ନାମକ ଜଣେ ବୁଣାକାରଙ୍କ କହିବା ମୁତାବକ " ସେ ଏହି ଶାଢ଼ୀ ବୁଣିବା କାମ ୧୯୭୩ ମସିହାରୁ କରିଆସୁଛନ୍ତି । ଏଭଳି ମନମୋହକ ଶାଢ଼ୀ ବୁଣିବା ପାଇଁ ୨୦ ଦିନରୁ ୩ ମାସ ପର୍ଯ୍ୟନ୍ତ ସମୟ ଲାଗିଥାଏ । ଏହି ଶାଢ଼ୀ ବୁଣିବା ପାଇଁ ସିଲ୍କ ସୂତା ଭେଲ୍ଲୋରରୁ ଅଣାଯାଇଥାଏ । ଯାହାକୁ ବହୁ ପରିଶ୍ରମ କରି ତିଆରି କରାଯାଇଥାଏ । ଏଥିପାଇଁ ବନାରସୀ ସିଲ୍କ ଶାଢ଼ୀର ଦାମ୍ ୧୦ ହଜାରରୁ ଆରମ୍ଭ କରି ଦେଢ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । "

ଏହା ମଧ୍ୟ ପଢନ୍ତୁ ....ଉଦଯାପିତ ହେଲା ଆଦିବାସୀ ମେଳା, ୧୧ ଦିନରେ ୫ କୋଟିରୁ ଊର୍ଦ୍ଧ୍ବ ବ୍ୟବସାୟ

ପ୍ରକାଶଯୋଗ୍ୟ ଯେ ସିଲ୍କ ସୂତାକୁ ବନାଇବା ପାଇଁ ରେଶମ କୀଟର ପ୍ରଯୋଗ କରାଯାଇଥାଏ । ଯାହା ଫଳରେ ଏହି ପ୍ରକାର ଶାଢୀ ମଜବୁତ ହେବା ସହିତ ବହୁ ଦିନ ଯାଏଁ ସ୍ଥାୟୀ ହୋଇ ରହିଥାଏ ।କେବଳ ସାଧାରଣ ଲୋକ ନୁହେଁ ବରଂ ଦେଶର ବଡ ବଡ ଲୋକ ମାନଙ୍କ ମଧ୍ୟରେ ଏହି ଅପରୂପ ବନାରସୀ ଶାଢୀର ଖୁବ ଚାହିଦା ରହିଛି । ପୂର୍ବରୁ ଦେଶର ସର୍ବଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ମଧ୍ୟ ନିଜ ପାଇଁ ଏକ ଶାଢ଼ୀ ବନାଇବା ପାଇଁ ନିଜ ଘରକୁ ବୁଣାକାରମାନଙ୍କୁ ଡକାଇଥିଲେ । ସେହିପରି ସୁରଜକୁଣ୍ଡ ମେଳାର ଉଦଘାଟନ ସମାରୋହରେ ସାମିଲ ହୋଇ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଷ୍ଟଲ ପରିଦର୍ଶନ କରି ଉଚ୍ଚ ପ୍ରଶଂସା କରିବା ସହ ଶାଢ଼ୀ ମଧ୍ୟ କିଣିଥିଲେ ।

ତେବେ ସୁରଜକୁଣ୍ଡ ମେଳାରେ ଶାଢ଼ୀ କିଣିବା ପାଇଁ ପ୍ରବଳ ଭିଡ଼ ଜମୁଥିବା ବେଳେ ଶାଢ଼ୀବୁଣା ପ୍ରକ୍ରିୟା ଦେଖିବାକୁ ଲୋକ ମାନେ କ୍ଷଣିକେ ଅଟକିଯାଉଛନ୍ତି । ବାଉଁଶ ଓ କାଠରେ ନିର୍ମିତ ଶାଢ଼ୀ ବୁଣାତନ୍ତକୁ ବୁଣାକାରମାନେ ନିଜ ହାତ ଓ ଗୋଡ଼କୁ ବ୍ୟବହାର କରି ତନ୍ତ ଚଳାଇ ସୁନ୍ଦର ସୁନ୍ଦର ମନଲୋଭା ବନାରସୀ ସିଲ୍କ ଶାଢ଼ୀ ତିଆରି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details